ଭୁବନେଶ୍ୱର : ଶନି ଗ୍ରହ ସାଧାରଣତଃ ସମସ୍ତଙ୍କୁ ଭୟଭୀତ କରିଥାନ୍ତି | ସବୁ ଗ୍ରହମାନଙ୍କ ମଧ୍ୟରେ ଶନି ଗ୍ରହ ସମସ୍ତଙ୍କ ଠାରୁ ଧୀରେ ଚାଲନ୍ତି | ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ବିଶେଷ ମହତ୍ୱ ରହିଛି | କୁଣ୍ଡଳୀରେ ଶନି ଶୁଭ ସ୍ଥାନରେ ଥିଲେ ବ୍ୟକ୍ତି ଭିକାରୀରୁ ରାଜା ପାଲଟିଯାଏ | ଶନି ଯଦି କୁଣ୍ଡଳୀର ଅଶୁଭ ସ୍ଥାନରେ ଥାଆନ୍ତି ତାହେଲେ ବ୍ୟକ୍ତିଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ | କୁଣ୍ଡଳୀରେ ଶନିଙ୍କ ସ୍ଥିତିକୁ ଶୁଭ କରିବା ପାଇଁ କିଛି ଉପାୟ ରହିଛି | ଏହି ଉପାୟ ଅବଲମ୍ବନ କଲେ ଶନିଙ୍କ କୃପା ରହିବ |
ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା, ଶନିବାର ଦିନ ଶନି ପ୍ରଦୋଷ, ଶନି ଅମାବାସ୍ୟା, ଶନି ଜୟନ୍ତୀ ଏବଂ ଭଗବାନ ହନୁମାନଙ୍କ ଆରାଧନା କରିବା ଉଚିତ |
– ଶନିବାର ଦିନ ସୋରିଷ ତେଲରେ ରୁଟି ତିଆରି କରି କଳା କୁକୁରକୁ ଖାଇବାକୁ ଦେବା ଉଚିତ
– ଯଦି ଶନିଙ୍କ ମହାଦେଶ ଚାଲିଛି ତାହେଲେ ମାଂସ-ମଦ ବର୍ଜନ କରି ସାକାହାରୀ ଭୋଜନ କରିବା ଉଚିତ
– ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ | ଫଳରେ ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିବ
– ଶନିଙ୍କ କୁପ୍ରଭାବରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କଳା ଗାଈକୁ ଖାଇବାକୁ ଦେଇ ସେବା କରିବା ଉଚିତ
– ପ୍ରତି ଶନିବାର ଦିନ ଶନି ମନ୍ଦିର ଯାଇ ଶନି ମହାରାଜଙ୍କୁ ସୋରିଷ ତେଲ ଅର୍ପଣ କରିବା ଉଚିତ
– ଅଶ୍ୱତ୍ଥ ବୃକ୍ଷ ମୂଳରେ ତେଲ ଦୀପ ଲଗାଇ ପୂଜା କଲେ ଶନିଙ୍କ କୃପା ମିଳିଥାଏ
– ହନୁମାନ ଚାଳିଶା, ଭୈରବ ଚାଳିଶା ଓ ଶନି ଚାଳିଶା ପାଠ କରିବା ଦ୍ୱାରା ଶନିଙ୍କ କୃପା ପ୍ରାପ୍ତ ହୋଇଥାଏ
Trending
- ନ୍ୟାୟପାଳିକାକୁ ନେଇ ମୋଦୀ-କଂଗ୍ରେସ ମୁହାଁମୁହିଁ
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ‘ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ’
- ଟିକେଟ୍ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା
- ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?
- ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
Friday, March 29