ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଅକୁ ବାଇକରେ ସ୍କୁଲରେ ଛାଡ଼ିବାକୁ ଯିବା ବେଳେ ବାଟରେ ଛକିଥିଲା ଯମ, ନେଇଗଲା ବାପାଙ୍କ ପ୍ରାଣ

କାଲିମେଳା: ନିଜ ପୁଅକୁ ବାଇକରେ ସ୍କୁଲରେ ଛାଡ଼ିବାକୁ ଯିବା ବେଳେ ବାଟରେ ଛକି ରହିଥିଲା ଯମ। ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ପୁଅ। ଏପରି ଏକ ଦୁର୍ଘଟଣା ଆଜି ସକାଳୁ କାଲିମେଳା ସହର ଠାରୁ ମାତ୍ର ୧ କିମି ଦୂର ରାଇସ ମିଲ ନିକଟରେ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏମଭି ୭୦ ସ୍କୁଲର ଶିକ୍ଷକ ଅଜୟ କୁମାର ମହାନ୍ତି।

ସେ କାଲିମେଳା ହନୁମାନ ସାହିରେ ରହୁଥିବା ବେଳେ ନିଜ ପୁଅକୁ ବାଇକ ଯୋଗେ ମାଲକାନଗିରିର ଏକ ସ୍କୁଲରେ ଛାଡ଼ିବାକୁ ଯାଉଥିବା ବେଳେ ମାଲକାନଗିରିରୁ କାଲିମେଳା ଅଭିମୁଖେ ଆସୁଥିବା ଓଡି୩୦ଇ ୭୦୦୪ ନମ୍ବର ଥିବା ପିକ ଅପ ଭ୍ୟାନ ସିଧାସଳଖ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଚଳାଉଥିବା ଅଜୟ ମହାନ୍ତିଙ୍କ ଗୋଟିଏ ହାତ, ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ପିନ୍ଧିଥିବା ହେଲମେଟ ଭାଙ୍ଗି ଚୁରମାର ହୋଇଯାଇଛି। ସେହିପରି ପଛପଟେ ବସିଥିବା ୧୦ ବର୍ଷର ପୁଅର ଗୋଟିଏ ଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଛି।  ଆମ୍ବୁଲାନ୍ସ ଯୋଗେ ନାବାଳକକୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା କାଲିମେଳାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଦୁର୍ଘଟଣା ଘଟାଇବା ପରେ ପିକ ଅପ ଡ୍ରାଇଭର ଘଟଣାସ୍ଥଳରୁ ଗାଡ଼ିଛାଡ଼ି ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିକ ଅପ ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।