ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦେଭାରତର ବେଗକୁ ନେଇ ଏବେଠୁ ଅସନ୍ତୋଷ; ସେପ୍ଟେମ୍ବର ୩୦ ନହେଲେ ଅକ୍ଟୋବର ୧୫ ଭିତରେ ଗଡ଼ିବ

ରାଉରକେଲା: ‌ଖୁବଶୀଘ୍ର ବହୁ ପ୍ରତିକ୍ଷୀତ ପୁରୀ-ରାଉରକେଲା ବନ୍ଦେଭାରତ ଟ୍ରେନ୍‌ ଚାଲିବ। ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦେଭାରତ ଗଡ଼ିବ ବୋଲି କୁହାଯାଉଛି। ଏ ପର୍ଯ୍ୟନ୍ତ କିନ୍ତୁ ଆନୁଷ୍ଠାନିକ ସୂଚନା ଆସିନଥିବା ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସୂଚନାରୁ ପ୍ରକାଶ। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ନ ହେଲେ ମଧ୍ୟ ଦ୍ବିତୀୟ ସପ୍ତାହ ଭିତରେ ଏହି ଟ୍ରେନ ଗଡ଼ିବାର ସମ୍ଭାବନା ସର୍ବାଧିକ। ତେବେ ଏହି ପ୍ରସ୍ତାବିତ ବନ୍ଦେଭାରତର ଗତିକୁ ନେଇ ଏବେଠାରୁ ଅସନ୍ତୋଷ ଦେଖିବାକୁ ମିଳିଲାଣି। ୫୦୫ କିଲୋମିଟର ଅତିକ୍ରମ କରିବାକୁ ଥିବା ଏହି ଟ୍ରେନ୍‌ର ହାରାହାରି ଗତି ଘଣ୍ଟାପ୍ରତି ୬୬.୨୪ କିଲୋମିଟର ରହିବ। ଏହା ହେଉଛି ଦେଶରେ ଚାଲିଥିବା ଅନ୍ୟାନ୍ୟ ବନ୍ଦେଭାରତ ଏକ୍ସପ୍ରେସ୍‌ ତୁଳନାରେ ଢ଼େର୍‌ କମ୍‌।

ଦେଶସାରା ଗଡ଼ୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ର ଗତିକୁ ଘଣ୍ଟାପ୍ରତି ୧୩୦ କିଲୋମିଟରରେ ସୀମିତ ରଖାଯାଇଛି। ମଧ୍ୟପ୍ରଦେଶର ଜଣେ ସୂଚନା ଅଧିକାରୀ କର୍ମୀ ଚନ୍ଦ୍ର ‌ଶେଖର ଗୌଡ଼ଙ୍କୁ ମିଳିଥିବା ଆର୍‌ଟିଆଇର ତଥ୍ୟ ଅନୁସାରେ, ଗତ ୨୦୨୧-୨୨ରେ ଦେଶବ୍ୟାପୀ ଚାଲୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ର ହାରାହାରି ବେଗ ଘଣ୍ଟାପ୍ରତି ୮୪.୪୮ କିଲୋମିଟର ରହିଥିଲା। ତେବେ ୨୦୨୨-୨୩ରେ ହାରହାରି ବେଗ ହ୍ରାସ ପାଇ ୮୧.୩୮ କିଲୋମିଟରରେ ପହଞ୍ଚିଥିଲା। ବାସ୍ତବରେ ରେଳଧାରଣା ଉଚ୍ଚକ୍ଷମତା ସଂପନ୍ନ ହୋଇନଥିବାରୁ ଏହି ଟ୍ରେନ୍‌ ତା’ର ପ୍ରକୃତ ବେଗ ଛୁଇଁପାରୁନି। ରାଉରକେଲା-ପୁରୀ ମଧ୍ୟରେ ଥିବା ରେଳଧାରଣାର ସ୍ଥିତି ମଧ୍ୟ ମଧ୍ୟ ସମାନ। ସମ୍ଭବତଃ ଏହି କାରଣରୁ ଏହି ପଥରେ ବେଗକୁ କମ୍‌ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବତଟ ରେଳବାଇ ଅଧିନରେ ଚାଲିବାକୁ ଥିବା ଏହି ଟ୍ରେନ୍‌ ମୋଟ୍‌ ୮ଟି ରେଳ ଷ୍ଟେସନ ଦେଇ ଗତି କରିବ। ବନ୍ଦେଭାରତ ଏକ୍ସପ୍ରେସ୍‌ର ବେଗ ଆସିବା ସମୟରେ ହାରାହାରି ୬୫.୧୭ କିଲୋମିଟର ରହିବ ଓ ପ୍ରାୟ ୭ ଘଣ୍ଟା ୪୫ ମିନିଟରେ ରାଉରକେଲାରେ ପହଞ୍ଚିବ। ତେବେ ରାଉରକେଲାରୁ ଯିବାବେଳେ ବେଗ ସାମାନ୍ୟ ଅଧିକ, ଅର୍ଥାତ୍‌ ୬୭.୩୩ କିଲୋମିଟର ରହିବ ଓ ଏହା ପ୍ରାୟ ସାଢ଼େ ୭ ଘଣ୍ଟା ଭିତରେ ପୁରୀରେ ପହଞ୍ଚିବ।

ସଂପ୍ରତି ରାଉରକେଲା ଦେଇ ସିଧାସଳଖ ପୁରୀକୁ ୩ଟି ଟ୍ରେନ୍‌ ଚଳାଚଳ କରୁଛି। ସେଗୁଡ଼ିକ ହେଲା ରାଉରକେଲା-ପୁରୀ ଇଣ୍ଟରସିଟି, କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଓ ତପସ୍ବିନୀ ଏକ୍ସପ୍ରେସ୍‌। ତପସ୍ବିନୀ ଏକ୍ସପ୍ରେସ୍‌ରେ ରାଉରକେଲାରୁ ପୁରୀକୁ ଯିବାକୁହେଲେ ପାଖାପି ୧୦ ଘଣ୍ଟା ୫୦ ମିନିଟ୍‌ ସମୟ ଲାଗୁଥିବାବେଳେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ରେ ପାଖାପାଖି ୧୨ ଘଣ୍ଟା ୨୫ ମିନିଟ ଓ ପୁରୀ ଇଣ୍ଟଣସିଟିରେ ୧୪ ଘଣ୍ଟା ୫୦ ମିନିଟ ସମୟ ଲାଗୁଛି। ଏହି ତିନି ଟ୍ରେନ୍‌ର ହାରହାରି ବେଗ ୪୮-୫୩ କିଲୋମିଟର ଭିତରେ ରହିଛି। ବନ୍ଦେଭାରତ କେବଳ ୭.୩୦/୭.୪୫ ଘଣ୍ଟା ଭିତରେ ପହଞ୍ଚିବ; କିନ୍ତୁ ବେଗ ଆଶାନୁରୂପ ରହିବନି। ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ପଥରେ ଗଡ଼ୁଥିବା ଅନ୍ୟାନ୍ୟ ବନ୍ଦେଭାରତ ତୁଳନାରେ ମୁମ୍ବାଇ ସିଏସ୍‌ଏମ୍‌ଟି- ସାଇନଗର ସିରିଡ଼ି ଏକ୍ସପ୍ରେସ୍‌ର ହାରହାରି ବେଗ(୬୪ କିଲୋମିଟର ଘଣ୍ଟାପ୍ରତି) ହେଉଛି ଏବଂ ଦିଲ୍ଲୀ-ବାରାଣାସୀ ବନ୍ଦେଭାରତ ଏକ୍ସପ୍ରେସ୍‌ର ହାରାହାରି ବେଗ (୯୫ କିଲୋମିଟର) ହେଉଛି ସର୍ବାଧିକ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।