Subscribe to Updates

    Get the latest creative news from FooBar about art, design and business.

    What's Hot

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023
    Facebook X (Twitter) Instagram
    Trending
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ବନ୍ଦେଭାରତର ବେଗକୁ ନେଇ ଏବେଠୁ ଅସନ୍ତୋଷ; ସେପ୍ଟେମ୍ବର ୩୦ ନହେଲେ ଅକ୍ଟୋବର ୧୫ ଭିତରେ ଗଡ଼ିବ
    ରାଜ୍ୟ

    ବନ୍ଦେଭାରତର ବେଗକୁ ନେଇ ଏବେଠୁ ଅସନ୍ତୋଷ; ସେପ୍ଟେମ୍ବର ୩୦ ନହେଲେ ଅକ୍ଟୋବର ୧୫ ଭିତରେ ଗଡ଼ିବ

    NewsLaxmi7By NewsLaxmi7September 7, 2023Updated:September 7, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାଉରକେଲା: ‌ଖୁବଶୀଘ୍ର ବହୁ ପ୍ରତିକ୍ଷୀତ ପୁରୀ-ରାଉରକେଲା ବନ୍ଦେଭାରତ ଟ୍ରେନ୍‌ ଚାଲିବ। ସେପ୍ଟେମ୍ବର ୩୦ ତାରିଖରୁ ବନ୍ଦେଭାରତ ଗଡ଼ିବ ବୋଲି କୁହାଯାଉଛି। ଏ ପର୍ଯ୍ୟନ୍ତ କିନ୍ତୁ ଆନୁଷ୍ଠାନିକ ସୂଚନା ଆସିନଥିବା ରାଉରକେଲା ଷ୍ଟେସନ ମ୍ୟାନେଜରଙ୍କ ସୂଚନାରୁ ପ୍ରକାଶ। ତେବେ ସେପ୍ଟେମ୍ବର ୩୦ ସୁଦ୍ଧା ନ ହେଲେ ମଧ୍ୟ ଦ୍ବିତୀୟ ସପ୍ତାହ ଭିତରେ ଏହି ଟ୍ରେନ ଗଡ଼ିବାର ସମ୍ଭାବନା ସର୍ବାଧିକ। ତେବେ ଏହି ପ୍ରସ୍ତାବିତ ବନ୍ଦେଭାରତର ଗତିକୁ ନେଇ ଏବେଠାରୁ ଅସନ୍ତୋଷ ଦେଖିବାକୁ ମିଳିଲାଣି। ୫୦୫ କିଲୋମିଟର ଅତିକ୍ରମ କରିବାକୁ ଥିବା ଏହି ଟ୍ରେନ୍‌ର ହାରାହାରି ଗତି ଘଣ୍ଟାପ୍ରତି ୬୬.୨୪ କିଲୋମିଟର ରହିବ। ଏହା ହେଉଛି ଦେଶରେ ଚାଲିଥିବା ଅନ୍ୟାନ୍ୟ ବନ୍ଦେଭାରତ ଏକ୍ସପ୍ରେସ୍‌ ତୁଳନାରେ ଢ଼େର୍‌ କମ୍‌।

    ଦେଶସାରା ଗଡ଼ୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ର ଗତିକୁ ଘଣ୍ଟାପ୍ରତି ୧୩୦ କିଲୋମିଟରରେ ସୀମିତ ରଖାଯାଇଛି। ମଧ୍ୟପ୍ରଦେଶର ଜଣେ ସୂଚନା ଅଧିକାରୀ କର୍ମୀ ଚନ୍ଦ୍ର ‌ଶେଖର ଗୌଡ଼ଙ୍କୁ ମିଳିଥିବା ଆର୍‌ଟିଆଇର ତଥ୍ୟ ଅନୁସାରେ, ଗତ ୨୦୨୧-୨୨ରେ ଦେଶବ୍ୟାପୀ ଚାଲୁଥିବା ବନ୍ଦେଭାରତ ଏକ୍ସପ୍ରେସ୍‌ର ହାରାହାରି ବେଗ ଘଣ୍ଟାପ୍ରତି ୮୪.୪୮ କିଲୋମିଟର ରହିଥିଲା। ତେବେ ୨୦୨୨-୨୩ରେ ହାରହାରି ବେଗ ହ୍ରାସ ପାଇ ୮୧.୩୮ କିଲୋମିଟରରେ ପହଞ୍ଚିଥିଲା। ବାସ୍ତବରେ ରେଳଧାରଣା ଉଚ୍ଚକ୍ଷମତା ସଂପନ୍ନ ହୋଇନଥିବାରୁ ଏହି ଟ୍ରେନ୍‌ ତା’ର ପ୍ରକୃତ ବେଗ ଛୁଇଁପାରୁନି। ରାଉରକେଲା-ପୁରୀ ମଧ୍ୟରେ ଥିବା ରେଳଧାରଣାର ସ୍ଥିତି ମଧ୍ୟ ମଧ୍ୟ ସମାନ। ସମ୍ଭବତଃ ଏହି କାରଣରୁ ଏହି ପଥରେ ବେଗକୁ କମ୍‌ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବତଟ ରେଳବାଇ ଅଧିନରେ ଚାଲିବାକୁ ଥିବା ଏହି ଟ୍ରେନ୍‌ ମୋଟ୍‌ ୮ଟି ରେଳ ଷ୍ଟେସନ ଦେଇ ଗତି କରିବ। ବନ୍ଦେଭାରତ ଏକ୍ସପ୍ରେସ୍‌ର ବେଗ ଆସିବା ସମୟରେ ହାରାହାରି ୬୫.୧୭ କିଲୋମିଟର ରହିବ ଓ ପ୍ରାୟ ୭ ଘଣ୍ଟା ୪୫ ମିନିଟରେ ରାଉରକେଲାରେ ପହଞ୍ଚିବ। ତେବେ ରାଉରକେଲାରୁ ଯିବାବେଳେ ବେଗ ସାମାନ୍ୟ ଅଧିକ, ଅର୍ଥାତ୍‌ ୬୭.୩୩ କିଲୋମିଟର ରହିବ ଓ ଏହା ପ୍ରାୟ ସାଢ଼େ ୭ ଘଣ୍ଟା ଭିତରେ ପୁରୀରେ ପହଞ୍ଚିବ।

    ସଂପ୍ରତି ରାଉରକେଲା ଦେଇ ସିଧାସଳଖ ପୁରୀକୁ ୩ଟି ଟ୍ରେନ୍‌ ଚଳାଚଳ କରୁଛି। ସେଗୁଡ଼ିକ ହେଲା ରାଉରକେଲା-ପୁରୀ ଇଣ୍ଟରସିଟି, କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଓ ତପସ୍ବିନୀ ଏକ୍ସପ୍ରେସ୍‌। ତପସ୍ବିନୀ ଏକ୍ସପ୍ରେସ୍‌ରେ ରାଉରକେଲାରୁ ପୁରୀକୁ ଯିବାକୁହେଲେ ପାଖାପି ୧୦ ଘଣ୍ଟା ୫୦ ମିନିଟ୍‌ ସମୟ ଲାଗୁଥିବାବେଳେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ରେ ପାଖାପାଖି ୧୨ ଘଣ୍ଟା ୨୫ ମିନିଟ ଓ ପୁରୀ ଇଣ୍ଟଣସିଟିରେ ୧୪ ଘଣ୍ଟା ୫୦ ମିନିଟ ସମୟ ଲାଗୁଛି। ଏହି ତିନି ଟ୍ରେନ୍‌ର ହାରହାରି ବେଗ ୪୮-୫୩ କିଲୋମିଟର ଭିତରେ ରହିଛି। ବନ୍ଦେଭାରତ କେବଳ ୭.୩୦/୭.୪୫ ଘଣ୍ଟା ଭିତରେ ପହଞ୍ଚିବ; କିନ୍ତୁ ବେଗ ଆଶାନୁରୂପ ରହିବନି। ଉଲ୍ଲେଖଯୋଗ୍ୟ, ଦେଶର ବିଭିନ୍ନ ପଥରେ ଗଡ଼ୁଥିବା ଅନ୍ୟାନ୍ୟ ବନ୍ଦେଭାରତ ତୁଳନାରେ ମୁମ୍ବାଇ ସିଏସ୍‌ଏମ୍‌ଟି- ସାଇନଗର ସିରିଡ଼ି ଏକ୍ସପ୍ରେସ୍‌ର ହାରହାରି ବେଗ(୬୪ କିଲୋମିଟର ଘଣ୍ଟାପ୍ରତି) ହେଉଛି ଏବଂ ଦିଲ୍ଲୀ-ବାରାଣାସୀ ବନ୍ଦେଭାରତ ଏକ୍ସପ୍ରେସ୍‌ର ହାରାହାରି ବେଗ (୯୫ କିଲୋମିଟର) ହେଉଛି ସର୍ବାଧିକ।

    Share. Facebook Twitter LinkedIn WhatsApp Email
    Previous Articleଭିଜିଲାନ୍ସ ଜାଲରେ ଅବକାରୀ ବାବୁ
    Next Article ବାପୁଜୀନଗରରେ ଜବରଦଖଲ ପ୍ରସଙ୍ଗ: ନିଜ ବିଭାଗର ଆଦେଶକୁ ଚାପି ବାବୁ ମାଲାମାଲ
    NewsLaxmi7
    • Website

    Related Posts

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    ରାଜନଗର: ପୋଖରୀକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିବା ୧୪ ଫୁଟର କୁମ୍ଭୀର ଶେଷରେ ଧରା ପଡିଛି। ଦୀର୍ଘ ୫…

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦ୍ବିତୀୟ ଦିନ ୧୫ ୱିକେଟ୍‌ର ପତନ; ଅଶ୍ବିନ, ଉମେଶ, ବୁମରା ଅଗ୍ରଣୀ ଦେଲେ ପୂଜାରାଙ୍କୁ ଜାତିଆଣ ଆକ୍ଷେପ କରି ୱର୍ନ ସମାଲୋଚିତ

    December 19, 2020

    ବେକାରି, ଋଣବୋଝ ନେଉଛି ଜୀବନ: ୩ ବର୍ଷରେ ୨୫ ହଜାର ଆତ୍ମହତ୍ୟା

    February 10, 2022

    ଧାନ ଗଦାରେ ଲାଗିଗଲା ନିଆଁ, ଲକ୍ଷାଧିକ ଟଙ୍କାର ଧାନ ପୋଡିଜଳି ପାଉଁଶ

    January 21, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.