ରାଜ୍ୟ ସ୍ପେଶାଲ ରିପୋର୍ଟ

୧୦୮ ଦଫା ଚାର୍ଜସିଟ ସହ ସରକାରଙ୍କୁ ଘେରିବ ବିଜେପି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ୧୦୮ଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପ୍ରସ୍ତୁତ କରିଛି ଚାର୍ଜସିଟ । ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ଚାର୍ଜସିଟରେ ରହିବ । ଚାର୍ଜସିଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । ଏହାସହ କେଉଁ କ୍ଷମତାରେ ଓଡ଼ିଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି । ଏ ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିବ । ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ରହିବା ପ୍ରସଙ୍ଗ ଚାର୍ଜସିଟରେ ରହିବ । କୋଇଲା ଦୁର୍ନୀତି ଠାରୁ ଆରମ୍ଭ କରି ଲୁହା ଦୁର୍ନୀତି, ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭଳି ପ୍ରସଙ୍ଗ ସହ ୧୦୮ ଦଫା ଚାର୍ଜସିଟ୍ ତିଆରି କରିଛି ବିଜେପି । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଅନେକ ପ୍ରକାର ଦୁର୍ନୀତି ହୋଇଛି । ତେଣୁ ଏତେ ଦୁର୍ନୀତି ହୋଇଥିବାରୁ, ଯେଉଁ ଜିଲ୍ଲା ଏବଂ ଯେଉଁ ଅଞ୍ଚଳ ପାଇଁ ଯାହା ପ୍ରସଙ୍ଗ ଉଦ୍ଦିଷ୍ଟ ରହିଛି, ସେହି ଅଞ୍ଚଳରେ ତାହାକୁ ଗୁରୁତ୍ଵ ଦିଆଯିବ । ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇସାରିଛି ।

ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ଚାଲିଛି । ତେଣୁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ ଦିଆଯିବ । ବିଜେପିର ଚାର୍ଜସିଟ ଦାଖଲ ନେଇ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଅନେକ ଚାର୍ଜସିଟ ଦାଖଲ ହେଉଛି । ନିର୍ବାଚନୀ ବର୍ଷ ଅଛି ବିରୋଧୀ ଦଳ ସବୁ ଏଇଭଳି ଅଭିଯୋଗ କରିବେ । ଆମେ ଲୋକଙ୍କ ସହ ଅଛୁ । ନିର୍ବାଚନ ଆଗରୁ ଯେଉଁମାନେ ଲୋକମାନଙ୍କ ପାଖକୁ ଯାଉନଥିଲେ ସେମାନେ ତ କିଛି ପ୍ରସଙ୍ଗ ନେଇ କି ଯିବେ । ତେଣୁ ଏହି ଚାର୍ଜସିଟକୁ ଆଳ କରିବାକୁ ବିରୋଧୀ ଯୋଜନା କରିଛନ୍ତି । କେବଳ ନିର୍ବାଚନୀ ମାହୋଲ ବନାଇବା ପାଇଁ ପ୍ରୟାସ କରୁଛନ୍ତି । ଓଡ଼ିଶାରେ ବିଜୁ ଜନତାଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନସାଧାରଣଙ୍କ ମନରେ ଦୃଢ଼ ମନୋବଳ ସୃଷ୍ଟି କରିଛି । ଆମେ କେବଳ କହୁନାହୁଁ ଯାହା କହୁ ତାହା କରୁଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।