ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳରେ ଠାବ ହେଲା ୧୧୧୫ ଫୁଟ୍‌ର ଜଳପ୍ରପାତ

ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏବେ ବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଏଭଳି ସ୍ଥାନଗୁଡ଼ିକୁ ଲୋକଲୋଚନକୁ ଆଣିବା ଓ ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ମୟୂରଭଞ୍ଜ ମିରର୍‌’ ପୁଣି ଏକ ଅନାଲୋଚିତ ଜଳପ୍ରପାତ ଠାବ କରିଛି। ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫ କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଠାବ କରାଯାଇଛି ‘ସୁବର୍ଣ୍ଣଝରଣ’ ନାମକ ଏକ ଆକର୍ଷଣୀୟ ଓ ୧୧୧୫ ଫୁଟ୍‌ ଉଚ୍ଚର ଜଳପ୍ରପାତ। ୬ସ୍ତର ବିଶିଷ୍ଟ ‘ସୁବର୍ଣ୍ଣଝରଣ’ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ଲୁଚି ରହିଛି। ବନ୍ୟଜନ୍ତୁଙ୍କ ଭୟ ସତ୍ତ୍ବେ ୧୮କି.ମି ଦୁର୍ଗମ ଅଙ୍କାବଙ୍କା ରାସ୍ତା ଓ ୮.୫ କି.ମି ପାହାଡ଼ ଚଢ଼ି ଜଳପ୍ରପାତ ନିକଟରେ ପହଞ୍ଚିଥିଲେ ସଂଗଠନର ସଦସ୍ୟ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ବର ଭଞ୍ଜ, ବିଶ୍ବଜିତ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।