ବାରିପଦା: ଶିମିଳିପାଳ ଜାତୀୟ ଉଦ୍ୟାନରେ ଏବେ ବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଏଭଳି ସ୍ଥାନଗୁଡ଼ିକୁ ଲୋକଲୋଚନକୁ ଆଣିବା ଓ ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ମୟୂରଭଞ୍ଜ ମିରର୍’ ପୁଣି ଏକ ଅନାଲୋଚିତ ଜଳପ୍ରପାତ ଠାବ କରିଛି। ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫ କି.ମି ଘଞ୍ଚ ଜଙ୍ଗଲ ମଧ୍ୟରେ ଠାବ କରାଯାଇଛି ‘ସୁବର୍ଣ୍ଣଝରଣ’ ନାମକ ଏକ ଆକର୍ଷଣୀୟ ଓ ୧୧୧୫ ଫୁଟ୍ ଉଚ୍ଚର ଜଳପ୍ରପାତ। ୬ସ୍ତର ବିଶିଷ୍ଟ ‘ସୁବର୍ଣ୍ଣଝରଣ’ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ରର ସବୁଜ ଆବରଣ ଭିତରେ ଲୁଚି ରହିଛି। ବନ୍ୟଜନ୍ତୁଙ୍କ ଭୟ ସତ୍ତ୍ବେ ୧୮କି.ମି ଦୁର୍ଗମ ଅଙ୍କାବଙ୍କା ରାସ୍ତା ଓ ୮.୫ କି.ମି ପାହାଡ଼ ଚଢ଼ି ଜଳପ୍ରପାତ ନିକଟରେ ପହଞ୍ଚିଥିଲେ ସଂଗଠନର ସଦସ୍ୟ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ବର ଭଞ୍ଜ, ବିଶ୍ବଜିତ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ।
Trending
- ବ୍ୟାଙ୍କ୍ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି: ନିଖୋଜ ପଛର ରହସ୍ୟରୁ ପରଦା ହଟିବ କେବେ?
- ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତିଙ୍କୁ ବୁଝାଏ?
- ଅଧାରୁ ଅଶାନ୍ତ: ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିବାଦ
- ଡେଙ୍ଗୁ ମଶାର ଚରିତ୍ର ବଦଳିଲା ରାତିରେ ବି କାମୁଡ଼ୁଛନ୍ତି: ଡେଙ୍ଗୁ ବଢ଼ିବା ପଛରେ ଏଡିସ୍ ଆଲ୍ବୋପିକ୍ଟସ୍ ମଶା
- ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ଜାରି ହେବ ସମନ
- ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ
- ଉଚ୍ଚଶିକ୍ଷାରେ ଅଧ୍ୟାପକ ସଙ୍କଟକୁ ନେଇ ଉଦ୍ବେଗ: ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ
- ଜିଏସ୍ଟି ଠକେଇର ପେଣ୍ଠ ପାଲଟିଛି ରାଉରକେଲା: ୮.୭୦ କୋଟି ଟଙ୍କା ଠକି ବ୍ୟବସାୟୀ ଗିରଫ
Thursday, September 28