ଅପରାଧ ରାଜ୍ୟ

ବେପାରୀ ଖସୁଛନ୍ତି, ନିଶାଡ଼ି ଫସୁଛନ୍ତି: ବ୍ରାଉନ୍‌ସୁଗାର୍‌ ଆଁରେ ନୟାଗଡ଼, ପାଞ୍ଚ ବର୍ଷରେ ୧୯୦ ଗିରଫ

ନୟାଗଡ଼: ମାତ୍ର ୫ ବର୍ଷରେ ନୟାଗଡ଼ ଜିଲ୍ଲାରେ ବ୍ରାଉନ୍‌ସୁଗ‌ାର୍‌ କାୟା ବିସ୍ତାର କଲାଣି। ମଦ, ଗଞ୍ଜେଇ ଯେଭଳି ଗଳିକନ୍ଦିରେ ମିଳେ, ବ୍ରାଉନ୍‌ସୁଗାର୍‌ ମଧ୍ୟ ସେହିଭଳି ଉପଲବ୍ଧ ହେଲାଣି। ଏହି ମାରାତ୍ମକ ନିଶା ଥରେ ସେବନ କଲେ ଛାଡ଼ିବା ଅସମ୍ଭବ। ଅଧିକାଂଶ ଯୁବକ ଏହି ନିଶା ମାୟାରେ ପଡ଼ିଥିବା ବେଳେ, ଏହାକୁ ଖାଇବାକୁ ଚୋରି, ଲୁଟ୍‌ ଭଳି ଘଟଣା ଘଟାଇବାକୁ ମଧ୍ୟ ଏମାନେ ପଛାଉନାହାନ୍ତି। ବ୍ରାଉନ୍‌ସୁଗାର୍‌ କ‌ାରବାର ଉପରେ ରୋକ୍‌ ଲଗାଇବାକୁ ତତ୍କାଳୀନ ଏସ୍‌ପି ସିଦ୍ଧାର୍ଥ କଟାରିଆ ଏକ ‌ସ୍ପେଶାଲ ସ୍କ୍ବାଡ୍‌ ଗଠନ କରିଥି‌ଲେ, ଉଣାଅଧିକେ ଏହି ସ୍କ୍ବାଡ୍‌ ପାଇଁ ବ୍ରାଉନ୍‌ସୁଗାର୍‌ ବେପାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଥିଲା। କିନ୍ତୁ ଏହି ସ୍କ୍ବାଡ୍‌ ପ୍ରାୟ ବର୍ଷେ ହେବ ନିଷ୍କ୍ରିୟ ପାଲଟିଛି। ବ୍ରାଉନ୍‌ସୁଗାର ନେଇ ଆଉ ତନାଘନା ନାହିଁ।

ଖବର ମୁତାବକ, ନୟା‌ଗଡ଼ ଟାଉନ୍‌ ଥାନା ନିକଟସ୍ଥ ଏକ ଗ୍ରାମ, ସହର ମଧ୍ୟରେ ଥିବା ଏକ ବସ୍ତିରେ ଏହି ବେପାର ବେଶ୍‌ ଜମୁଥିବା ଦେଖାଯାଇଛି। ୨୦୧୮ରେ ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ ନୟାଗଡ଼ ଟାଉନ୍‌ ଥାନା ଅଞ୍ଚଳରୁ ବ୍ରାଉନ୍‌ସୁଗାର୍‌ କାରବାର ଅଭିଯୋଗରେ ୨ ଜଣ କଲେଜ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ଏହା ପରଠାରୁ ଧୀରେ ଧୀ‌ରେ ଏହି କାରବାର ବଢ଼ିଚାଲିଛି। ଗତ ବିଧାନସଭା ଅଧିବେଶନରେ ସରକାର ରଖିଥିବା ଉତ୍ତର ମୁତାବକ, ରାଜ୍ୟରେ ୨୦୧୮ରୁ ୨୦୨୨ ମଧ୍ୟରେ ବ୍ରାଉନ୍‌ସୁଗାର୍‌ କାରବାର ଅଭିଯୋଗ‌ରେ ୨୫୯୧ ଜଣ ଗିରଫ ହୋଇଛନ୍ତି। ଯାହା ମଧ୍ୟରେ ନୟାଗଡ଼ ଜିଲ୍ଲା‌ରୁ ୧୯୦ ଜଣ ଗିରଫ ହୋଇଛନ୍ତି। ନୟାଗଡ଼ ଜିଲ୍ଲାରେ ୨୦୧୮ରେ ୫ ଜଣ ଗିରଫ ହୋଇଥିବା ବେଳେ, ୧ ଗ୍ରାମ୍‌ ୪ ମିଲିଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଥିଲା। ୨୦୧୯ରେ ଜ‌ଣେ ମହିଳାଙ୍କ ସମେତ ୧୯ ଜଣ ଗିରଫ ହୋଇଥିବା ବେଳେ ମୋଟ୍‌ ୧୨ ଗ୍ରାମ୍‌ ୨୪୦ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିଲା। ସେହିଭଳି ୨୦୨୦ରେ ୩୦ ଜଣ ଗିରଫ ହୋଇଥିବା ବେଳେ, ୧୬ ଗ୍ରାମ୍‌ ୩୧୩ ମିଲିଗ୍ରାମ୍‌ ଓ ୨୦୨୧ରେ ୨ ଜଣ ମହିଳାଙ୍କ ସମେତ ସମୁଦାୟ ୮୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୫୮ ଗ୍ରାମ୍‌ ୫୦ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ କରାଯାଇଥିଲା। ୨୦୨୨ରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୧୧୨ ଗ୍ରାମ୍‌ ୯୦ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିଲା।

୨୦୨୩ରେ କିନ୍ତୁ ବ୍ରାଉନ୍‌ସୁଗାର୍‌ ମାମଲା ହେଉ ବା ଗିରଫ ଘଟଣା କାଁ ଭାଁ ଦେଖିବାକୁ ମିଳୁଛି। ଖୋର୍ଦ୍ଧା, ବାଲେଶ୍ବରରୁ ନୟାଗଡ଼ ସହର ତଥା ଜିଲ୍ଲାକୁ ବ୍ରାଉନ୍‌ସୁଗାର୍‌ ଚାଲାଣ ହେଉଛି। ତେବେ ପୁଲିସ ଅଧିକାଂଶ ସମୟରେ ନିଶାଡ଼ିମାନଙ୍କୁ ଗିରଫ କରୁଥିବା ବେ‌ଳେ, ବେପାରୀ ସହିତ ସଲାସୁତରା କରୁଥିବା ‌ଜନୈକ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କଠାରୁ ସୂଚନା ମିଳିଛି। ବ୍ରାଉନ୍‌ସୁଗାର୍‌ ଧରିବାକୁ ସ୍ପେଶାଲ ସ୍କ୍ବାଡ୍‌ ଗଠନ କରି ତତ୍‌କାଳୀନ ଏସ୍‌ପି ଶ୍ରୀ କଟାରିଆ ଦେଖାଇଥିବା ତତ୍ପରତା ଆଉ ଦେଖିବାକୁ ମିଳୁନାହିଁ। ଏ ସମ୍ପର୍କରେ ନୂତନ ଏସ୍‌ପି ରାହୁଲ ଜୈନଙ୍କୁ ପଚାରିବାରୁ ବ୍ରାଉନ୍‌ସୁଗାର୍‌ କାରବାର ନେଇ ଅନୁଧ୍ୟାନ କରିବି ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।