Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ବେପାରୀ ଖସୁଛନ୍ତି, ନିଶାଡ଼ି ଫସୁଛନ୍ତି: ବ୍ରାଉନ୍‌ସୁଗାର୍‌ ଆଁରେ ନୟାଗଡ଼, ପାଞ୍ଚ ବର୍ଷରେ ୧୯୦ ଗିରଫ
    ଅପରାଧ

    ବେପାରୀ ଖସୁଛନ୍ତି, ନିଶାଡ଼ି ଫସୁଛନ୍ତି: ବ୍ରାଉନ୍‌ସୁଗାର୍‌ ଆଁରେ ନୟାଗଡ଼, ପାଞ୍ଚ ବର୍ଷରେ ୧୯୦ ଗିରଫ

    NewsLaxmi7By NewsLaxmi7August 16, 2023Updated:August 16, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୟାଗଡ଼: ମାତ୍ର ୫ ବର୍ଷରେ ନୟାଗଡ଼ ଜିଲ୍ଲାରେ ବ୍ରାଉନ୍‌ସୁଗ‌ାର୍‌ କାୟା ବିସ୍ତାର କଲାଣି। ମଦ, ଗଞ୍ଜେଇ ଯେଭଳି ଗଳିକନ୍ଦିରେ ମିଳେ, ବ୍ରାଉନ୍‌ସୁଗାର୍‌ ମଧ୍ୟ ସେହିଭଳି ଉପଲବ୍ଧ ହେଲାଣି। ଏହି ମାରାତ୍ମକ ନିଶା ଥରେ ସେବନ କଲେ ଛାଡ଼ିବା ଅସମ୍ଭବ। ଅଧିକାଂଶ ଯୁବକ ଏହି ନିଶା ମାୟାରେ ପଡ଼ିଥିବା ବେଳେ, ଏହାକୁ ଖାଇବାକୁ ଚୋରି, ଲୁଟ୍‌ ଭଳି ଘଟଣା ଘଟାଇବାକୁ ମଧ୍ୟ ଏମାନେ ପଛାଉନାହାନ୍ତି। ବ୍ରାଉନ୍‌ସୁଗାର୍‌ କ‌ାରବାର ଉପରେ ରୋକ୍‌ ଲଗାଇବାକୁ ତତ୍କାଳୀନ ଏସ୍‌ପି ସିଦ୍ଧାର୍ଥ କଟାରିଆ ଏକ ‌ସ୍ପେଶାଲ ସ୍କ୍ବାଡ୍‌ ଗଠନ କରିଥି‌ଲେ, ଉଣାଅଧିକେ ଏହି ସ୍କ୍ବାଡ୍‌ ପାଇଁ ବ୍ରାଉନ୍‌ସୁଗାର୍‌ ବେପାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଥିଲା। କିନ୍ତୁ ଏହି ସ୍କ୍ବାଡ୍‌ ପ୍ରାୟ ବର୍ଷେ ହେବ ନିଷ୍କ୍ରିୟ ପାଲଟିଛି। ବ୍ରାଉନ୍‌ସୁଗାର ନେଇ ଆଉ ତନାଘନା ନାହିଁ।

    ଖବର ମୁତାବକ, ନୟା‌ଗଡ଼ ଟାଉନ୍‌ ଥାନା ନିକଟସ୍ଥ ଏକ ଗ୍ରାମ, ସହର ମଧ୍ୟରେ ଥିବା ଏକ ବସ୍ତିରେ ଏହି ବେପାର ବେଶ୍‌ ଜମୁଥିବା ଦେଖାଯାଇଛି। ୨୦୧୮ରେ ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ ନୟାଗଡ଼ ଟାଉନ୍‌ ଥାନା ଅଞ୍ଚଳରୁ ବ୍ରାଉନ୍‌ସୁଗାର୍‌ କାରବାର ଅଭିଯୋଗରେ ୨ ଜଣ କଲେଜ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ଏହା ପରଠାରୁ ଧୀରେ ଧୀ‌ରେ ଏହି କାରବାର ବଢ଼ିଚାଲିଛି। ଗତ ବିଧାନସଭା ଅଧିବେଶନରେ ସରକାର ରଖିଥିବା ଉତ୍ତର ମୁତାବକ, ରାଜ୍ୟରେ ୨୦୧୮ରୁ ୨୦୨୨ ମଧ୍ୟରେ ବ୍ରାଉନ୍‌ସୁଗାର୍‌ କାରବାର ଅଭିଯୋଗ‌ରେ ୨୫୯୧ ଜଣ ଗିରଫ ହୋଇଛନ୍ତି। ଯାହା ମଧ୍ୟରେ ନୟାଗଡ଼ ଜିଲ୍ଲା‌ରୁ ୧୯୦ ଜଣ ଗିରଫ ହୋଇଛନ୍ତି। ନୟାଗଡ଼ ଜିଲ୍ଲାରେ ୨୦୧୮ରେ ୫ ଜଣ ଗିରଫ ହୋଇଥିବା ବେଳେ, ୧ ଗ୍ରାମ୍‌ ୪ ମିଲିଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଥିଲା। ୨୦୧୯ରେ ଜ‌ଣେ ମହିଳାଙ୍କ ସମେତ ୧୯ ଜଣ ଗିରଫ ହୋଇଥିବା ବେଳେ ମୋଟ୍‌ ୧୨ ଗ୍ରାମ୍‌ ୨୪୦ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିଲା। ସେହିଭଳି ୨୦୨୦ରେ ୩୦ ଜଣ ଗିରଫ ହୋଇଥିବା ବେଳେ, ୧୬ ଗ୍ରାମ୍‌ ୩୧୩ ମିଲିଗ୍ରାମ୍‌ ଓ ୨୦୨୧ରେ ୨ ଜଣ ମହିଳାଙ୍କ ସମେତ ସମୁଦାୟ ୮୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୫୫୮ ଗ୍ରାମ୍‌ ୫୦ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ କରାଯାଇଥିଲା। ୨୦୨୨ରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୧୧୨ ଗ୍ରାମ୍‌ ୯୦ ମିଲିଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିଲା।

    ୨୦୨୩ରେ କିନ୍ତୁ ବ୍ରାଉନ୍‌ସୁଗାର୍‌ ମାମଲା ହେଉ ବା ଗିରଫ ଘଟଣା କାଁ ଭାଁ ଦେଖିବାକୁ ମିଳୁଛି। ଖୋର୍ଦ୍ଧା, ବାଲେଶ୍ବରରୁ ନୟାଗଡ଼ ସହର ତଥା ଜିଲ୍ଲାକୁ ବ୍ରାଉନ୍‌ସୁଗାର୍‌ ଚାଲାଣ ହେଉଛି। ତେବେ ପୁଲିସ ଅଧିକାଂଶ ସମୟରେ ନିଶାଡ଼ିମାନଙ୍କୁ ଗିରଫ କରୁଥିବା ବେ‌ଳେ, ବେପାରୀ ସହିତ ସଲାସୁତରା କରୁଥିବା ‌ଜନୈକ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କଠାରୁ ସୂଚନା ମିଳିଛି। ବ୍ରାଉନ୍‌ସୁଗାର୍‌ ଧରିବାକୁ ସ୍ପେଶାଲ ସ୍କ୍ବାଡ୍‌ ଗଠନ କରି ତତ୍‌କାଳୀନ ଏସ୍‌ପି ଶ୍ରୀ କଟାରିଆ ଦେଖାଇଥିବା ତତ୍ପରତା ଆଉ ଦେଖିବାକୁ ମିଳୁନାହିଁ। ଏ ସମ୍ପର୍କରେ ନୂତନ ଏସ୍‌ପି ରାହୁଲ ଜୈନଙ୍କୁ ପଚାରିବାରୁ ବ୍ରାଉନ୍‌ସୁଗାର୍‌ କାରବାର ନେଇ ଅନୁଧ୍ୟାନ କରିବି ବୋଲି କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର: ଟଙ୍କା ଅଣ୍ଟୁନିର ଆଳ ଦେଖାଇ ବନ୍ଧ୍ୟାକରଣ ଧିମା
    Next Article ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ସ୍ବତନ୍ତ୍ର କ୍ୟାବିନ୍‌ ପାଲଟିଛି ଗୋଦାମ, ରୋଗୀଙ୍କ ପାଇଁ ନିଘା ନାହିଁ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସିରମ୍‌ରେ କେମିତି ଚାଲିଛି ‘କୋଭିସିଲ୍‌ଡ’ର ପ୍ରସ୍ତୁତି

    January 1, 2021

    କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ବଢିବ ମହଙ୍ଗା ଭତ୍ତା, ଆକଳନ କହୁଛି ଏହି ତାରିଖରୁ ଲାଗୁହେବ ବଡ ନିଷ୍ପତ୍ତି

    November 16, 2020

    ବିଶ୍ବକପ : ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ବାଂଲାଦେଶ

    October 27, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.