ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ବୋଲ ମାନୁନି ଡେଙ୍ଗୁ: ୫୫୦ ଛୁଇଁଲା, ୨୪ ଘଣ୍ଟାରେ ୪୭ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ବୋଲ ମାନୁନି। ଦିନକୁ ଦିନ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଦୁଇ ସପ୍ତାହ ତଳେ ଦିନକୁ ହାରାହାରି ୩୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦ ଛୁଇଁବାକୁ ବସିଛି। ସୋମବାର ୪୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ୪୬ ଓ ଆଜି ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହିସାବକୁ ନେଲେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି। ସମଗ୍ର ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ୫୦% କେବଳ ଭୁବନେଶ୍ବରରୁ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ବିଏମ୍‌ସି ଯେତେ ସବୁ କାର୍ଯ୍ୟକ୍ରମ କରୁଛି ସବୁ ଯେମିତି ଫସର ଫାଟି ଯାଉଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୭ ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ରୋଗୀ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଥିବା ୧୦ଟି ବେଡ୍‌କୁ ୭୦କୁ ବୃଦ୍ଧି କରାଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ନମୁନା ପରୀକ୍ଷା ସଂଖ୍ୟା ବଢ଼ିଛି। ଏଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ଶଯ୍ୟା ବୃଦ୍ଧି କରାଯାଇଛି। ଦିନକରେ ୨୧ ଆକ୍ରାନ୍ତ ସୁସ୍ଥ ହେଉଥିବା ସେ ସୂଚନା ଦେଇଛନ୍ତି। ବିଏମ୍‌ସିର ସୂଚନା ମୁତାବକ, ନୂଆପଲ୍ଲୀ ପୂର୍ବବତ୍‌ ହଟସ୍ପଟ୍ ରହିଛି। ଚଳିତ ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ନୂଆପଲ୍ଲୀ ଅଞ୍ଚଳରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ପରେ ରହିଛି ୟୁନିଟ୍-୯। ଏହି ଅଞ୍ଚଳରୁ ଆଜି ପର୍ଯ୍ୟନ୍ତ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜୟଦେବ ବିହାରରୁ ୨୫, ସତ୍ୟନଗରରୁ ୨୪, ବରମୁଣ୍ଡା ଓ ସହିଦନଗରରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ରହିଥିବା ବେଳେ ପୋଖରୀପୁଟ୍‌, ସୁନ୍ଦରପଦା, ଜାଗମରା, ଖଣ୍ଡଗିରି, ଉଦୟଗିରି ବିହାର, ୟୁନିଟ୍‌-୩ ପ୍ରଭୃତି ଅଞ୍ଚଳରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ସୀମିତ ରହିଛି। ଲଗାଣ ବର୍ଷା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିବାରୁ ଏଥିପାଇଁ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ଅଗଷ୍ଟ ମାସରେ ଭୁବନେଶ୍ବରରେ ଦୈନିକ ୫୦ରୁ ୬୦ ରୋଗୀ ଚିହ୍ନଟ ହେଉଥିବା ରେକର୍ଡ ରହିଛି। ଏବର ସ୍ଥିତିକୁ ଅନୁଧ୍ୟାନ କଲେ ପୂର୍ବବର୍ଷର ସ୍ଥିତି ସହ ସମାନ ହେବାକୁ ଯାଉଛି। ଏଣୁ ବିଏମ୍‌ସି ଏ ନେଇ ପୂର୍ବବର୍ଷ ତୁଳନାରେ ସେଭଳି ତତ୍ପରତା ପ୍ରକାଶ କରିନଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।