Subscribe to Updates

    Get the latest creative news from FooBar about art, design and business.

    What's Hot

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    Facebook X (Twitter) Instagram
    Trending
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ରାଜଧାନୀରେ ବୋଲ ମାନୁନି ଡେଙ୍ଗୁ: ୫୫୦ ଛୁଇଁଲା, ୨୪ ଘଣ୍ଟାରେ ୪୭ ଆକ୍ରାନ୍ତ
    ରାଜ୍ୟ

    ରାଜଧାନୀରେ ବୋଲ ମାନୁନି ଡେଙ୍ଗୁ: ୫୫୦ ଛୁଇଁଲା, ୨୪ ଘଣ୍ଟାରେ ୪୭ ଆକ୍ରାନ୍ତ

    NewsLaxmi7By NewsLaxmi7August 3, 2023Updated:August 3, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ବୋଲ ମାନୁନି। ଦିନକୁ ଦିନ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଦୁଇ ସପ୍ତାହ ତଳେ ଦିନକୁ ହାରାହାରି ୩୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦ ଛୁଇଁବାକୁ ବସିଛି। ସୋମବାର ୪୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ୪୬ ଓ ଆଜି ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହିସାବକୁ ନେଲେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି। ସମଗ୍ର ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ୫୦% କେବଳ ଭୁବନେଶ୍ବରରୁ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ବିଏମ୍‌ସି ଯେତେ ସବୁ କାର୍ଯ୍ୟକ୍ରମ କରୁଛି ସବୁ ଯେମିତି ଫସର ଫାଟି ଯାଉଛି।

    ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୭ ଜଣ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ରୋଗୀ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଥିବା ୧୦ଟି ବେଡ୍‌କୁ ୭୦କୁ ବୃଦ୍ଧି କରାଯାଇଛି। ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ନମୁନା ପରୀକ୍ଷା ସଂଖ୍ୟା ବଢ଼ିଛି। ଏଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ଶଯ୍ୟା ବୃଦ୍ଧି କରାଯାଇଛି। ଦିନକରେ ୨୧ ଆକ୍ରାନ୍ତ ସୁସ୍ଥ ହେଉଥିବା ସେ ସୂଚନା ଦେଇଛନ୍ତି। ବିଏମ୍‌ସିର ସୂଚନା ମୁତାବକ, ନୂଆପଲ୍ଲୀ ପୂର୍ବବତ୍‌ ହଟସ୍ପଟ୍ ରହିଛି। ଚଳିତ ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ନୂଆପଲ୍ଲୀ ଅଞ୍ଚଳରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ପରେ ରହିଛି ୟୁନିଟ୍-୯। ଏହି ଅଞ୍ଚଳରୁ ଆଜି ପର୍ଯ୍ୟନ୍ତ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜୟଦେବ ବିହାରରୁ ୨୫, ସତ୍ୟନଗରରୁ ୨୪, ବରମୁଣ୍ଡା ଓ ସହିଦନଗରରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ଭୁବନେଶ୍ବରରୁ ୧୨ ଜଣ ଆକ୍ରାନ୍ତ ରହିଥିବା ବେଳେ ପୋଖରୀପୁଟ୍‌, ସୁନ୍ଦରପଦା, ଜାଗମରା, ଖଣ୍ଡଗିରି, ଉଦୟଗିରି ବିହାର, ୟୁନିଟ୍‌-୩ ପ୍ରଭୃତି ଅଞ୍ଚଳରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ସୀମିତ ରହିଛି। ଲଗାଣ ବର୍ଷା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଥିବାରୁ ଏଥିପାଇଁ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି।

    ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ଅଗଷ୍ଟ ମାସରେ ଭୁବନେଶ୍ବରରେ ଦୈନିକ ୫୦ରୁ ୬୦ ରୋଗୀ ଚିହ୍ନଟ ହେଉଥିବା ରେକର୍ଡ ରହିଛି। ଏବର ସ୍ଥିତିକୁ ଅନୁଧ୍ୟାନ କଲେ ପୂର୍ବବର୍ଷର ସ୍ଥିତି ସହ ସମାନ ହେବାକୁ ଯାଉଛି। ଏଣୁ ବିଏମ୍‌ସି ଏ ନେଇ ପୂର୍ବବର୍ଷ ତୁଳନାରେ ସେଭଳି ତତ୍ପରତା ପ୍ରକାଶ କରିନଥିବା କୁହାଯାଉଛି।

    Share. Facebook Twitter LinkedIn WhatsApp Email
    Previous Article୩ ଦଫା ଦାବି ହାସଲ ପାଇଁ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ
    Next Article ବର୍ଷା ଆଣିଲା ବନ୍ୟା: ବୈତରଣୀ ସ୍ଥିତି ଗମ୍ଭୀର, ବ୍ରାହ୍ମଣୀ ଧୀରେ ଧୀରେ ଫୁଲୁଛି
    NewsLaxmi7
    • Website

    Related Posts

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ନୂଆଦିଲ୍ଲୀ/ଭୁବନେଶ୍ୱର: ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରତିଭା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ। ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ…

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ରାଜ୍ୟରେ ଚିହ୍ନଟ ହେଲେ ୬୩୮ କରୋନା ସଂକ୍ରମିତ, ୩୧୩୯୬୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

    November 22, 2020

    କୋଭିଡ଼ ସ୍ଥିତିର ସମୀକ୍ଷା କରାଯାଉଛି, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

    February 17, 2022

    ହନିଟ୍ରାପ୍‌ର ଶିକାର ବାୟୁସେନା ଅଧିକାରୀ ଦିଲ୍ଲୀରେ ଗିରଫ: ପାକିସ୍ତାନକୁ ଦେଇଛନ୍ତି ସେନାର ଗୁପ୍ତ ତଥ୍ୟ

    May 13, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.