ରାଜ୍ୟ ସ୍ପେଶାଲ ରିପୋର୍ଟ

ସୌଜନ୍ୟ ଭୁଲିଗଲା ଓଡ଼ିଶା ସାହିତ୍ୟ ଏକାଡେମି

ଭୁବନେଶ୍ବର : ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦର ୩ ବର୍ଷର କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଏକାଡେମି ପକ୍ଷରୁ ସାଧାରଣ ପରିଷଦକୁ ଭାଙ୍ଗି ଦିଆଯିବା ନେଇ ଏ ପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଏକାଡେମିର ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରୁ ପରିଷଦର ସମସ୍ୟମାନଙ୍କର ମତାମତ ରଖିବା ଅଧିକାରକୁ ପ୍ରତ୍ୟାହୃତ କରି ନିଆଯାଇଛି। ଆଜି ରବିବାର ସତ୍ତ୍ବେ ଏକାଡେମିର ହ୍ବାଟ୍ସ୍‌ ଆପ୍‌ ଗ୍ରୁପ୍‌କୁ ଏକାଡେମିର କର୍ମଚାରୀମାନେ ବନ୍ଦ କରି ଦେବାକୁ ନେଇ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ପୂର୍ବରୁ ଏକାଡେମିର ସଚିବ ପ୍ରବୋଧ ରାଉତଙ୍କର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହେବା ପରେ କାର୍ଯ୍ୟକାରୀ ସଚିବ ଭାବେ ଗତ ଶୁକ୍ରବାର ସୁଚୀସ୍ମିତା ମନ୍ତ୍ରୀଙ୍କୁ ଚୟନ କରାଯାଇଛି। ଶନିବାର ଓ ରବିବାର ସରକାରୀ ଛୁଟିଥିବାରୁ ଶ୍ରୀମତୀ ମନ୍ତ୍ରୀ ଏଯାଏଁ ଦାୟିତ୍ବ ଗ୍ରହଣ କରିନାହାନ୍ତି। ଏଣୁ କାହା ନିର୍ଦ୍ଦେଶରେ ସଦସ୍ୟମାନଙ୍କୁ ଏକାଡେମି ହ୍ବା‌ଟ୍‌ସ୍‌ ଆପ୍‌ ଗ୍ରୁପ୍‌ରେ ମତ ରଖିବାର ଅଧିକାର ଛଡ଼ାଇ ନିଆଗଲା ସେ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଏକାଡେମି ପକ୍ଷରୁ ନିଜ ସଦସ୍ୟ ତଥା ଓଡ଼ିଶାର ସାହିତ୍ୟିକମାନଙ୍କୁ ଏ କି ପ୍ରକାର ସମ୍ମାନ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଏନେଇ ସାଧାରଣ ପରିଷଦର ସଦସ୍ୟ ନୃସିଂହ ଷଡ଼ଙ୍ଗୀ କହିଛନ୍ତି, ସାହିତ୍ୟ ଏକାଡେମିର ସମ୍ବିଧାନରେ ଉଲ୍ଲେଖ ରହିଛି ଯେ ସାଧାରଣ ପରିଷଦର କାର୍ଯ୍ୟକାଳ ସରିବାର ୩ ମାସ ପୂର୍ବରୁ ଏକାଡେମିର ସଚିବ ଏ ସମ୍ପର୍କରେ ପରିଷଦର ସମସ୍ତ ସଦସ୍ୟଙ୍କୁ ଅବଗତ କରାଇବେ। କିନ୍ତୁ ତାହା କରାଯାଇନଥିବାରୁ ଏହା ସମ୍ବିଧାନର ଉଲଂଘନ। ଏହାବାଦ୍‌ ସାଧାରଣ ପରିଷଦ ଭାଙ୍ଗିବା ନେଇ ସରକାର କୌଣସି ‌ବିଜ୍ଞନ୍ତି ମଧ୍ୟ ପ୍ରକାଶ କରିନାହାନ୍ତି। ଏଣୁ ଏକାଡେମିର ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ ଆଡ୍‌ମିନ୍‌ମାନେ ପରିଷଦର ସଦସ୍ୟମାନଙ୍କଠାରୁ ମତ ରଖିବାର ଅଧିକାରକୁ ପ୍ରତ୍ୟାହାର ‌କରି ନେବା ଅତି ଅଶୋଭନୀୟ ଓ ଅବୈଧାନିକ। ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ କହିଛନ୍ତି। ସଚିବ କାର୍ଯ୍ୟରେ ଯୋଗ ଦେଇ ନଥିବା ବେଳେ ଏବଂ ଆଜି ରବିବାର ସତ୍ତ୍ବେ ଆଡ୍‌ମିନ୍‌ଙ୍କୁ ଏଭଳି କାର୍ଯ୍ୟ କରିବାକୁ କିଏ କ୍ଷମତା ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।