ରାଜ୍ୟ ସ୍ପେଶାଲ ରିପୋର୍ଟ

ବିହନ ସଂଗ୍ରହ କରି ଡ୍ରୋନ୍‌ରେ ବୁଣନ୍ତି ସହଦେବ

ବଲାଙ୍ଗୀର,(ପ୍ରଶାନ୍ତ କୁମାର ମିଶ୍ର): ସାଙ୍ଗସାଥୀ ଯାହାକୁ ଭେଟିଲେ କହନ୍ତି ‘ଘରେ ଯେଉଁ ଫଳମୂଳ ଖାଉଛନ୍ତି ତାର ବିହନକୁ ସଂଗ୍ରହ କରି ରଖିଥିବେ, ନଷ୍ଟ କରିବେ ନାହିଁ। ବର୍ଷା ଋତୁ ଆସିଲେ ସେହି ବିହନକୁ ସାଙ୍ଗସାଥୀଙ୍କ ଘରୁ ସଂଗ୍ରହ କରିଥାନ୍ତି ସହଦେବ ପ୍ରଧାନ। ବିଭିନ୍ନ ଉପାୟରେ ବିହନରୁ ଗଛ ସୃଷ୍ଟି କରିବା ସହଦେବଙ୍କ ନିଶା ହୋଇଯାଇଛି। ଏଥିରେ ସେ କେବଳ ନୁହନ୍ତି, ତାଙ୍କ ସ୍ତ୍ରୀ ରୋଜି ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅ ସୀମମ୍‌ ମଧ୍ୟ ସହଯୋଗ କରିଥାନ୍ତି। ତାଙ୍କର ଏହି ମହତ୍‌ କାମରେ ବହୁ ବନ୍ଧୁ ମଧ୍ୟ ହାତ ମିଳାଇ ସାରିଛନ୍ତି।

ବଲାଙ୍ଗୀର ଇନ୍ଦିରାନଗରରେ ରହୁଥିବା ସହେଦେବ ପେସାରେ ଜଣେ କଣ୍ଟ୍ରାକ୍ଟର। ବର୍ଷା ଦିନ ସେ ‘ମିସନ ରବିବାର’ ଆରମ୍ଭ କରନ୍ତି। ଏହି କାର୍ଯ୍ୟ ଦିନକର କି ମାସକର ନୁହେଁ, ଏହାକୁ ସେ ଜାରି ରଖିଛନ୍ତି ୧୯୯୦ ମସିହାରୁ। ‘ବୃକ୍ଷ ବିନା ଜୀବନ ଅସମ୍ଭବ ଏହି ବାର୍ତ୍ତା ସେ ସବୁବେଳେ ଦେବାକୁ ଚାହାନ୍ତି। ପୁଲିସ ବିଭାଗରେ କନେଷ୍ଟବଳ ଚାକିରି କରୁଥିବା ତାଙ୍କ ପିତା ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ପ୍ରେରଣାରେ ସେ ଏହି କାମ ଆରମ୍ଭ କରିଥିଲେ। ପିତାଙ୍କ କହିବାନୁସାରେ ଘରେ ଥିବା ବର ଓ ପିପ୍ପଳ ଗଛକୁ ଆର୍‌ଟିଓ ଅଫିସ ଗୋରୁବଜାରଠାରେ ପୋତି ଏହାର ସେବା କରିଥିଲେ। ଏହି କାର୍ଯ୍ୟ ହିଁ ତାଙ୍କୁ ପ୍ରେରଣା ଦେଇଥିଲା। ସେହି ବୃକ୍ଷ ଏବେ ମହାମେରୁ ହୋଇ ଯାଇଛି। ଅଧିକ ବର୍ଷ ବଞ୍ଚି ରହେ ବୋଲି ରାସ୍ତାକଡ଼ ଓ ଜନବସତି ଅପେକ୍ଷା ସେ ଜଙ୍ଗଲରେ ବୃକ୍ଷ ଲଗାଇବାକୁ ଅଧିକ ପସନ୍ଦ କରନ୍ତି।

ବିହନ ସଂଗ୍ରହ କରିବା ପରେ ପରିବାର ସଦସ୍ୟଙ୍କ ସହିତ ତାକୁ ମାଟି ଗୋଳାରେ ଭର୍ତ୍ତି କରି ଶୁଖାଇଥାନ୍ତି ଓ ରବିବାର ଦିନ ତାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥାନ୍ତି। ବର ଓ ପିପ୍ପଳ ଗଛ ସହିତ ଧାର୍ମିକ ଭାବନା ଥିବାରୁ ଏହାକୁ କେହି କାଟୁନଥିବା ବେଳେ ଏଥିରୁ ଭରପୂର ଅମ୍ଳଜାନ ମିଳୁଥିବା ସହିତ ଏହା ପକ୍ଷୀଙ୍କ ବାସୋପଯୋଗୀ ହୋଇଥାଏ। ଏବେ ସେ ଭଡ଼ାରେ ଏକ ଡ୍ରୋନ୍‌ ଆ‌ଣି ପ୍ରସ୍ତୁତ କରିଥିବା ବିହନକୁ ନିକଟସ୍ଥ ଜଙ୍ଗଲ ପାଖକୁ ଯାଇ ଆକାଶ ମାର୍ଗରୁ ତଳକୁ ପକାଇଥାନ୍ତି। ଜୀବନରେ ଏମିତି କେତେ ଯେ ଗଛ ଲଗାଇଛନ୍ତି ତାର ହିସାବ ସେ ରଖି ନାହାନ୍ତି କି କେବେ କୌଣସି ପୁରସ୍କାର ପଛରେ ଧାଇଁ ନାହାନ୍ତି। ପ୍ରଚାର ଓ ପ୍ରସାର ଠାରୁ ମଧ୍ୟ ସେ ବହୁ ଦୂରରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।