Subscribe to Updates

    Get the latest creative news from FooBar about art, design and business.

    What's Hot

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023
    Facebook X (Twitter) Instagram
    Trending
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ବିହନ ସଂଗ୍ରହ କରି ଡ୍ରୋନ୍‌ରେ ବୁଣନ୍ତି ସହଦେବ
    ରାଜ୍ୟ

    ବିହନ ସଂଗ୍ରହ କରି ଡ୍ରୋନ୍‌ରେ ବୁଣନ୍ତି ସହଦେବ

    NewsLaxmi7By NewsLaxmi7July 20, 2023Updated:July 20, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବଲାଙ୍ଗୀର,(ପ୍ରଶାନ୍ତ କୁମାର ମିଶ୍ର): ସାଙ୍ଗସାଥୀ ଯାହାକୁ ଭେଟିଲେ କହନ୍ତି ‘ଘରେ ଯେଉଁ ଫଳମୂଳ ଖାଉଛନ୍ତି ତାର ବିହନକୁ ସଂଗ୍ରହ କରି ରଖିଥିବେ, ନଷ୍ଟ କରିବେ ନାହିଁ। ବର୍ଷା ଋତୁ ଆସିଲେ ସେହି ବିହନକୁ ସାଙ୍ଗସାଥୀଙ୍କ ଘରୁ ସଂଗ୍ରହ କରିଥାନ୍ତି ସହଦେବ ପ୍ରଧାନ। ବିଭିନ୍ନ ଉପାୟରେ ବିହନରୁ ଗଛ ସୃଷ୍ଟି କରିବା ସହଦେବଙ୍କ ନିଶା ହୋଇଯାଇଛି। ଏଥିରେ ସେ କେବଳ ନୁହନ୍ତି, ତାଙ୍କ ସ୍ତ୍ରୀ ରୋଜି ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅ ସୀମମ୍‌ ମଧ୍ୟ ସହଯୋଗ କରିଥାନ୍ତି। ତାଙ୍କର ଏହି ମହତ୍‌ କାମରେ ବହୁ ବନ୍ଧୁ ମଧ୍ୟ ହାତ ମିଳାଇ ସାରିଛନ୍ତି।

    ବଲାଙ୍ଗୀର ଇନ୍ଦିରାନଗରରେ ରହୁଥିବା ସହେଦେବ ପେସାରେ ଜଣେ କଣ୍ଟ୍ରାକ୍ଟର। ବର୍ଷା ଦିନ ସେ ‘ମିସନ ରବିବାର’ ଆରମ୍ଭ କରନ୍ତି। ଏହି କାର୍ଯ୍ୟ ଦିନକର କି ମାସକର ନୁହେଁ, ଏହାକୁ ସେ ଜାରି ରଖିଛନ୍ତି ୧୯୯୦ ମସିହାରୁ। ‘ବୃକ୍ଷ ବିନା ଜୀବନ ଅସମ୍ଭବ ଏହି ବାର୍ତ୍ତା ସେ ସବୁବେଳେ ଦେବାକୁ ଚାହାନ୍ତି। ପୁଲିସ ବିଭାଗରେ କନେଷ୍ଟବଳ ଚାକିରି କରୁଥିବା ତାଙ୍କ ପିତା ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ପ୍ରେରଣାରେ ସେ ଏହି କାମ ଆରମ୍ଭ କରିଥିଲେ। ପିତାଙ୍କ କହିବାନୁସାରେ ଘରେ ଥିବା ବର ଓ ପିପ୍ପଳ ଗଛକୁ ଆର୍‌ଟିଓ ଅଫିସ ଗୋରୁବଜାରଠାରେ ପୋତି ଏହାର ସେବା କରିଥିଲେ। ଏହି କାର୍ଯ୍ୟ ହିଁ ତାଙ୍କୁ ପ୍ରେରଣା ଦେଇଥିଲା। ସେହି ବୃକ୍ଷ ଏବେ ମହାମେରୁ ହୋଇ ଯାଇଛି। ଅଧିକ ବର୍ଷ ବଞ୍ଚି ରହେ ବୋଲି ରାସ୍ତାକଡ଼ ଓ ଜନବସତି ଅପେକ୍ଷା ସେ ଜଙ୍ଗଲରେ ବୃକ୍ଷ ଲଗାଇବାକୁ ଅଧିକ ପସନ୍ଦ କରନ୍ତି।

    ବିହନ ସଂଗ୍ରହ କରିବା ପରେ ପରିବାର ସଦସ୍ୟଙ୍କ ସହିତ ତାକୁ ମାଟି ଗୋଳାରେ ଭର୍ତ୍ତି କରି ଶୁଖାଇଥାନ୍ତି ଓ ରବିବାର ଦିନ ତାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥାନ୍ତି। ବର ଓ ପିପ୍ପଳ ଗଛ ସହିତ ଧାର୍ମିକ ଭାବନା ଥିବାରୁ ଏହାକୁ କେହି କାଟୁନଥିବା ବେଳେ ଏଥିରୁ ଭରପୂର ଅମ୍ଳଜାନ ମିଳୁଥିବା ସହିତ ଏହା ପକ୍ଷୀଙ୍କ ବାସୋପଯୋଗୀ ହୋଇଥାଏ। ଏବେ ସେ ଭଡ଼ାରେ ଏକ ଡ୍ରୋନ୍‌ ଆ‌ଣି ପ୍ରସ୍ତୁତ କରିଥିବା ବିହନକୁ ନିକଟସ୍ଥ ଜଙ୍ଗଲ ପାଖକୁ ଯାଇ ଆକାଶ ମାର୍ଗରୁ ତଳକୁ ପକାଇଥାନ୍ତି। ଜୀବନରେ ଏମିତି କେତେ ଯେ ଗଛ ଲଗାଇଛନ୍ତି ତାର ହିସାବ ସେ ରଖି ନାହାନ୍ତି କି କେବେ କୌଣସି ପୁରସ୍କାର ପଛରେ ଧାଇଁ ନାହାନ୍ତି। ପ୍ରଚାର ଓ ପ୍ରସାର ଠାରୁ ମଧ୍ୟ ସେ ବହୁ ଦୂରରେ।

    Share. Facebook Twitter LinkedIn WhatsApp Email
    Previous Articleଶ୍ରୀମନ୍ଦିର ଚାରିଦ୍ବାର ନ ଖୋଲିଲେ ଆନ୍ଦୋଳନ: ମୁହଁ ଖୋଲିଲେ ବିଧାୟକ, ଦେଲେ ୭ ଦିନର କଣ୍ଟ
    Next Article ଆଜି ଲଘୁଚାପ: ୨୪ ତାରିଖ ଯାଏ ବର୍ଷିବ
    NewsLaxmi7
    • Website

    Related Posts

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଭୁବନେଶ୍ବର: ପିଲା ନ ହେବାରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଥିଲା। ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ପଠାଯିବା ସହ ଶିକ୍ଷକ…

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସୂଚନା କମିସନରଙ୍କ ନାମରେ ମାମଲା , ତଦନ୍ତ ଆରମ୍ଭ

    February 9, 2023

    ବିଦ୍ୟୁତ୍ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ

    May 12, 2023

    ଇଞ୍ଜେକ୍ସନ ଲଗାଇ ବାଇସେପ୍ସ କରିଥିଲେ ଯୁବକ, ୪ ବର୍ଷରେ ଉତୁରିଗଲା ବଡି ବିଲ୍ଡିଂ ନିଶା

    March 8, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.