ରାଜ୍ୟ ସ୍ପେଶାଲ ରିପୋର୍ଟ

ହସ୍ପିଟାଲରେ କେବେ ସୁନିଶ୍ଚିତ ହେବ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନ?

ଭୁବନେଶ୍ବର : ଗତ ମାର୍ଚ୍ଚ ମାସରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ(ପିଆରଏମ୍‌ସିଏଚ୍‌)ରେ ଡାକ୍ତର ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ବ୍ୟବସ୍ଥାର ଆରମ୍ଭ କରିଥିଲେ। ଏହା ଭିତରେ ୩ମାସରୁ ଅଧିକ ସମୟ ବିତିଲାଣି। ଏହି ବ୍ୟବସ୍ଥା କେବଳ କିଛି ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟାନୁଷ୍ଠାନରେ ସୀମିତ ରହିଯାଇଛି। ତେଣୁ ରାଜ୍ୟ ସରକାର କେବେ ସୁଦ୍ଧା ହସ୍ପିଟାଲରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥାନକୁ ସୁନିଶ୍ଚିତ କରିବେ ତାହାକୁ ଅପେକ୍ଷା କରାଯାଇଛି।

ସ୍ବାସ୍ଥ୍ୟାନୁଷ୍ଠାନରେ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ବିଭାଗ ନିକଟରେ ଅଭିଯୋଗ ପହଞ୍ଚିଥିଲା। ତେଣୁ ଡ୍ୟୁଟି ସମୟରେ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ, ଡାକ୍ତରୀ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ। ପ୍ରାଥିମକ ପର୍ଯ୍ୟାୟରେ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପରବର୍ତୀ ସମୟରେ ଅନ୍ୟ ସ୍ବାସ୍ଥ୍ୟାନୁଷ୍ଠାନରେ ଏହାକୁ କାର୍ଯ୍ୟକାରୀ କରାଯିବ। ସେହିପରି ରାଜ୍ୟ ସରକାର ନିକଟରେ ହସ୍ପିଟାଲମାନଙ୍କରେ ‘ଆମ ହସ୍ପିଟାଲ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ ମିଳିବାକୁ ଥିବା ସୁବିଧା ସଂପର୍କରେ ରୋଗୀଙ୍କ ଫିଡ୍‌ବ୍ୟାକ୍ ପାଇଁ ଏକ ଏସ୍‌ଏମ୍‌ଏସ୍‌ ସ୍ତରୀୟ ଆରମ୍ଭ ହେବ। ଉଭୟ ବାୟୋମେଟ୍ରିକ୍ ଓ ଏସ୍‌ଏମ୍‌ଏସ୍‌ ବ୍ୟବସ୍ଥାର ଦାୟିତ୍ବ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍‌)କୁ ଦିଆଯାଇଛି।
ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ବାୟୋମେଟ୍ରିକ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏବେ ପରୀକ୍ଷାମୂଳକ ଭାବେ ହସ୍ପିଟାଲରେ ଏହା ଜାରି ରହିଛି। ତେଣୁ ବାୟୋମେଟ୍ରିକ୍‌ରେ ନିଜର ଉପସ୍ଥାନ ଜାରି କଲେ ମଧ୍ୟ ‌ସମସ୍ତଙ୍କୁ ଖାତାରେ ଦସ୍ତଖତ କରିବା ଲାଗି କୁହାଯାଉଛି।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନୂଆ ନୁହେଁ। ୨୦୧୫ ମସିହାରେ କ୍ୟାପିଟାଲ ହସ୍ପିଟାଲରେ ବାୟୋମେଟ୍ରିକ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ହସ୍ପିଟାଲରେ ୭ଟି ମେସିନ୍ ଲାଗିଥିଲା। ହେଲେ କିଛିଦିନ ଚାଲିବା ପରେ ଏହି ମେସିନ୍‌କୁ ଜାଣିଶୁଣି ଖରାପ କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ କର୍ମଚାରୀଙ୍କ ମାସ ମାସ ଧରି ନିଜର ଉପସ୍ଥାନ ମିଳି ନ ଥିଲା। ଏମିତିକି ଅନେକ ସକାଳୁ ନିଜର ବାୟୋମେଟ୍ରିକ୍‌ରେ ନିଜର ଉପସ୍ଥାନ ଦେଇ ଅନ୍ୟତ୍ର ପଳାଉଥିବା ଅଭିଯୋଗ ହୋଇଥିଲା।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମମତା ବାରିକ୍‌ କହିଛନ୍ତି, ହସ୍ପିଟାଲରେ ମେସିନ୍‌ ଲଗାଇବାର ବ୍ୟବସ୍ଥା ଓକାକ୍‌କୁ ଦିଆଯାଇଛି। କେତୋଟି ହସ୍ପିଟାଲରେ ଆରମ୍ଭ ହୋଇଛି ତାହାର ତଥ୍ୟ ମୋ ପାଖରେ ନାହିଁ। ଏହାର ଟେଣ୍ଡର ଆହ୍ବାନ ପାଇଁ ପ୍ରସ୍ତୁତି ଚାଲୁଛି। ଖୁବଶୀଘ୍ର ଏହି ବ୍ୟବସ୍ଥାର ଅଗ୍ରଗତି ସଂପର୍କିତ ସମୀକ୍ଷା କରାଯିବ ବୋଲି ଶ୍ରୀମତୀ ବାରିକ୍ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ସବୁ ମେଡିକାଲ କଲେଜରେ ଏହା ଚାଲୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପାଇଲଟ ପ୍ରକଳ୍ପରେ ଏହି ବ୍ୟବସ୍ଥା ଜାରି ରହିଛି।

ଏ ସଂପର୍କରେ ଓକାକ୍‌ର ସିଇଓ ମନୋଜ ପଟ୍ଟନାୟକଙ୍କୁ ଯୋଗା‌ଯୋଗ କରାଯାଇଥିଲା। ହେଲେ ଶ୍ରୀ ପଟ୍ଟନାୟକ ଫୋନ୍ ଉଠାଇବା ପରେ ନେଟୱାର୍କ ନ ଥିବା କହିଥିଲେ। ଏକାଧିକ ନମ୍ବରରୁ କଲ୍‌ କରିଥିଲେ ମଧ୍ୟ ସମାନ ବାହାନା କରି ଫୋନ୍ କାଟି ଦେଇଥିଲେ। ପରେ ସବୁ ନମ୍ବରକୁ ବ୍ଲକ୍ କରି ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।