Subscribe to Updates

    Get the latest creative news from FooBar about art, design and business.

    What's Hot

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

    October 3, 2023
    Facebook X (Twitter) Instagram
    Trending
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    • ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
    • ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା
    • ପାକିସ୍ତାନକୁ ସାଉଦି ଆରବର କଡ଼ା ବାର୍ତ୍ତା: ହଜ୍ ଯାତ୍ରା ନାଁରେ ଭିକାରି, ପକେଟମାରୁଙ୍କୁ ପଠାଅ ନାହିଁ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ହସ୍ପିଟାଲରେ କେବେ ସୁନିଶ୍ଚିତ ହେବ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନ?
    ରାଜ୍ୟ

    ହସ୍ପିଟାଲରେ କେବେ ସୁନିଶ୍ଚିତ ହେବ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥାନ?

    NewsLaxmi7By NewsLaxmi7July 18, 2023Updated:July 18, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଗତ ମାର୍ଚ୍ଚ ମାସରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ(ପିଆରଏମ୍‌ସିଏଚ୍‌)ରେ ଡାକ୍ତର ଓ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ବ୍ୟବସ୍ଥାର ଆରମ୍ଭ କରିଥିଲେ। ଏହା ଭିତରେ ୩ମାସରୁ ଅଧିକ ସମୟ ବିତିଲାଣି। ଏହି ବ୍ୟବସ୍ଥା କେବଳ କିଛି ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟାନୁଷ୍ଠାନରେ ସୀମିତ ରହିଯାଇଛି। ତେଣୁ ରାଜ୍ୟ ସରକାର କେବେ ସୁଦ୍ଧା ହସ୍ପିଟାଲରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥାନକୁ ସୁନିଶ୍ଚିତ କରିବେ ତାହାକୁ ଅପେକ୍ଷା କରାଯାଇଛି।

    ସ୍ବାସ୍ଥ୍ୟାନୁଷ୍ଠାନରେ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଅନୁପସ୍ଥିତିକୁ ନେଇ ବିଭାଗ ନିକଟରେ ଅଭିଯୋଗ ପହଞ୍ଚିଥିଲା। ତେଣୁ ଡ୍ୟୁଟି ସମୟରେ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ, ଡାକ୍ତରୀ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ। ପ୍ରାଥିମକ ପର୍ଯ୍ୟାୟରେ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପରବର୍ତୀ ସମୟରେ ଅନ୍ୟ ସ୍ବାସ୍ଥ୍ୟାନୁଷ୍ଠାନରେ ଏହାକୁ କାର୍ଯ୍ୟକାରୀ କରାଯିବ। ସେହିପରି ରାଜ୍ୟ ସରକାର ନିକଟରେ ହସ୍ପିଟାଲମାନଙ୍କରେ ‘ଆମ ହସ୍ପିଟାଲ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିରେ ମିଳିବାକୁ ଥିବା ସୁବିଧା ସଂପର୍କରେ ରୋଗୀଙ୍କ ଫିଡ୍‌ବ୍ୟାକ୍ ପାଇଁ ଏକ ଏସ୍‌ଏମ୍‌ଏସ୍‌ ସ୍ତରୀୟ ଆରମ୍ଭ ହେବ। ଉଭୟ ବାୟୋମେଟ୍ରିକ୍ ଓ ଏସ୍‌ଏମ୍‌ଏସ୍‌ ବ୍ୟବସ୍ଥାର ଦାୟିତ୍ବ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍‌)କୁ ଦିଆଯାଇଛି।
    ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ବାୟୋମେଟ୍ରିକ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏବେ ପରୀକ୍ଷାମୂଳକ ଭାବେ ହସ୍ପିଟାଲରେ ଏହା ଜାରି ରହିଛି। ତେଣୁ ବାୟୋମେଟ୍ରିକ୍‌ରେ ନିଜର ଉପସ୍ଥାନ ଜାରି କଲେ ମଧ୍ୟ ‌ସମସ୍ତଙ୍କୁ ଖାତାରେ ଦସ୍ତଖତ କରିବା ଲାଗି କୁହାଯାଉଛି।

    ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନୂଆ ନୁହେଁ। ୨୦୧୫ ମସିହାରେ କ୍ୟାପିଟାଲ ହସ୍ପିଟାଲରେ ବାୟୋମେଟ୍ରିକ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ହସ୍ପିଟାଲରେ ୭ଟି ମେସିନ୍ ଲାଗିଥିଲା। ହେଲେ କିଛିଦିନ ଚାଲିବା ପରେ ଏହି ମେସିନ୍‌କୁ ଜାଣିଶୁଣି ଖରାପ କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ କର୍ମଚାରୀଙ୍କ ମାସ ମାସ ଧରି ନିଜର ଉପସ୍ଥାନ ମିଳି ନ ଥିଲା। ଏମିତିକି ଅନେକ ସକାଳୁ ନିଜର ବାୟୋମେଟ୍ରିକ୍‌ରେ ନିଜର ଉପସ୍ଥାନ ଦେଇ ଅନ୍ୟତ୍ର ପଳାଉଥିବା ଅଭିଯୋଗ ହୋଇଥିଲା।

    ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ମମତା ବାରିକ୍‌ କହିଛନ୍ତି, ହସ୍ପିଟାଲରେ ମେସିନ୍‌ ଲଗାଇବାର ବ୍ୟବସ୍ଥା ଓକାକ୍‌କୁ ଦିଆଯାଇଛି। କେତୋଟି ହସ୍ପିଟାଲରେ ଆରମ୍ଭ ହୋଇଛି ତାହାର ତଥ୍ୟ ମୋ ପାଖରେ ନାହିଁ। ଏହାର ଟେଣ୍ଡର ଆହ୍ବାନ ପାଇଁ ପ୍ରସ୍ତୁତି ଚାଲୁଛି। ଖୁବଶୀଘ୍ର ଏହି ବ୍ୟବସ୍ଥାର ଅଗ୍ରଗତି ସଂପର୍କିତ ସମୀକ୍ଷା କରାଯିବ ବୋଲି ଶ୍ରୀମତୀ ବାରିକ୍ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ସବୁ ମେଡିକାଲ କଲେଜରେ ଏହା ଚାଲୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପାଇଲଟ ପ୍ରକଳ୍ପରେ ଏହି ବ୍ୟବସ୍ଥା ଜାରି ରହିଛି।

    ଏ ସଂପର୍କରେ ଓକାକ୍‌ର ସିଇଓ ମନୋଜ ପଟ୍ଟନାୟକଙ୍କୁ ଯୋଗା‌ଯୋଗ କରାଯାଇଥିଲା। ହେଲେ ଶ୍ରୀ ପଟ୍ଟନାୟକ ଫୋନ୍ ଉଠାଇବା ପରେ ନେଟୱାର୍କ ନ ଥିବା କହିଥିଲେ। ଏକାଧିକ ନମ୍ବରରୁ କଲ୍‌ କରିଥିଲେ ମଧ୍ୟ ସମାନ ବାହାନା କରି ଫୋନ୍ କାଟି ଦେଇଥିଲେ। ପରେ ସବୁ ନମ୍ବରକୁ ବ୍ଲକ୍ କରି ଦେଇଥିଲେ।

    Share. Facebook Twitter LinkedIn WhatsApp Email
    Previous Articleଜମ୍ମୁ କଶ୍ମୀର: ପୁଞ୍ଚ ଜିଲ୍ଲା‌ରେ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ
    Next Article ବିଦେଶରୁ ଆସି ହିନ୍ଦୁ ପୁଅକୁ ବାହା ହୋଇ ସାଥୀରେ ନେଇଗଲେ: ଏବେ ଯୁବକଙ୍କ ପରିବାର ଲୋକଙ୍କୁ ପଠାଉଛନ୍ତି ରକ୍ତ ଭିଜା ଫଟୋ
    NewsLaxmi7
    • Website

    Related Posts

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

    October 3, 2023

    ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ…

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ

    October 3, 2023

    ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ବିଲାତିର ଅଭାବୀ ବିକ୍ରି; କିଲୋ ୪ ଟଙ୍କା,ଭାଙ୍ଗିଗଲାଣି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

    January 20, 2023

    ସତର୍କ କରାଇଲେ ବିଶେଷଜ୍ଞ: ଭାରତରେ Omicron BF.7, ଦୀପାବଳିରେ ଆସିପାରେ ଭୂତାଣୁର ନୂଆ ଲହର

    October 17, 2022

    ଜୁନ୍‌ ୨୭ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

    June 27, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.