ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଦ ରହିବ ମାର୍କେଟ୍‌ ବିଲ୍ଡିଂ,କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ

ଭୁବନେଶ୍ବର: ଉଗ୍ରରୂପ ନେଇଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ। ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍‌ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ତିନିଦିନ ଭିତରେ ଏହି ବେଆଇନ ଭାବରେ ବସିଥିବା ବ୍ୟବସାୟୀଙ୍କୁ ନ ହଟାଇଲେ ସମସ୍ତ ବ୍ୟବସାୟୀ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରି କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।

ଅଭିଯୋଗ ମୁତାବକ, ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା ବେଳେ ଏଠାରେ ୩୫୦ ଜଣଙ୍କୁ ବସାଇବା ପାଇଁ ମସୁଧା ହୋଇଛି। ବିଏମ୍‌ସି ଅଧିକାରୀ ଏହି ମସୁଧାରେ ସାମିଲ ହୋଇଛନ୍ତି। ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇ ସେମାନଙ୍କୁ ବସିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଏମ୍‌ସିର ଅଧିକାରୀ ସମ୍ପୃକ୍ତ ନଥିଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ଉଚ୍ଛେଦ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେତେକ ଦୋକାନ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ରହିଥିବା ବିଏମ୍‌ସି କହୁଛି। ହେଲେ ଯେଉଁ ଆଦେଶ ହୋଇଛି ସେଥିରେ କୌଣସି ପ୍ଲଟ୍‌ ନମ୍ବର ନାହିଁ। ଅନେକ ଜାଗାରେ ପ୍ଲଟ୍‌ ନମ୍ବର ଥାଇ ଉଚ୍ଛେଦ ନ କରିବାକୁ ଆଦେଶ ହୋଇଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରି ପକାଉଥିବା ପ୍ରମାଣ ରହିଛି। କିନ୍ତୁ ଏଠି କାହିଁକି ନୁହେଁ? କାହିଁକି ଅଧିକାରୀମାନେ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛନ୍ତି? ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଆସୋସିଏସନ୍‌ ଦାବି କରିଛି। ପ୍ଲଟ୍‌ ନମ୍ବର ୧୩୧, ୧୪୩, ୧୪୬ ଓ ୧୧୮୬ରେ ଏହି ଜବରଦଖଲ ରହିଛି।

ଉଗ୍ରରୂପ ନେଲା ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ
ଉଚ୍ଛେଦ ନ ହେଲେ କମିସନରଙ୍କ ଘର ଆଗରେ ଧାରଣା ଚେତାବନୀ
ଜବରଦଖଲ କରିଛନ୍ତି ୩୫୦ ଉଠାଦୋକାନୀ

ଜିଏ ବିଭାଗର ଏହି ୪ ପ୍ଲଟ୍‌ର ପ୍ରାୟ ୧.୨ ଏକର ଜାଗା ଜବରଦଖଲରେ ରହିଛି। ଫଳରେ ଭୟଙ୍କର ପରିସ୍ଥିତି ଉପୁଜୁଛି ଓ ବ୍ୟବସାୟ ବାଧାପ୍ରାପ୍ତ ହେଉଛି। କେବଳ ବେପାର ମାଡ଼ ଖାଉ ନାହିଁ ବରଂ ଏହି ଉଠାଦୋକାନୀମାନେ ମାର୍କେଟ ବିଲ୍ଡିଂରେ ଏଣେତେଣେ ଆବର୍ଜନା ଫିଙ୍ଗୁଛନ୍ତି। ଏଥିପାଇଁ ବିଏମ୍‌ସି ସ୍ଥାୟୀ ବ୍ୟବସାୟୀଙ୍କୁ ଧମକ ଦେଉଛି। ଏହା କି ପ୍ରକାରର ନ୍ୟାୟ ବୋଲି ଆସୋସିଏସନର ଯୁଗ୍ମ ସମ୍ପାଦକ ରଣଜିତ୍ କୁମାର ମହାନ୍ତି ପ୍ରଶ୍ନ କରିଛନ୍ତି। ଏଭଳି ସମସ୍ୟା ଯୋଗୁ ଜୁଲାଇ ପହିଲାରୁ ଏଠାରୁ ଅଳିଆ ଉଠୁନଥିଲା। ବିବାଦ ସମାଧାନ ନ ହେବା ଯାଏ ମାର୍କେଟରୁ ବର୍ଜ୍ୟ ଉଠାଇବା ବ୍ୟବସାୟୀ ବନ୍ଦ କରିଦେଇଥିଲେ। ଗତ ୫ ତାରିଖ ଦିନ ସଂଘକୁ ଡାକି ବିଏମ୍‌ସି ଧମକ ଦେଇଥିଲା। ୨ ଦିନ ମଧ୍ୟରେ ଏହି ଉଠାଦୋକାନୀଙ୍କୁ ହଟାଇବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏ ଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।