Subscribe to Updates

    Get the latest creative news from FooBar about art, design and business.

    What's Hot

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023
    Facebook X (Twitter) Instagram
    Trending
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    • ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ବନ୍ଦ ରହିବ ମାର୍କେଟ୍‌ ବିଲ୍ଡିଂ,କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ
    ରାଜ୍ୟ

    ବନ୍ଦ ରହିବ ମାର୍କେଟ୍‌ ବିଲ୍ଡିଂ,କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ସ୍ଥାୟୀ ଦୋକାନୀ

    NewsLaxmi7By NewsLaxmi7July 14, 2023Updated:July 14, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ଉଗ୍ରରୂପ ନେଇଛି ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ। ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍‌ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ତିନିଦିନ ଭିତରେ ଏହି ବେଆଇନ ଭାବରେ ବସିଥିବା ବ୍ୟବସାୟୀଙ୍କୁ ନ ହଟାଇଲେ ସମସ୍ତ ବ୍ୟବସାୟୀ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରି କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା।

    ଅଭିଯୋଗ ମୁତାବକ, ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା ବେଳେ ଏଠାରେ ୩୫୦ ଜଣଙ୍କୁ ବସାଇବା ପାଇଁ ମସୁଧା ହୋଇଛି। ବିଏମ୍‌ସି ଅଧିକାରୀ ଏହି ମସୁଧାରେ ସାମିଲ ହୋଇଛନ୍ତି। ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇ ସେମାନଙ୍କୁ ବସିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଏମ୍‌ସିର ଅଧିକାରୀ ସମ୍ପୃକ୍ତ ନଥିଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ଉଚ୍ଛେଦ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେତେକ ଦୋକାନ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ରହିଥିବା ବିଏମ୍‌ସି କହୁଛି। ହେଲେ ଯେଉଁ ଆଦେଶ ହୋଇଛି ସେଥିରେ କୌଣସି ପ୍ଲଟ୍‌ ନମ୍ବର ନାହିଁ। ଅନେକ ଜାଗାରେ ପ୍ଲଟ୍‌ ନମ୍ବର ଥାଇ ଉଚ୍ଛେଦ ନ କରିବାକୁ ଆଦେଶ ହୋଇଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରି ପକାଉଥିବା ପ୍ରମାଣ ରହିଛି। କିନ୍ତୁ ଏଠି କାହିଁକି ନୁହେଁ? କାହିଁକି ଅଧିକାରୀମାନେ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛନ୍ତି? ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଆସୋସିଏସନ୍‌ ଦାବି କରିଛି। ପ୍ଲଟ୍‌ ନମ୍ବର ୧୩୧, ୧୪୩, ୧୪୬ ଓ ୧୧୮୬ରେ ଏହି ଜବରଦଖଲ ରହିଛି।

    ଉଗ୍ରରୂପ ନେଲା ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ
    ଉଚ୍ଛେଦ ନ ହେଲେ କମିସନରଙ୍କ ଘର ଆଗରେ ଧାରଣା ଚେତାବନୀ
    ଜବରଦଖଲ କରିଛନ୍ତି ୩୫୦ ଉଠାଦୋକାନୀ

    ଜିଏ ବିଭାଗର ଏହି ୪ ପ୍ଲଟ୍‌ର ପ୍ରାୟ ୧.୨ ଏକର ଜାଗା ଜବରଦଖଲରେ ରହିଛି। ଫଳରେ ଭୟଙ୍କର ପରିସ୍ଥିତି ଉପୁଜୁଛି ଓ ବ୍ୟବସାୟ ବାଧାପ୍ରାପ୍ତ ହେଉଛି। କେବଳ ବେପାର ମାଡ଼ ଖାଉ ନାହିଁ ବରଂ ଏହି ଉଠାଦୋକାନୀମାନେ ମାର୍କେଟ ବିଲ୍ଡିଂରେ ଏଣେତେଣେ ଆବର୍ଜନା ଫିଙ୍ଗୁଛନ୍ତି। ଏଥିପାଇଁ ବିଏମ୍‌ସି ସ୍ଥାୟୀ ବ୍ୟବସାୟୀଙ୍କୁ ଧମକ ଦେଉଛି। ଏହା କି ପ୍ରକାରର ନ୍ୟାୟ ବୋଲି ଆସୋସିଏସନର ଯୁଗ୍ମ ସମ୍ପାଦକ ରଣଜିତ୍ କୁମାର ମହାନ୍ତି ପ୍ରଶ୍ନ କରିଛନ୍ତି। ଏଭଳି ସମସ୍ୟା ଯୋଗୁ ଜୁଲାଇ ପହିଲାରୁ ଏଠାରୁ ଅଳିଆ ଉଠୁନଥିଲା। ବିବାଦ ସମାଧାନ ନ ହେବା ଯାଏ ମାର୍କେଟରୁ ବର୍ଜ୍ୟ ଉଠାଇବା ବ୍ୟବସାୟୀ ବନ୍ଦ କରିଦେଇଥିଲେ। ଗତ ୫ ତାରିଖ ଦିନ ସଂଘକୁ ଡାକି ବିଏମ୍‌ସି ଧମକ ଦେଇଥିଲା। ୨ ଦିନ ମଧ୍ୟରେ ଏହି ଉଠାଦୋକାନୀଙ୍କୁ ହଟାଇବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏ ଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Article‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା କାହା ସ୍ବାର୍ଥରେ? ଦଶନ୍ଧି ପରେ ବି ଶିଶୁକନ୍ୟା ହାର ସ୍ଥିତି ସୁଧୁରିନି
    Next Article ମା’ ଲକ୍ଷ୍ମୀଙ୍କ ନାମରେ ଶ୍ରୀୟା ହଲ୍‌: ହଲ୍‌ ପରେ ଛକର ନାମ ‘ଶ୍ରୀୟା’
    NewsLaxmi7
    • Website

    Related Posts

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବଡ଼କାନ୍ଦୁଲପଡ଼ା ଗାଁରୁ ମୁନିଗୁଡ଼ା ରେଞ୍ଜ ବନ ବିଭାଗ କଲରାପତରିଆ ଛାଲ ଜବତ…

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କଲ୍ୟାଣପୁରରେ ଡକାୟତି ଯୋଜନା ପଣ୍ଡ, ୪ ଚୋରଙ୍କୁ ବାନ୍ଧି ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ଗ୍ରାମବାସୀ

    May 25, 2022

    ସୋନାକ୍ଷୀଙ୍କ ସହ ସମ୍ପର୍କକୁ ନେଇ ଗ୍ରୀନ ସିଗ୍‌ନାଲ ଦେଲେ ଜହିର ଇକବାଲ୍‌ ! ଭିଡିଓରେ ଲେଖିଲେ- ଆଇ ଲଭ୍‌ ୟୁ ସୋନା

    June 7, 2022

    ଡିଭାଇଡରରେ ପିଟିହେଲା ସ୍କର୍ପିଓ, ୬ ଆହତ

    March 6, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.