ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀରେ ଶ୍ରଦ୍ଧା ୱାକର ଭଳି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର ଭଳି ହତ୍ୟା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଉତ୍ତର ଦିଲ୍ଲୀର ଗୀତା କଲୋନି ଫ୍ଲାଏଓଭର ନିକଟରୁ ବୁଧବାର ସକାଳେ ଏକ ପଲିଥିନ ବ୍ୟାଗରୁ ଅତିକମ୍‌ରେ ୫ ଖଣ୍ଡ ହୋଇଥିବା ଏକ ମୃତଦେହ ମିଳିଛି। ମୁଣ୍ଡ ନଥିବା ଉକ୍ତ ମୃତଦେହ ଜଣେ ମହିଳାଙ୍କର ଭଳି ଜଣାପଡ଼ୁଛି। ମୃତବ୍ୟକ୍ତିର ଲିଙ୍ଗ ଯାଞ୍ଚ କରାଯାଉଛି। ଅର୍ଥୋ ଫରେନସିକ୍ ଏ କ୍ଷେତ୍ରରେ ଆମକୁ ସହାୟକ ହେବ। ଅଧିକ ପ୍ରମାଣ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି ବୋଲି ଡିସିପି ସାଗର ସିଂହ କଲସି କହିଛନ୍ତି। ମୃତ ଶରୀର ସଂପର୍କରେ ପୁଲିସର କଣ୍ଟ୍ରୋଲ ରୁମ୍‌କୁ ସକାଳ ୯ଟା ୧୫ରେ କଲ୍‌ ଆସିଥିଲା। ଫୋନ କଲ୍ ଆସିଥିବା ଅଞ୍ଚଳଟି ୩ଟି ପୁଲିସ ଜିଲ୍ଲା ଅଧୀନରେ ଆସୁଥିବାରୁ ଘଟଣା ସ୍ଥଳକୁ ୩ଟି ପୃଥକ ଟିମ୍ ଯାଇଥିଲେ।

ଶରୀରର କିଛି ଅଂଶ ପ୍ରଥମେ ଏକ ପଲିଥିନ ବ୍ୟାଗରୁ ମିଳିଥିବା ବେଳେ ଅନ୍ୟ କିଛି ଅଂଶ ନଥିଲା। ଖୋଜାଖୋଜି କରିବା ପରେ କିଛି ଦୂରରେ ଅନ୍ୟ ଏକ ବ୍ୟାଗରୁ ଶରୀରର କଟାଅଂଶ ମିଳିଥିଲା। ଉକ୍ତ ଅଞ୍ଚଳ କୋଟୱାଲି ଥାନା ଅଧୀନରେ ଆସୁଛି। ମୃତବ୍ୟକ୍ତିଙ୍କ ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ। ଏକ ହତ୍ୟା ମାମଲା ରୁଜୁ ହୋଇଛି। ସଂପୃକ୍ତ ବ୍ୟକ୍ତିକୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ଏଠାରେ ଫିଙ୍ଗାଯାଇଛି ବୋଲି ତଦନ୍ତକାରୀ ଅଧିକାରୀମାନେ ଅନୁମାନ କରୁଛନ୍ତି। ସେଠାରେ ସିସିଟିଭି ଯାଞ୍ଚ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଅଫତାବ ପୁନାୱାଲା ତା’ର ଲିଭ ଇନ ପାର୍ଟନରକୁ ଗତବର୍ଷ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଏକ ରେଫ୍ରିଜରେଟରରେ ସାଇତି ରଖିଥିଲା। ହତ୍ୟାର ୩ ମାସ ମଧ୍ୟରେ ଦକ୍ଷିଣ ଦିଲ୍ଲୀ ଏବଂ ଗୁରୁଗ୍ରାମରେ ସେହି କଟାଅଂଶକୁ ଅଫତାବ ଫିଙ୍ଗିଥିଲା। ଗତବର୍ଷ ନଭେମ୍ବରରେ ଏହି ଜଘନ୍ୟ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ