ଅପରାଧ ରାଜ୍ୟ

ବ୍ୟାଙ୍କ୍ ଡେପୁଟି ମ୍ୟାନେଜର୍‌ଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ମାମଲା ରୁଜୁ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ସହର ବିଜ୍ଞାନ ମହାବିଦ୍ୟାଳୟ ରୋଡ୍‌ର ଏକ ଭଡ଼ାଘରେ ରହୁଥିବା ସ୍ଥାନୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଡେପୁଟି ମ୍ୟାନେଜର୍ ତଥା ଫିଲ୍ଡ ଅଫିସର୍‌ ସୁଧାଂଶୁ ଶୁଭଙ୍କର ଦାଶ (୨୭)ଙ୍କ ଝୁଲନ୍ତା ଶବ ଠାବ ହୋଇଛି। ବେକରେ ଗାମୁଛା ବନ୍ଧାଯାଇଥିବା ସହ ପଙ୍ଖାରେ ତାଙ୍କ ଶବ ଝୁଲୁଥିଲା। ଆଜି ସକାଳୁ ବ୍ୟାଙ୍କ୍‌ମିତ୍ର ପୁଷ୍ପା ନାୟକ ଆସି ସୁଧାଂଶୁଙ୍କ ଭଡ଼ାଘର କବାଟକୁ ପିଟିଥିଲେ। କିନ୍ତୁ ସେ କବାଟ ନଖୋଲିବାରୁ ପିଅନଙ୍କୁ ଡାକିଥିଲେ। କବାଟ ଖୋଲିବା ପରେ ସୁଧାଂଶୁଙ୍କ ଶବ ଦେଖି ପୁଷ୍ପା ତାଜୁବ୍ ହୋଇଯାଇଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ସୁଧାଂଶୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ପରିବାରବର୍ଗଙ୍କ ଏତଲା କ୍ରମେ ପୋଲସରା ଥାନାରେ କେସ୍ ନମ୍ବର ୪୦୬ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ସୁଧାଂଶୁଙ୍କ ୨ଟି ମୋବାଇଲ୍ ଓ ଗୋଟିଏ ହାତଲେଖା ଡାଇରିକୁ ମଧ୍ୟ ଜବତ କରାଯାଇଛି। ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଛାନଭିନ୍ କରିଥିଲେ।

ମୃତ ସୁଧାଂଶୁଙ୍କ ବାପା ଗଗନ ଦାଶ ଏତଲାରେ ଉଲ୍ଲେଖ କରିଛନ୍ତି ଯେ କାମ କରିବାକୁ ତାଙ୍କ ପୁଅ ଉପରେ ବ୍ୟାଙ୍କ୍ ପକ୍ଷରୁ ଅଧିକ ଚାପ ପଡ଼ୁଥିଲା। ଏପରିକି ଗତ ଶୁକ୍ରବାର ଦିନ ଶାଖା ପରିଚାଳକଙ୍କ ସହ ସୁଧାଂଶୁଙ୍କ ପାଟିତୁଣ୍ଡ ହୋଇଥିଲା। ସେହିପରି କିଛିଦିନ ତଳେ ବ୍ୟାଙ୍କ୍‌ର ଜଣେ ଗ୍ରାହକଙ୍କ ସହ ତାଙ୍କର ପାଟିତୁଣ୍ଡ ହେବାରୁ ସେ ସୁଧାଂଶୁଙ୍କୁ ହତ୍ୟା ଧମକ ଦେଇଥିଲେ। ଫଳରେ କିଛିଦିନ ହେଲା ସେ ମାନସିକ ଚିନ୍ତାଗ୍ରସ୍ତ ଥିଲେ। ପୁଅର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ କରି ଦଣ୍ଡବିଧାନ ପାଇଁ ଗଗନ ଏତଲାରେ ଦର୍ଶାଇଛନ୍ତି। ପୋଲସରା ଥାନା ପ୍ରୋବେସନାରି ଆଇପିଏସ୍ ବିନୋଦ ପାଟିଲ, ଏସ୍‌ଆଇ ଜୟପ୍ରକାଶ ପଟ୍ଟନାୟକ ଓ ପୁଷ୍ପା ଖମାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଜବତ କରାଯିବା ସହ କେସ୍ ନମ୍ବର ୪୦୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ମଳୟରଞ୍ଜନ ମଲ୍ଲିକ ଓ ସମସ୍ତ କର୍ମଚାରୀ ସୁଧାଂଶୁଙ୍କ ବାସଭବନକୁ ଯାଇ ପରିବାରବର୍ଗକୁ ସମବେଦନା ଜଣାଇଥିଲେ। ଅନ୍ୟପକ୍ଷରେ ଶାଖା ପରିଚାଳକ ଶ୍ରୀ ମଲ୍ଲିକ କହିଛନ୍ତି, ସୁଧାଂଶୁଙ୍କ ଉପରେ କାମର କୌଣସି ଚାପ ନଥିଲା। ସମସ୍ତେ ମିଳିମିଶି କାମ କରୁଥିଲେ। ମାନସିକ ଚାପ ଅଭିଯୋଗ ଭିତ୍ତିହୀନ। ସେହିପରି ହତ୍ୟା ଧମକ ଦେଇଥିବା ଗ୍ରାହକଙ୍କ ବିଷୟରେ କିଛି ଜାଣି ନଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।