Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ବ୍ୟାଙ୍କ୍ ଡେପୁଟି ମ୍ୟାନେଜର୍‌ଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ମାମଲା ରୁଜୁ
    ଅପରାଧ

    ବ୍ୟାଙ୍କ୍ ଡେପୁଟି ମ୍ୟାନେଜର୍‌ଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ମାମଲା ରୁଜୁ

    NewsLaxmi7By NewsLaxmi7July 13, 2023Updated:July 13, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ସହର ବିଜ୍ଞାନ ମହାବିଦ୍ୟାଳୟ ରୋଡ୍‌ର ଏକ ଭଡ଼ାଘରେ ରହୁଥିବା ସ୍ଥାନୀୟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଡେପୁଟି ମ୍ୟାନେଜର୍ ତଥା ଫିଲ୍ଡ ଅଫିସର୍‌ ସୁଧାଂଶୁ ଶୁଭଙ୍କର ଦାଶ (୨୭)ଙ୍କ ଝୁଲନ୍ତା ଶବ ଠାବ ହୋଇଛି। ବେକରେ ଗାମୁଛା ବନ୍ଧାଯାଇଥିବା ସହ ପଙ୍ଖାରେ ତାଙ୍କ ଶବ ଝୁଲୁଥିଲା। ଆଜି ସକାଳୁ ବ୍ୟାଙ୍କ୍‌ମିତ୍ର ପୁଷ୍ପା ନାୟକ ଆସି ସୁଧାଂଶୁଙ୍କ ଭଡ଼ାଘର କବାଟକୁ ପିଟିଥିଲେ। କିନ୍ତୁ ସେ କବାଟ ନଖୋଲିବାରୁ ପିଅନଙ୍କୁ ଡାକିଥିଲେ। କବାଟ ଖୋଲିବା ପରେ ସୁଧାଂଶୁଙ୍କ ଶବ ଦେଖି ପୁଷ୍ପା ତାଜୁବ୍ ହୋଇଯାଇଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ସୁଧାଂଶୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ପରିବାରବର୍ଗଙ୍କ ଏତଲା କ୍ରମେ ପୋଲସରା ଥାନାରେ କେସ୍ ନମ୍ବର ୪୦୬ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ସୁଧାଂଶୁଙ୍କ ୨ଟି ମୋବାଇଲ୍ ଓ ଗୋଟିଏ ହାତଲେଖା ଡାଇରିକୁ ମଧ୍ୟ ଜବତ କରାଯାଇଛି। ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଛାନଭିନ୍ କରିଥିଲେ।

    ମୃତ ସୁଧାଂଶୁଙ୍କ ବାପା ଗଗନ ଦାଶ ଏତଲାରେ ଉଲ୍ଲେଖ କରିଛନ୍ତି ଯେ କାମ କରିବାକୁ ତାଙ୍କ ପୁଅ ଉପରେ ବ୍ୟାଙ୍କ୍ ପକ୍ଷରୁ ଅଧିକ ଚାପ ପଡ଼ୁଥିଲା। ଏପରିକି ଗତ ଶୁକ୍ରବାର ଦିନ ଶାଖା ପରିଚାଳକଙ୍କ ସହ ସୁଧାଂଶୁଙ୍କ ପାଟିତୁଣ୍ଡ ହୋଇଥିଲା। ସେହିପରି କିଛିଦିନ ତଳେ ବ୍ୟାଙ୍କ୍‌ର ଜଣେ ଗ୍ରାହକଙ୍କ ସହ ତାଙ୍କର ପାଟିତୁଣ୍ଡ ହେବାରୁ ସେ ସୁଧାଂଶୁଙ୍କୁ ହତ୍ୟା ଧମକ ଦେଇଥିଲେ। ଫଳରେ କିଛିଦିନ ହେଲା ସେ ମାନସିକ ଚିନ୍ତାଗ୍ରସ୍ତ ଥିଲେ। ପୁଅର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ କରି ଦଣ୍ଡବିଧାନ ପାଇଁ ଗଗନ ଏତଲାରେ ଦର୍ଶାଇଛନ୍ତି। ପୋଲସରା ଥାନା ପ୍ରୋବେସନାରି ଆଇପିଏସ୍ ବିନୋଦ ପାଟିଲ, ଏସ୍‌ଆଇ ଜୟପ୍ରକାଶ ପଟ୍ଟନାୟକ ଓ ପୁଷ୍ପା ଖମାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଜବତ କରାଯିବା ସହ କେସ୍ ନମ୍ବର ୪୦୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ମଳୟରଞ୍ଜନ ମଲ୍ଲିକ ଓ ସମସ୍ତ କର୍ମଚାରୀ ସୁଧାଂଶୁଙ୍କ ବାସଭବନକୁ ଯାଇ ପରିବାରବର୍ଗକୁ ସମବେଦନା ଜଣାଇଥିଲେ। ଅନ୍ୟପକ୍ଷରେ ଶାଖା ପରିଚାଳକ ଶ୍ରୀ ମଲ୍ଲିକ କହିଛନ୍ତି, ସୁଧାଂଶୁଙ୍କ ଉପରେ କାମର କୌଣସି ଚାପ ନଥିଲା। ସମସ୍ତେ ମିଳିମିଶି କାମ କରୁଥିଲେ। ମାନସିକ ଚାପ ଅଭିଯୋଗ ଭିତ୍ତିହୀନ। ସେହିପରି ହତ୍ୟା ଧମକ ଦେଇଥିବା ଗ୍ରାହକଙ୍କ ବିଷୟରେ କିଛି ଜାଣି ନଥିବା ସେ କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଶ୍ୟାମା‌ପ୍ରସାଦ ମୁଖା‌ର୍ଜୀ ପାର୍କରେ ବୃକ୍ଷରୋପଣ
    Next Article ୪ଟି କମ୍ପାନିକୁ ଔଷଧ ନିଗମରେ ବାରଣ: ନିମ୍ନମାନର ଔଷଧ ପାଇଁ ୬ବର୍ଷରେ ୫୯ କମ୍ପାନି ହେଲେଣି ସାମିଲ
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

    June 4, 2022

    ବିହାରରେ ଉପୁଜିପାରେ ମହାରାଷ୍ଟ୍ର ସ୍ଥିତି: ପୁଣି ଏନ୍‌ଡିଏମୁହାଁ ହେବେ କି ନୀତୀଶ?

    July 4, 2023

    ସିସିଟିଭିରେ ଧରାପଡିଲେ ପାଣି ପାଇପ ଚୋର, ବନ୍ଧାହେଲେ ୩ ଅଭିଯୁକ୍ତ

    September 28, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.