ରାଜ୍ୟ ସ୍ପେଶାଲ ରିପୋର୍ଟ

ଚାରା ଲଗାଇବାକୁ ଆଗ୍ରହ ବଢ଼ୁଛି, ରାଜଧାନୀରେ ଜାଗା ଅଭାବ

ଚନ୍ଦ୍ରଶେଖରପୁର: ବୃକ୍ଷରୋପଣ ପାଇଁ ଉତ୍ସାହ ବୃଦ୍ଧିପାଉଥିବା ପରିଲକ୍ଷିତ ହେଉଛି। ପରିବେଶ ଉପଯୋଗୀ ଚାରା ପୋତିବା ସହ ତାହାର ଯତ୍ନ ନେବା ପାଇଁ ‌ସହରବାସୀ ଆଗ୍ରହ ଦେଖାଉଛନ୍ତି। ମାତ୍ର ଗଛ ପୋତିବାକୁ ଜାଗା ନାହିଁ। ‘ୱାନ୍‌ ମ୍ୟାନ୍‌, ୱାନ୍‌ ଟ୍ରି’ ସ୍ଲୋଗାନ୍‌ ଦିଆଯାଉଥିବା ବେଳେ ସହରରେ ସ୍ଥାନ ଅଭାବ ହେତୁ ଚାରା ପୋତିବାରେ ସମସ୍ୟା ସୃଷ୍ଟି ହେଲାଣି। ଓରସାକ୍‌ ଦ୍ବାରା ପରିଚାଳିତ ଓଡ଼ିଶା ବନ ପରିଚାଳନା ବ୍ୟବସ୍ଥା(ଓଏଫ୍‌ଏମ୍‌ଏସ୍‌)ରୁ ସଂଗୃହୀତ ତଥ୍ୟ ଅନୁଯାୟୀ, ବନ ମହୋତ୍ସବ ପାଳନ ଅବସରରେ ଜୁଲାଇ ୧ରୁ ୧୦ ମଧ୍ୟରେ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ ଅଧୀନରେ ୧୪ଟି କାର୍ଯ୍ୟକ୍ରମ କରାଯାଇ ୧୧୨୦ ଚାରା ରୋପଣ ହୋଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ୨୦୪୨ଜଣ ବୃକ୍ଷପ୍ରେମୀ ଅଂଶଗ୍ରହଣ କରିଛନ୍ତି। ଅର୍ଥାତ୍‌ ଗୋଟିଏ ଚାରା ଲଗାଇବାକୁ ପ୍ରାୟ ଦୁଇଜଣ ବୃକ୍ଷପ୍ରେମୀ ଆଗେଇ ଆସିଛନ୍ତି।

ଗୋଟିଏ ଚାରାକୁ ଦୁଇଜଣ ବୃକ୍ଷପ୍ରେମୀ
୧୦ଦିନରେ ରାଜ୍ୟରେ ୩୯୯୯ ମହୋତ୍ସବ
୫ ଲକ୍ଷ ବୃକ୍ଷପ୍ରେମୀ ପୋତିଛନ୍ତି ୨୦ଲକ୍ଷ ଚାରା

ଭୁବନେଶ୍ବର ସର୍କଲ କଥା ଯଦି ଦେଖିବା ବନ ମହୋତ୍ସବ ପାଳନ ଅବସରରେ ଏବେ ସୁଦ୍ଧା ୩୨୦ଟି କାର୍ଯ୍ୟକ୍ରମ କରାଯାଇଛି। ଯେଉଁଥିରେ ୨୪ ହଜାର ୬୮୨ଜଣ ବୃକ୍ଷପ୍ରେମୀ ଅଂଶଗ୍ରହଣ କରି ୮୭ହଜାର ୪୫୫ଟି ଚାରାରୋପଣ କରିଛନ୍ତି। ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ ୨୧ଟି ସଭା କରାଯାଇ ୩୨ ହଜାର ୧୮୫ ଗଛ ଲଗାଯାଇଛି। ଯେତେବେଳେ କି ନୟାଗଡ଼ ବନ୍ୟପ୍ରାଣୀ ଡିଭିଜନ୍‌ରେ ୮୫ଟି କାର୍ଯ୍ୟକ୍ରମ କରାଯାଇ ୨୦ ହଜାର ୯୨୯, ଖୋର୍ଦ୍ଧା ଡିଭିଜନ୍‌ରେ ୪୦ଟି କାର୍ଯ୍ୟକ୍ରମରେ ୧୮ ହଜାର ୭୪୬, ରାଜନଗର ବନଖଣ୍ଡରେ ୩୫ଟି କାର୍ଯ୍ୟକ୍ରମରେ ୪୭୨୨, ପୁରୀ ବନ୍ୟପ୍ରଣୀ ବନଖଣ୍ଡରେ ୫୯ଟି କାର୍ଯ୍ୟକ୍ରମରେ ୫୦୯୫, ଚିଲିକା ବନ୍ୟପ୍ରାଣୀ ଡିଭିଜନ୍‌ରେ ୩୫ଟି ସଭାରେ ୨୬୧୩, ଭଦ୍ରକ ବନଖଣ୍ଡରେ ୩୧ଟି କାର୍ଯ୍ୟକ୍ରମରେ ୨୦୪୫ଟି ଚାରା ଲାଗିଛି।

ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଚାରାରୋପଣ କରିବାକୁ ବିଭିନ୍ନ ସଙ୍ଗଠନ ଆଗ୍ରହ ପ୍ରକାଶ କରୁଛନ୍ତି। ଜୁଲାଇ ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ୩୯୯୯ଟି ସ୍ଥାନରେ ମହୋତ୍ସବ ପାଳିତ ହୋଇଛି। ଯେଉଁଥିରେ ୪ ଲକ୍ଷ ୮୫ହଜାର ୯୧୧ଜଣ ବୃକ୍ଷପ୍ରେମୀ ଅଂଶଗ୍ରହଣ କରିଛନ୍ତି। ଏବେ ସୁଦ୍ଧା ୨୦ ଲକ୍ଷ ୬୧ହଜାର ୩୭୫ଟି ଗଛ ଲଗାଯାଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୮ଟି ସ୍ଥାନରେ ୯୩୯ ବୃକ୍ଷପ୍ରେମୀ ଭାଗନେଇ ୧୩୭୦ ଗଛ ଲଗାଇଛନ୍ତି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆସୁଥିବା ଅନୁ‌ରୋଧକ୍ରମେ ଆମେ ଆବଶ୍ୟକ ଚାରା ଯୋଗାଇ ଦେଉଛୁ। ତେବେ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ ଅଧୀନରେ ଏବେ ଜାଗା ସମସ୍ୟା ଦେଖାଦେଇଛି। ଖୋଲା ପଡ଼ିଆ ମିଳୁନି କି ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ ହୋଇପାରୁନି।

ଏପଟେ ପରିବେଶ ସହିତ ଯୋଡ଼ି ହୋଇଥିବା କିଛି ସଂସ୍ଥାଙ୍କର କହିବା କଥା, ବିଏମ୍‌ସି ଓ ଓଏଫ୍‌ଡିସି ପକ୍ଷରୁ ସହରର ବିଭିନ୍ନ ରାସ୍ତାପାର୍ଶ୍ବ ଓ ଡିଭାଇଡର୍‌ରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ ହୋଇସାରିଛି। ସହରର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଗଛ କଟାଯାଉଛି। ଯେଉଁଠି ବି ଆଜି ବୃକ୍ଷରୋପଣ ହେବ ବର୍ଷେ କି ଦୁଇ ବର୍ଷ ପରେ ବିକାଶମୂଳକ କାର୍ଯ୍ୟ ପାଇଁ ତାହାକୁ କାଟିବାକୁ ପଡ଼ିବ। ଗଛ ଲଗାଇବା ଦ୍ବାରା ତାହାର କୌଣସି ଲାଭ ହେବ ନାହିଁ। ତେଣୁ ଯେଉଁମାନେ ବି ଗଛ ଲଗାଉଛନ୍ତି, ସେମାନେ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଚାରା ଲଗାନ୍ତୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।