Subscribe to Updates

    Get the latest creative news from FooBar about art, design and business.

    What's Hot

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023
    Facebook X (Twitter) Instagram
    Trending
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଚାରା ଲଗାଇବାକୁ ଆଗ୍ରହ ବଢ଼ୁଛି, ରାଜଧାନୀରେ ଜାଗା ଅଭାବ
    ରାଜ୍ୟ

    ଚାରା ଲଗାଇବାକୁ ଆଗ୍ରହ ବଢ଼ୁଛି, ରାଜଧାନୀରେ ଜାଗା ଅଭାବ

    NewsLaxmi7By NewsLaxmi7July 13, 2023Updated:July 13, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଚନ୍ଦ୍ରଶେଖରପୁର: ବୃକ୍ଷରୋପଣ ପାଇଁ ଉତ୍ସାହ ବୃଦ୍ଧିପାଉଥିବା ପରିଲକ୍ଷିତ ହେଉଛି। ପରିବେଶ ଉପଯୋଗୀ ଚାରା ପୋତିବା ସହ ତାହାର ଯତ୍ନ ନେବା ପାଇଁ ‌ସହରବାସୀ ଆଗ୍ରହ ଦେଖାଉଛନ୍ତି। ମାତ୍ର ଗଛ ପୋତିବାକୁ ଜାଗା ନାହିଁ। ‘ୱାନ୍‌ ମ୍ୟାନ୍‌, ୱାନ୍‌ ଟ୍ରି’ ସ୍ଲୋଗାନ୍‌ ଦିଆଯାଉଥିବା ବେଳେ ସହରରେ ସ୍ଥାନ ଅଭାବ ହେତୁ ଚାରା ପୋତିବାରେ ସମସ୍ୟା ସୃଷ୍ଟି ହେଲାଣି। ଓରସାକ୍‌ ଦ୍ବାରା ପରିଚାଳିତ ଓଡ଼ିଶା ବନ ପରିଚାଳନା ବ୍ୟବସ୍ଥା(ଓଏଫ୍‌ଏମ୍‌ଏସ୍‌)ରୁ ସଂଗୃହୀତ ତଥ୍ୟ ଅନୁଯାୟୀ, ବନ ମହୋତ୍ସବ ପାଳନ ଅବସରରେ ଜୁଲାଇ ୧ରୁ ୧୦ ମଧ୍ୟରେ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ ଅଧୀନରେ ୧୪ଟି କାର୍ଯ୍ୟକ୍ରମ କରାଯାଇ ୧୧୨୦ ଚାରା ରୋପଣ ହୋଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ୨୦୪୨ଜଣ ବୃକ୍ଷପ୍ରେମୀ ଅଂଶଗ୍ରହଣ କରିଛନ୍ତି। ଅର୍ଥାତ୍‌ ଗୋଟିଏ ଚାରା ଲଗାଇବାକୁ ପ୍ରାୟ ଦୁଇଜଣ ବୃକ୍ଷପ୍ରେମୀ ଆଗେଇ ଆସିଛନ୍ତି।

    ଗୋଟିଏ ଚାରାକୁ ଦୁଇଜଣ ବୃକ୍ଷପ୍ରେମୀ
    ୧୦ଦିନରେ ରାଜ୍ୟରେ ୩୯୯୯ ମହୋତ୍ସବ
    ୫ ଲକ୍ଷ ବୃକ୍ଷପ୍ରେମୀ ପୋତିଛନ୍ତି ୨୦ଲକ୍ଷ ଚାରା

    ଭୁବନେଶ୍ବର ସର୍କଲ କଥା ଯଦି ଦେଖିବା ବନ ମହୋତ୍ସବ ପାଳନ ଅବସରରେ ଏବେ ସୁଦ୍ଧା ୩୨୦ଟି କାର୍ଯ୍ୟକ୍ରମ କରାଯାଇଛି। ଯେଉଁଥିରେ ୨୪ ହଜାର ୬୮୨ଜଣ ବୃକ୍ଷପ୍ରେମୀ ଅଂଶଗ୍ରହଣ କରି ୮୭ହଜାର ୪୫୫ଟି ଚାରାରୋପଣ କରିଛନ୍ତି। ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ ୨୧ଟି ସଭା କରାଯାଇ ୩୨ ହଜାର ୧୮୫ ଗଛ ଲଗାଯାଇଛି। ଯେତେବେଳେ କି ନୟାଗଡ଼ ବନ୍ୟପ୍ରାଣୀ ଡିଭିଜନ୍‌ରେ ୮୫ଟି କାର୍ଯ୍ୟକ୍ରମ କରାଯାଇ ୨୦ ହଜାର ୯୨୯, ଖୋର୍ଦ୍ଧା ଡିଭିଜନ୍‌ରେ ୪୦ଟି କାର୍ଯ୍ୟକ୍ରମରେ ୧୮ ହଜାର ୭୪୬, ରାଜନଗର ବନଖଣ୍ଡରେ ୩୫ଟି କାର୍ଯ୍ୟକ୍ରମରେ ୪୭୨୨, ପୁରୀ ବନ୍ୟପ୍ରଣୀ ବନଖଣ୍ଡରେ ୫୯ଟି କାର୍ଯ୍ୟକ୍ରମରେ ୫୦୯୫, ଚିଲିକା ବନ୍ୟପ୍ରାଣୀ ଡିଭିଜନ୍‌ରେ ୩୫ଟି ସଭାରେ ୨୬୧୩, ଭଦ୍ରକ ବନଖଣ୍ଡରେ ୩୧ଟି କାର୍ଯ୍ୟକ୍ରମରେ ୨୦୪୫ଟି ଚାରା ଲାଗିଛି।

    ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଚାରାରୋପଣ କରିବାକୁ ବିଭିନ୍ନ ସଙ୍ଗଠନ ଆଗ୍ରହ ପ୍ରକାଶ କରୁଛନ୍ତି। ଜୁଲାଇ ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ୩୯୯୯ଟି ସ୍ଥାନରେ ମହୋତ୍ସବ ପାଳିତ ହୋଇଛି। ଯେଉଁଥିରେ ୪ ଲକ୍ଷ ୮୫ହଜାର ୯୧୧ଜଣ ବୃକ୍ଷପ୍ରେମୀ ଅଂଶଗ୍ରହଣ କରିଛନ୍ତି। ଏବେ ସୁଦ୍ଧା ୨୦ ଲକ୍ଷ ୬୧ହଜାର ୩୭୫ଟି ଗଛ ଲଗାଯାଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୮ଟି ସ୍ଥାନରେ ୯୩୯ ବୃକ୍ଷପ୍ରେମୀ ଭାଗନେଇ ୧୩୭୦ ଗଛ ଲଗାଇଛନ୍ତି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆସୁଥିବା ଅନୁ‌ରୋଧକ୍ରମେ ଆମେ ଆବଶ୍ୟକ ଚାରା ଯୋଗାଇ ଦେଉଛୁ। ତେବେ ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜନ୍‌ ଅଧୀନରେ ଏବେ ଜାଗା ସମସ୍ୟା ଦେଖାଦେଇଛି। ଖୋଲା ପଡ଼ିଆ ମିଳୁନି କି ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ ହୋଇପାରୁନି।

    ଏପଟେ ପରିବେଶ ସହିତ ଯୋଡ଼ି ହୋଇଥିବା କିଛି ସଂସ୍ଥାଙ୍କର କହିବା କଥା, ବିଏମ୍‌ସି ଓ ଓଏଫ୍‌ଡିସି ପକ୍ଷରୁ ସହରର ବିଭିନ୍ନ ରାସ୍ତାପାର୍ଶ୍ବ ଓ ଡିଭାଇଡର୍‌ରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ ହୋଇସାରିଛି। ସହରର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଗଛ କଟାଯାଉଛି। ଯେଉଁଠି ବି ଆଜି ବୃକ୍ଷରୋପଣ ହେବ ବର୍ଷେ କି ଦୁଇ ବର୍ଷ ପରେ ବିକାଶମୂଳକ କାର୍ଯ୍ୟ ପାଇଁ ତାହାକୁ କାଟିବାକୁ ପଡ଼ିବ। ଗଛ ଲଗାଇବା ଦ୍ବାରା ତାହାର କୌଣସି ଲାଭ ହେବ ନାହିଁ। ତେଣୁ ଯେଉଁମାନେ ବି ଗଛ ଲଗାଉଛନ୍ତି, ସେମାନେ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଚାରା ଲଗାନ୍ତୁ।

    Share. Facebook Twitter LinkedIn WhatsApp Email
    Previous Articleସାଇବର ଠକଙ୍କ ନୂଆ ତରିକା: ପାର୍ସଲ ନାଁରେ ଲୋକଙ୍କୁ ଲୁଟୁଛନ୍ତି
    Next Article ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: କଟକ ଓ ଭଦ୍ରକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ
    NewsLaxmi7
    • Website

    Related Posts

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    ରାଉରକେଲା: ଉଦିତନଗର ଥାନା ଏଏସ୍‌ଆଇ ଆଲିସ୍‌ ନାରମି ଲୁଗୁନ୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ତେଜୁଛି ବିବାଦ। ଏହି ଘଟଣାରେ…

    ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ

    October 3, 2023

    ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ

    October 3, 2023

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଏ ବର୍ଷ ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବା କଷ୍ଟକର: ହସି

    May 22, 2021

    ସରକାରୀ ନିୟମକୁ ଫୁ: ରାହାସ ମେଳଣରେ ଅଶ୍ଲୀଳ ଡ୍ୟାନ୍ସ, ଡିଜେ ଧୂନରେ କମ୍ପିଲା ଗାଁ ଦାଣ୍ଡ

    November 12, 2022

    ୨୦୦ ସାକ୍ଷୀ, ୨୭ ଫରେନ୍‌ସିକ୍ ରିପୋର୍ଟ: ଲଖିମପୁର ମାମଲା ୫ ବର୍ଷ ଲାଗିଯିବ, କହିଲେ ସୁପ୍ରିମ୍‌କୋର୍ଟ

    January 13, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.