ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ, ଚଳିତ ବର୍ଷର ୧୨ଶ ନିକ୍ଷେପଣ

ସିଓଲ୍‌: ଆଜି ଉତ୍ତର କୋରିଆ ତା’ର ପୂର୍ବତଟ ସମୁଦ୍ର ମଧ୍ୟକୁ ଗୋଟାଏ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଜାରି କରିଥିବା ବିବୃତିରେ କହିଛନ୍ତି।

ଉତ୍ତର କୋରିଆର ଉପରୋକ୍ତ ‌କ୍ଷେପଣାସ୍ତ୍ର ନିକ୍ଷେପଣ କଥା ଜାପାନୀ ସେନା ମଧ୍ୟ ରିପୋର୍ଟ କରିଛି।

ଜାପାନୀ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ ବିବୃତିରୁ ଉଦ୍ଧାର କରି ସମ୍ବାଦ ପ୍ରସାରଣକାରୀ ‘ନିପ୍ପନ୍‌ ହୋସୋ କ୍ୟୋକାଇ’ ବା ‘ଏନ୍‌ଏଚ୍‌କେ’ କହିଛି ଉକ୍ତ କ୍ଷେପଣାସ୍ତ୍ରଟି ଏବେ ମଧ୍ୟ ଆକାଶରେ ଗତିଶୀଳ ଅଛି।

ଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପଣ ସମ୍ବନ୍ଧରେ ତୁରନ୍ତ ଅନ୍ୟ କିଛି ବିବରଣୀ ମିଳିପାରି ନାହିଁ। ଏହାର ମାସକ ଆଗରୁ ମଧ୍ୟ ଉତ୍ତର କୋରିଆ ଗୋଟାଏ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଆଜିର କ୍ଷେପଣାସ୍ତ୍ର ନିକ୍ଷେପଣକୁ ମିଶାଇ ଏହା ହେଉଛି ଚଳିତ ବର୍ଷ ଉତ୍ତର କ‌ୋରିଆର ୧୨ଶ କ୍ଷେପଣାସ୍ତ୍ର ନିକ୍ଷେପଣ।

North Korea fires missile on New Year's Day - The Japan News
Image Courtesy of The Japan News

ଆମେରିକୀୟ ଗୁପ୍ତଚର ବିମାନ ତା’ର ଆକାଶ ସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗବାର କିଛି ଦିନ ପରେ ଉତ୍ତର କୋରିଆ ଆଜି ଏହି କ୍ଷେପଣାସ୍ତ୍ର ନି‌କ୍ଷେପ କରିଛି। ସେହିପରି, ନିକଟ ଅତୀତରେ ଆମେରିକାର ଗୋଟାଏ ଆଣବିକ ଶକ୍ତି ଚାଳିତ ‘କ୍ରୁଜ୍‌ କ୍ଷେପଣାସ୍ତ୍ର’ବାହୀ ବୁଡ଼ାଜାହାଜର ଦକ୍ଷିଣକୋରିଆ ଆଗମନକୁ ମଧ୍ୟ ଉତ୍ତର କୋରିଆ ତୀବ୍ର ନିନ୍ଦା କରିଥିଲା।

ସୂଚନାଯୋଗ୍ୟ, ୨୦୨୩ରେ ଉତ୍ତର କୋରିଆ ତା’ର ପ୍ରଥମ କଠିନ ଇନ୍ଧନ ଚାଳିତ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ମିସାଇଲ’ର (ଆଇସିବିଏମ୍‌) ବ୍ୟବହାରିକ ପରୀକ୍ଷଣ କରିଥିଲା। ଏହାଛଡ଼ା, ଗୋଟାଏ ନୂଆ ‘ଲଞ୍ଚ୍‌ ଭେଇକ୍ଲ୍‌’ରେ ଉତ୍ତର କୋରିଆ ତା’ର ପ୍ରଥମ ‘ସ୍ପାଇ ସାଟେଲାଇଟ୍‌’ ଉତ୍‌କ୍ଷେପଣ କରି ବିଫଳ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ