ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯୁଦ୍ଧର ୫୦୦ତମ ଦିନରେ ତୁର୍କୀରୁ ୫ କମାଣ୍ଡରଙ୍କୁ ଫେରାଇ ଆଣିଲେ ଜେଲେନ୍‌ସ୍କି

କିବ୍: ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଶନିବାର ୫ ଜଣ ପୂର୍ବତନ କମାଣ୍ଡରଙ୍କୁ ତୁର୍କୀରୁ ନିଜ ଦେଶକୁ ଫେରାଇ ଆଣିଛନ୍ତି। ସେମାନେ ପୂର୍ବରୁ ୟୁକ୍ରେନ୍‌ର ମାରିଉପୋଲ ସେନାଘାଟିରେ ଅବସ୍ଥାପିତ ଥିଲେ, ଯାହାକୁ ରୁଷ୍ ଅଧିକାର କରିନେଇଛି। ଏହା ‘ବନ୍ଦୀ ବଦଳ ଚୁକ୍ତିନାମାର ଉଲ୍ଲଂଘନ’ ବୋଲି ରୁଷ୍ ଅଭିଯୋଗ କରିଛି। ଏହି ବନ୍ଦୀମାନଙ୍କୁ ତୁର୍କୀ ମୁକ୍ତ କରିବା ଘଟଣାକୁ ରୁଷ୍ ନିନ୍ଦା କରିଛି। କ୍ରେମ୍‌ଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ତୁର୍କୀ ଏହି ବନ୍ଦୀମାନଙ୍କୁ ଛାଡ଼ିବ ନାହିଁ ବୋଲି ଗତବର୍ଷ ଚୁକ୍ତି ହୋଇଥିଲା। କିନ୍ତୁ ମସ୍କୋକୁ କିଛି ନ ଜଣାଇ ଅଙ୍କାରା ଉକ୍ତ ବନ୍ଦୀମାନଙ୍କୁ ମୁକ୍ତ କରିଦେଇଛି।

ଯେଉଁ ୫ ଜଣ କମାଣ୍ଡରଙ୍କୁ ଜେଲେନ୍‌ସ୍କି ତୁର୍କୀରୁ ଫେରାଇ ଆଣିଛନ୍ତି, ସେମାନେ ଗତବର୍ଷ ମାରିଉପୋଲର ସୁରକ୍ଷା ପାଇଁ ୟୁକ୍ରେନ୍ ସେନା ତରଫରୁ ଘୋର ଯୁଦ୍ଧ କରିଥିଲେ। ଶୁକ୍ରବାର ଜେଲେନ୍‌ସ୍କି ତୁର୍କୀ ଗସ୍ତ କରି ରାଷ୍ଟ୍ରପତି ତାୟିପ ଏର୍ଡୋଗାନଙ୍କ ସହ ଆଲୋଚନା କରିଥିଲେ ଏବଂ ତାଙ୍କୁ ମନାଇ ବନ୍ଦୀମାନଙ୍କୁ ଫେରାଇ ଆଣିଥିଲେ।

ଗତବର୍ଷ ମାରିଉପୋଲରେ ରୁଷ୍ ସେନାର ଆକ୍ରମଣରେ ହଜାର ହଜାର ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଆଜୋଭସ୍ତାଲ ପ୍ଲାଣ୍ଟ ଅଧୀନ ଟନେଲ ଓ ବଙ୍କରଗୁଡ଼ିକରେ ୟୁକ୍ରେନର କମାଣ୍ଡର ଓ ସୈନିକମାନେ ଅଟକ ରହିଥିଲେ। ପରେ କିବ୍‌ର ନିର୍ଦ୍ଦେଶରେ ଗତବର୍ଷ ମେ ମାସରେ ସେମାନେ ରୁଷ୍ ସେନା ପାଖରେ ଆତ୍ମସମର୍ପଣ କରିଥିଲେ। ତୁର୍କୀର ମଧ୍ୟସ୍ଥତାରେ ବନ୍ଦୀ ବଦଳ ଚୁକ୍ତିନାମା ଅନୁଯାୟୀ ରୁଷ୍ ଅନେକ ବନ୍ଦୀଙ୍କୁ ମୁକ୍ତ କରିଥିଲା। କିନ୍ତୁ କମାଣ୍ଡରମାନଙ୍କୁ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ତୁର୍କୀ ନିଜ ପାଖରେ ରଖିବ ବୋଲି କଥା ହୋଇଥିଲା। ତେଣୁ ୟୁକ୍ରେନ୍‌ର ଯୁଦ୍ଧବନ୍ଦୀମାନଙ୍କୁ ପ୍ରତ୍ୟର୍ପଣ କରି ତୁର୍କୀ ଚୁକ୍ତିରେ ଖିଲାପ କରିଛି ଓ ବିଶ୍ବାସଘାତକତା କରିଛି ବୋଲି ରୁଷ୍ ଅଭିଯୋଗ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ