ରାଜ୍ୟ

ଗ୍ରିନ୍‌ ମହାନଦୀ ମିସନ୍‌: କୁଆଡ଼େ ଗଲା ୫ କୋଟି ଗଛ?

କଟକ : ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ମିସନ( ଗ୍ରିନ ମହାନଦୀ ମିସନ) ଯୋଜନା ଘୋଷଣାକୁ ୫ ବର୍ଷ ପୂରିଛି। ୫ବର୍ଷରେ ୫ କୋଟି ଗଛ ଲଗାଇ ମହାନଦୀରେ ମୃତ୍ତିକା କ୍ଷୟ ରୋକିବା ଓ ପରିବେଶ ସୁରକ୍ଷା ପାଇଁ ସବୁଜିମା ସୃଷ୍ଟି ଏହି ବୃହତ୍ତ ଯୋଜନାର ଲକ୍ଷ୍ୟ ଥିଲା। କିନ୍ତୁ ଏହା ଏବେ କେବଳ ଯୋଜନାରେ ହିଁ ରହିଯାଇଛି। ହୀରାକୁଦରୁ-ପାରାଦୀପ ମଧ୍ୟରେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲା‌ରେ ଲାଗିବାକୁ ଥିବା ୫ କୋଟି ଗଛରୁ ପାଞ୍ଚ ବର୍ଷ ଭିତରେ ୧୦ ପ୍ରତିଶତ ଗଛ ବି ଲାଗିନି। ଦୁଇ-ତିନିଟି ଜିଲ୍ଲାରେ ଯୋଜନ‌ା ଅଟକି ଥିବା ବେଳେ ଅନ୍ୟ ଜିଲ୍ଲାରେ ଏହା ଆରମ୍ଭ ବି ହୋଇ ପାରିନାହିଁ। କଟକ ଜିଲ୍ଲାର ମହାନଦୀ ଅବବାହିକାରେ ଥିବା ପ୍ରାୟ ୬୦୦ କିମି ପରିବ୍ୟାପ୍ତ ସ୍ଥାନରେ ଏ ଯାଏ ୧ଲକ୍ଷ ଗଛ ବି ଲାଗି ପାରିନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାର କିନ୍ତୁ ଏଥିପାଇଁ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। ରାଜ୍ୟ ସରକାରଙ୍କ ଫାଇନାନ୍ସ କମିଟି ବୈଠକରେ ଅନୁମୋଦନ ଲାଭ କରିଥିବା ଏହି ବୃହତ୍ତ ଯୋଜନା ଏକ ପ୍ରକ‌ାର ବିଫଳ ହୋଇଛି ବୋଲି ପରିବେଶବିତ୍ ମାନେ ମତ ରଖିଛନ୍ତି।

Sambad English

ତଥ୍ୟ ମୁତାବକ, ରାଜ୍ୟ ସରକାର ୨୦୧୮ ଜୁନ୍ ମାସରେ ଗ୍ରିନ୍ ମହାନଦୀ ମିସନ ଯୋଜନା ହାତକୁ ନେଇଥିଲେ। ଏହି ବୃହତ୍ତ ଯୋଜନାକୁ ସଫଳ ରୂପ ଦେବା ପାଇଁ ସରକାରଙ୍କ ଜଂଗଲ ବିଭାଗ, ଉଦ୍ୟାନ ବିଭାଗର ମିଳିତ ଉଦ୍ୟମ‌ରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ‌ହୋଇଥିଲା। ବିଗୁଡୁଥିବା ପରିବେଶ ସନ୍ତୁଳନର ମୁକାବିଲା ଓ ମୂର୍ତ୍ତିକା ସଂରକ୍ଷଣ ରୋକିବା ପାଇଁ ସରକାର ଏଭଳି ଏକ ବୃହତ୍ତ ତଥା ମହତ ଯୋଜନା ହାତକୁ ନେଇ ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ। ହୀରାକୁଦରୁ ପାରାଦୀପ ପର୍ଯ୍ୟନ୍ତ ପାଖାପାଖି ୫ କୋଟି ଗଛ ଲଗାଇବାକୁ ପ୍ରୟାସ ଆରମ୍ଭ ହୋଇଥିଲା।

ଯୋଜନା ମୁତାବକ, ମହାନଦୀର ଦୁଇ ପାର୍ଶ୍ବରେ ୭୫ ହଜାର ୭୬୦ ଏକର ସରକାରୀ ଜମି, ୪୭ ହଜାର ୪୭୦ ଘରୋଇ ଜମିରେ ବୃକ୍ଷ ରୋପଣ କରାଯିବାର ଯୋଜନା ଥିଲା। ଏଥିପାଇଁ ୧୩୦୩ଟି ଗ୍ରାମକୁ ଚିହ୍ନଟ ମଧ୍ୟ କରାଯାଇଥିଲା। ପ୍ରତି ଗାଁରେ ଦୁଇଜଣ ବନଦୂତ ନିଯୁକ୍ତି ଦେବାର ‌ଯୋଜନା ହୋଇଥିଲା। ସାଧାରଣ ‌ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସଚେତନତା ସଭା ଆୟୋଜନ କରିବାକୁ ମଧ୍ୟ ବ୍ୟୟବରାଦ କରାଯାଇଥିଲା। ୨୦୧୮-୧୯ରେ ରାଜ୍ୟ ସରକାର ଏଥିପାଇଁ ୫୯.୪୮ କୋଟି ଟଙ୍କା ମଂଜୁର କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥ ବ୍ୟୟ ହୋଇ ଚାଲିଥିଲେ ବି ଯୋଜନା ବାଟବଣା ହେବା ଉଦ୍‌ବେଗର କାରଣ ହୋଇଛି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।