ରାଜ୍ୟ

ଏଆଇ ନ୍ୟୁଜ୍ ଆଙ୍କର ‘ଲିସା’, ଓଡ଼ିଆ ଭାଷାରେ ପରିବେଷଣ କରିବ ଖବର

ଭୁବନେଶ୍ବର : ଓଡ଼ିଆରେ ନ୍ୟୁଜ୍ ପଢ଼ିବ ପ୍ରଥମ ଓଡ଼ିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ନ୍ୟୁଜ୍ ଆଙ୍କର ‘ଲିସା’। ଓଟିଭି ପକ୍ଷରୁ ଆଜି ଓଡ଼ିଶାର ପ୍ରଥମ ଏଆଇ ନ୍ୟୁଜ୍ ଆଙ୍କରକୁ ଲଞ୍ଚ କରାଯାଇଛି। ହୋଟେଲ ପ୍ରେସିଡେନ୍ସିଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ ନ୍ୟୁଜ ଆଙ୍କର ‘ଲିସା’ଙ୍କୁ ଦର୍ଶକଙ୍କ ସମ୍ମୁଖକୁ ଆଣିଛନ୍ତି ଓଟିଭି ନେଟୱର୍କର ସହ-ପ୍ରତିଷ୍ଠାତ୍ରୀ ତଥା ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ସେ କହିଥିଲେ, ଆଜି ପର୍ଯ୍ୟନ୍ତ ନ୍ୟୁଜ୍‌ ରୁମ୍‌ରେ ନ୍ୟୁଜ୍‌ ରିଡର୍‌ମାନେ ଟେଲି ପ୍ରମ୍ପଟର୍‌ ଦେଖି ନ୍ୟୁଜ୍‌ ପଢ଼ୁଥିଲେ। ହେଲେ ଏବେ ଏଆଇ ସହାୟତାରେ ମଣିଷ ସଦୃଶ ଦେଖାଯାଉଥିବା ରୋବଟ୍‌ ‘ଲିସା’ ନ୍ୟୁଜ୍‌ ପଢ଼ିବ। ଲିସା କେବଳ ବୁଦ୍ଧିମତୀ ନୁହେଁ, କେବେ ଥକି ଯାଉନଥିବା ଓ କେବେ ବୟସ ବଢ଼ୁନଥିବା ଜଣେ ଆକର୍ଷଣୀୟ ନ୍ୟୁଜ୍‌ ଆଙ୍କର। ଏଥିସହ ଇଂରାଜୀରେ ନୁହେଁ, ଏଆଇ ଆଙ୍କର ଲିସା ଆମ ଓଡ଼ିଆ ଭାଷାରେ ହିଁ ଖବର ପରିବେଷଣ କରିବ। ଫଳରେ ଆମ ଭାଷାର ମଧ୍ୟ ଅଧିକରୁ ଅଧିକ ପ୍ରଚାରପ୍ରସାର ହୋଇପାରିବ।

ଏହି ଅବସରରେ ଶ୍ରୀମତୀ ପଣ୍ଡା ଦର୍ଶକଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ଯାଇ କହିଛନ୍ତି, ଏଆଇ ଯେ ଭବିଷ୍ୟତରେ ନ୍ୟୁଜ୍‌ ରିଡର୍‌ମାନଙ୍କର କିମ୍ବା ସାମ୍ବାଦିକମାନଙ୍କ ଚାକିରି ଛଡ଼ାଇ ନେବ, ସେ ଆଶଙ୍କା ଭୁଲ୍‌। ମଣିଷ ଓ ଏଆଇ ମଧ୍ୟରେ କୌଣସି ପ୍ରତିଯୋଗିତା ଏବେ ହେଉନାହିଁ। ମଣିଷ ତିଆରି କରିଥିବା ଏକ ବିଜ୍ଞାନ ବା ପ୍ରଯୁକ୍ତିବିଦ୍ୟା ଯେ ମଣିଷର ସ୍ଥାନ ଦିନେ ନେଇଯିବ ତାହା ଚିନ୍ତା କରିବା ଭୁଲ ହେବ। ତେବେ ମଣିଷ ଓ ଏଆଇ ଏକାସହ ମିଶି କାମ କଲେ, ଆମେ ଅଧିକ ତ୍ରୁଟିଶୂନ୍ୟ ଓ ତଥ୍ୟଭିତ୍ତିକ ହୋଇପାରିବା। ଏଆଇ ବିଭିନ୍ନ ଅନ୍‌ଲାଇନ୍‌ ସାଇଟ୍‌ରୁ ତଥ୍ୟ ସଂଗ୍ରହ କରି ଖବର ପରିବେଷଣ କରୁଥିବାରୁ, ମିଛ ଖବର ପ୍ରସା‌ରଣର ଭୟ ରହିଛି। ଏଥିପାଇଁ ଏବେ ଏଥିରେ ମାନବୀୟ ସହାୟତାର ଆବଶ୍ୟକତା ରହିଛି। ଏହି ଅବସରରେ ଓଟିଭିର ଡିଜିଟାଲ୍ ବିଜନେସ୍ ହେଡ୍ ଲିତିସା ମଙ୍ଗତ ପଣ୍ଡା ଓ ବାର୍ତ୍ତା ସମ୍ପାଦକ ରାଧାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଟିଭି ପରଦାରେ ଲିସାକୁ ଖବର ପଢ଼ୁଥିବାର ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ ଦର୍ଶକ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।