ରାଜ୍ୟ

ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ବିସ୍ଫୋରକ ବୟାନ: ‘ରତ୍ନଭଣ୍ଡାର ନେଇ ନିଦରେ ସରକାର’

ପୁରୀ : ରତ୍ନଭଣ୍ଡାର ଆଜି ବିପଦରେ। ବର୍ଷା ହେଲେ ବାଲ୍‌ତି ବାଲ୍‌ତି ପାଣି ଗଳୁଛି। ଏଥିରେ ରାଜା ମହରାଜା ଅମଳରୁ ରତ୍ନଭଣ୍ଡାରେ ଗଚ୍ଛିତ ଥିବା ସୁବର୍ଣ୍ଣ ଅଳଙ୍କାର ନଷ୍ଟ ହେବାର ସମ୍ଭାବନା ରହିଛି। ଏ ନେଇ ବାରମ୍ବାର ବିଭିନ୍ନ ସ୍ତରରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି ହେଲାଣି। ତଥାପି ସରକାର ନିଦରେ ଶୋଇଛନ୍ତି। ଆଜି ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ରତ୍ନଭଣ୍ଡାର ଖୋଲିବା କ୍ଷେତ୍ରରେ କାହିଁକି ସରକାର ଏଭଳି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ସ୍ବାଇଁ ମହାପାତ୍ର ପ୍ରଶ୍ନ କରିଛନ୍ତି। ସେପଟେ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ବୋଲି ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର ଦାବି କରିଛନ୍ତି।

ଶ୍ରୀ ସ୍ବାଇଁ ମହାପାତ୍ର ପ୍ରଶ୍ନ କରିଛନ୍ତି, ଯଦି ଶ୍ରୀମନ୍ଦିର ଉପରେ ସରକାରଙ୍କ ପୂର୍ଣ୍ଣ ଅଧିକାର ରହିଛି, ନୂଆ ମୁଖ୍ୟ ପ୍ରଶାସକ ନିଯୁକ୍ତି ହେଉଛନ୍ତି, ମୁଖ୍ୟ ଶାସନ ସଚିବ ମନ୍ଦିରକୁ ଆସି ସବୁର ଅନୁଧ୍ୟାନ କରି ପାରୁଛନ୍ତି, ତେବେ ରତ୍ନଭଣ୍ଡାର କାହିଁ ଖୋଲାଯାଇ ପାରୁନି? ମହାପ୍ରଭୁଙ୍କ ରଘୁନାଥ ବେଶ ସଂପର୍କରେ ଶୁଣିଛୁ। କିନ୍ତୁ ଏବେ କାହିଁକି ରଘୁନାଥ ବେଶ ହୋଇପାରୁନି?

ଶ୍ରୀ ସ୍ବାଇଁ ମହାପାତ୍ର ଆହୁରି କହିଛନ୍ତି, ମୁଁ ରାଜନୀତି କରେନି କି ରତ୍ନଭଣ୍ଡାରକୁ ନେଇ ରାଜନୀତି କରୁନି। କିନ୍ତୁ ମହାପ୍ରଭୁଙ୍କ ପାଇଁ କହିବାରେ କୌଣସି କୁଣ୍ଠାବୋଧ କରିବିନି। ଇତିମଧ୍ୟରେ ବାରମ୍ବାର ରତ୍ନଭଣ୍ଡାର ଖୋଲିବା କଥା ଉଠାଇଛି। କିନ୍ତୁ ସରକାର ଗାଲୁଆମି କରୁଛନ୍ତି। ରତ୍ନଭଣ୍ଡାର ଖୋଲି ସତ୍ୟତା ତର୍ଜମା କରାଯାଉ। ସତ ଓ ମିଛ କ’ଣ ସମସ୍ତେ ଜାଣନ୍ତୁ। ସରକାର ଚାହିଁଲେ, ସବୁକିଛି କରିପାରିବେ। କିନ୍ତୁ ସରକାର ଜାଣିଶୁଣି ନିରବ ରହୁଛନ୍ତି।

ସେ କହିଛନ୍ତି, ଗଜପତି ମହାରାଜା ରତ୍ନଭଣ୍ଡାର ସମ୍ପର୍କରେ ମୁହଁ ଖୋଲି କହିସାରିଲେଣି। ଆମେ ବି ବାରମ୍ବାର ରତ୍ନଭଣ୍ଡାର ଖୋଲିବା ନେଇ କହିଲୁଣି। ସରକାର ଗଜପତି କି ଆମ କଥାକୁ ଗୁରୁତ୍ବ ଦେଉନାହାନ୍ତି। ସରକାର ଯଦି ଅନ୍ୟ କାମ କରି ପାରୁଛନ୍ତି, ତେବେ ରତ୍ନଭଣ୍ଡାର କାହିଁକି ଖୋଲୁନାହାନ୍ତି? ଏହା ପଛରେ ସରକାରଙ୍କ କ’ଣ ସ୍ବାର୍ଥ ରହିଛି ବୋଲି ଶ୍ରୀ ସ୍ବାଇଁ ମହାପାତ୍ର ପ୍ରଶ୍ନ କରିଛନ୍ତି। ଯଦି ସରକାର ରତ୍ନଭଣ୍ଡାର ନ ଖୋଲି ପାରିବେ, ଏହାଠୁ ଲଜ୍ଜ୍ୟାଜନକ କଥା କିଛି ନାହିଁ। ଆଜି ବି ଆମେ ରତ୍ନଭଣ୍ଡାରକୁ ନେଇ ଅନ୍ଧାରରେ ଅଛୁ ବୋଲି ଶ୍ରୀ ସ୍ବାଇଁ ମହାପାତ୍ର କହିଛନ୍ତି।

ସୁନାବେଶରେ ଚତୁର୍ଦ୍ଧା ବିଗ୍ରହ ଭଙ୍ଗା ସୁବର୍ଣ୍ଣ ଅଳଙ୍କାର ପିନ୍ଧିବା ସମ୍ପର୍କରେ ଶ୍ରୀ ସ୍ବାଇଁ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାରର ଅଭାବ ନାହିଁ। ଥରେ ଯଦି ସରକାର କହିବେ, ଦାତା ଅଜାଡ଼ି ଦେବେ। ଶ୍ରୀମନ୍ଦିର ଚାରିପାର୍ଶ୍ବ ଭାଙ୍ଗି ନଷ୍ଟଭ୍ରଷ୍ଟ କରିଦେଲେ। ଯଦି ଆମେରିକାରେ ଜଣେ ଓଡ଼ିଆ ଭକ୍ତ ଶହ ଶହ କୋଟି ଟଙ୍କାରେ ମନ୍ଦିର ତୋଳି ପାରୁଛନ୍ତି, ସେ କ’ଣ ମହାପ୍ରଭୁଙ୍କ ସୁବର୍ଣ୍ଣ ଅଳଙ୍କାର ପାଇଁ ଦାନ କରି ପାରିବେନି ବୋଲି ଶ୍ରୀ ସ୍ବାଇଁ ମହାପାତ୍ର କହିଛନ୍ତି।

ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ବହୁଦିନରୁ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି। ଏଥିରେ ପାଣି ଗଳୁଛି। ଭକ୍ତ ବି ସୁବର୍ଣ୍ଣ ଅଳଙ୍କାରକୁ ନେଇ ସନ୍ଦେହ ପ୍ରକଟ କଲେଣି। ଏଭଳି ସ୍ଥିତିରେ ସରକାର ସତ କ’ଣ, ମିଛ କ’ଣ, ସବୁକୁ ସାର୍ବଜନୀନ କରିବା ଦରକାର ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।