ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

ରାଉରକେଲା: ସକାଳୁ ଉଠିବା ପରେ ଚା’ କପ୍‌ ସହ ଖୋଜା ପଡିଥାଏ ଖବରକାଗଜ। ‌ସେଥିପାଇଁ ଅପେକ୍ଷା ଥାଏ ବିତରକ ବନ୍ଧୁଙ୍କୁ। କାରଣ ସମ୍ବାଦପତ୍ର ଓ ପାଠକଙ୍କ ମଧ୍ୟରେ ମାଧ୍ୟମ ହେଉଛନ୍ତି ବିତରକ। ଆଜି ହେଉଛି ସେମାନଙ୍କ ପାଇଁ ଦିନଟିଏ। ଆଜି ଅର୍ଥାତ୍‌ ମେ’ ୨୬ରେ ସମଗ୍ର ବିଶ୍ବରେ ପାଳନ କରୁଛି ଅନ୍ତର୍ଜାତୀୟ ହକର୍ସ ଡେ’ ବା ବିତରକ ଦିବସ। ଖବରକାଗଜ ବାଣ୍ଟିବା ଏକ ସମ୍ମାନଜକ ପେସା। ବିଶ୍ବର ଅନେକ ବିଶିଷ୍ଟ ବ୍ୟକ୍ତି ଜୀବନର ଆଦ୍ୟକାଳରେ ଖବରକାଗଜ ବିତରକଭାବେ କାମ କରିଥିଲେ। ସେମାନଙ୍କ ଭିତରେ ଅଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡଃ ଏପିଜେ ଅବଦୁଲ୍‌ କଲାମ, ମାର୍କ ଟ୍ବାଇନ୍‌ଙ୍କ ଭଳି ବିଶ୍ବବିଦିତ ଲେଖକ, ଥମାସ୍ ଏଡିସନ୍‌ଙ୍କ ଭଳି ଶ୍ରେଷ୍ଠ ବୈଜ୍ଞାନିକ, ଏପରିକି ଡିଗ୍ୟୁଟ୍‌ ଏଜେନହୋର୍‌ ଓ ହ୍ୟାରି ଟ୍ରୁମ୍ୟାନଙ୍କ ଭଳି ଆମେରିକୀୟ ରାଷ୍ଟ୍ରପତି।

ଡିଜିଟାଲ ଯୁଗରେ ବିତରକଭାଇମାନଙ୍କ ଚାହିଦା ଉପରେ କୌଣସି ଫରକ୍‌ ପଡ଼ିନି। ବରଂ ଏମାନଙ୍କ ଗୁରୁତ୍ବ ବଢ଼ିଛି। କି ବର୍ଷା ଓ ଶୀତ କାକରକୁ ଖାତିର ନ କରି ବର୍ଷକ ୩୬୫ ଦିନ ଘରେ ଘରେ ପାଠକଙ୍କ ନିକଟରେ ଖବର ପହଞ୍ଚାଇଛନ୍ତି। ରାଜ୍ୟରେ ପ୍ରମୁଖ ସହର କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ପରି ସ୍ମାର୍ଟସିଟି ରାଉରକେଲାରେ ୨୫୦ ପାଖାପାଖି ବିତରକ କାମ କରୁଛନ୍ତି। ଓଡ଼ିଆ, ହିନ୍ଦି, ଇଂରାଜୀ, ଉର୍ଦ୍ଧ୍ବ, ବେଙ୍ଗଲି ଆଦି ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ଦୈନିକ, ପାକ୍ଷିକ, ସାପ୍ତାହିକ ଓ ମାସିକ ଖବରକାଗଜ ବିକ୍ରି କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ରାଉରକେଲା ସହରର ସେକ୍ଟର-୨ ଓ ନୂଆ ବସଷ୍ଟାଣ୍ଡରେ ଖବରକାଗଜ ବିକ୍ରି କେନ୍ଦ୍ର ରହିଛି। ପ୍ରତ୍ୟେକ ଦନ ଭୋର ୫ଟା ସୁଦ୍ଧା ‌ରାଜ୍ୟରେ ପ୍ରକାଶ ପାଉଥିବା ପ୍ରମୁଖ କାଗଜ ସମ୍ବାଦ, ସମାଜ, ପ୍ରମେୟ, ଧରିତ୍ରୀ ସହ ସକାଳ, ପ୍ରଗତିବାଦୀ ଆଞ୍ଚଳିକ ଓଡ଼ିଆ ଉତ୍କଳ ମେଲ୍‌, ଭାରତ ଦର୍ଶନ, ଉତ୍କଳ ସମାଚାର ଆଦି ଓଡ଼ିଆ ଖବରକାଗଜ ପହଞ୍ଚିଥାଏ।

ଦୈନିକ ହିନ୍ଦି ଖବରକାଗଜ ଦୈନିକ ଜାଗରଣ, ପ୍ରଭାତ ଖବର, ହିନ୍ଦୁସ୍ଥାନ, ଉତ୍କଳ ମେଲ୍‌, ନବଭାରତ, ଦୈନିକ ଭାସ୍କର, ଦୈନିକ ଇଂରାଜୀ ଟାଇମ୍‌ସ ଅପ୍‌ ଇଣ୍ଡିଆ, ଇଣ୍ଡିଆନ ଏକ୍ସପ୍ରେସ୍‌, ଦି ହିନ୍ଦୁ, ଇକୋନମିକ୍ସ ଟାଇମ୍‌, ବେଙ୍ଗଲି ‌ଖବରକାଗଜ ‘ପ୍ରତିଦିନ’ ଓ ଆଜ୍‌ କାଲ୍‌ ପରି ଅନେକ ଖବରକାଗଜ ପହଞ୍ଚିଥାଏ। ଦୁଇଟି କେନ୍ଦ୍ରରୁ ବିତରକ ଭାଇ ଓ ଭଉଣୀ ଖବରକାଗଜ ନେଇ ସହରର କୋଣଅନୁକୋଣରେ ବଣ୍ଟନ କରିବାକୁ ସାଇକେଲ ଧରି ବାହାରି ପଡିନ୍ତି। କଲୋନିରୁ କଲୋନି, ବସ୍ତିରୁ ବସ୍ତି, ଦୋକାନରୁ ଦୋକାନ, ଅଫିସ୍‌ରୁ ଅଫିସ୍ ସେମାନେ ବୁଲନ୍ତି। କିଛି ପାଠକ ବିତରକ ବନ୍ଧୁଙ୍କ ସହିତ ଥିବା ବର୍ଷ ବର୍ଷର ସଂପର୍କ ହେତୁ ଖବରକାଗଜ ବନ୍ଦ କରିବାକୁ ଚାହାନ୍ତି ନାହିଁ। ବିତରକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି।

ରାଉର‌କେଲା ବିତରକ ସଂଘର ସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି, ଅନ୍ତର୍ଜାତୀୟ ହକର୍ସ ଦିବସ ହେଉଛି ଗୁରୁତ୍ବପୂର୍ଣ୍ଣ ଦିବସ। ସାରା ବିଶ୍ବର ବହୁ ପ୍ରସିଦ୍ଧ ବ୍ୟକ୍ତି ହକର କାମ କରି ବହୁ ଉପରକୁ ଯାଇଛି। ବୈଜ୍ଞାନିକ ଠାରୁ ଆରମ୍ଭ ସାହିତ୍ୟିକ ହୋଇଛନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ସମ୍ମାନ ପାଇଛନ୍ତି। ହକରମାନଙ୍କ କାମ ସମ୍ମାନଜନକ। ସେଥିପାଇଁ ହକରମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାର ଦରକାର। ତାଙ୍କର ଜୀବନର ମାନଦଣ୍ଡକୁ ଠିକ୍‌ କରିବା। କାରଣ ହକରମାନେ ହେଉଛନ୍ତି ଆଗ ଧାଡିର ସେବକ। ହକରମାନଙ୍କୁ କର୍ମଚାରୀଙ୍କୁ ମାନ୍ୟତା ଦେଇ ସାମାଜିକ ସୁରକ୍ଷା ଦେବାକୁ ଆଜି ଦିନରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେକ୍ଟର-୨ କେନ୍ଦ୍ରର ସମ୍ପାଦକ ଶୁକେନ୍ଦୁ ପାତ୍ର, ଉପସଭାପତି ଅଶୋକ ବିଶ୍ବାଳ, ସାଙ୍ଗଠନିକ ସମ୍ପାଦକ ମନୋଜ ପଟ୍ଟନାୟକ, ଶରତ ପଣ୍ଡା ମଧ୍ୟ ମତ ଦିଅନ୍ତି, ‘‘ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଅନ୍ତର୍ଜାତୀୟ ହକର୍ସ ଡେ’ରେ ଉଭୟ ସରକାର ଆମ ହକର ସମାଜର ମଙ୍ଗଳ ହେବା ଭଳି କିଛି ଯୋଜନା ଘୋଷଣା କରିବା ଦରକାର, ଯାହା ଆମର ଦୁଃଖ ଓ କଷ୍ଟ ଲାଘବ କରିପାରିବ।’’

ନୂଆ ବସ୍‌ଷ୍ଟାଣ୍ଡ ସମ୍ବାଦପତ୍ର ବିକ୍ରି କେନ୍ଦ୍ରର ସମ୍ପାଦକ କିଶୋର ରାଉତ, ଉପସଭାପତି ମିହିର ପାତ୍ର, କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ବେହେରା, ଅଶୋକ ସାହୁ ମିଳିତ ସ୍ବରରେ କହନ୍ତି, ‘‘ ଆଜିର ଦିନଟି ଆମ ପାଇଁ ଉତ୍ସର୍ଗୀକୃତ ହେଉଥିବାରୁ ଆମେ ବେଶ୍‌ ଖୁସି। ଶ୍ରମିକ କର୍ମଚାରୀ ହିସାବରେ ଆମକୁ ସରକାରଙ୍କ ଅନ୍ୟ ସମସ୍ତ ସୁବିଧା ମିଳିବାକୁ ଆମେ ଆଜିର ଦିନର ସରକାରଙ୍କୁ ନିବେଦନ କରୁଛୁ।’’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।