Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    ରାଜ୍ୟ

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    NewsLaxmi7By NewsLaxmi7May 26, 2023Updated:May 26, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ରାଉରକେଲା: ସକାଳୁ ଉଠିବା ପରେ ଚା’ କପ୍‌ ସହ ଖୋଜା ପଡିଥାଏ ଖବରକାଗଜ। ‌ସେଥିପାଇଁ ଅପେକ୍ଷା ଥାଏ ବିତରକ ବନ୍ଧୁଙ୍କୁ। କାରଣ ସମ୍ବାଦପତ୍ର ଓ ପାଠକଙ୍କ ମଧ୍ୟରେ ମାଧ୍ୟମ ହେଉଛନ୍ତି ବିତରକ। ଆଜି ହେଉଛି ସେମାନଙ୍କ ପାଇଁ ଦିନଟିଏ। ଆଜି ଅର୍ଥାତ୍‌ ମେ’ ୨୬ରେ ସମଗ୍ର ବିଶ୍ବରେ ପାଳନ କରୁଛି ଅନ୍ତର୍ଜାତୀୟ ହକର୍ସ ଡେ’ ବା ବିତରକ ଦିବସ। ଖବରକାଗଜ ବାଣ୍ଟିବା ଏକ ସମ୍ମାନଜକ ପେସା। ବିଶ୍ବର ଅନେକ ବିଶିଷ୍ଟ ବ୍ୟକ୍ତି ଜୀବନର ଆଦ୍ୟକାଳରେ ଖବରକାଗଜ ବିତରକଭାବେ କାମ କରିଥିଲେ। ସେମାନଙ୍କ ଭିତରେ ଅଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡଃ ଏପିଜେ ଅବଦୁଲ୍‌ କଲାମ, ମାର୍କ ଟ୍ବାଇନ୍‌ଙ୍କ ଭଳି ବିଶ୍ବବିଦିତ ଲେଖକ, ଥମାସ୍ ଏଡିସନ୍‌ଙ୍କ ଭଳି ଶ୍ରେଷ୍ଠ ବୈଜ୍ଞାନିକ, ଏପରିକି ଡିଗ୍ୟୁଟ୍‌ ଏଜେନହୋର୍‌ ଓ ହ୍ୟାରି ଟ୍ରୁମ୍ୟାନଙ୍କ ଭଳି ଆମେରିକୀୟ ରାଷ୍ଟ୍ରପତି।

    ଡିଜିଟାଲ ଯୁଗରେ ବିତରକଭାଇମାନଙ୍କ ଚାହିଦା ଉପରେ କୌଣସି ଫରକ୍‌ ପଡ଼ିନି। ବରଂ ଏମାନଙ୍କ ଗୁରୁତ୍ବ ବଢ଼ିଛି। କି ବର୍ଷା ଓ ଶୀତ କାକରକୁ ଖାତିର ନ କରି ବର୍ଷକ ୩୬୫ ଦିନ ଘରେ ଘରେ ପାଠକଙ୍କ ନିକଟରେ ଖବର ପହଞ୍ଚାଇଛନ୍ତି। ରାଜ୍ୟରେ ପ୍ରମୁଖ ସହର କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ପରି ସ୍ମାର୍ଟସିଟି ରାଉରକେଲାରେ ୨୫୦ ପାଖାପାଖି ବିତରକ କାମ କରୁଛନ୍ତି। ଓଡ଼ିଆ, ହିନ୍ଦି, ଇଂରାଜୀ, ଉର୍ଦ୍ଧ୍ବ, ବେଙ୍ଗଲି ଆଦି ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ଦୈନିକ, ପାକ୍ଷିକ, ସାପ୍ତାହିକ ଓ ମାସିକ ଖବରକାଗଜ ବିକ୍ରି କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି। ରାଉରକେଲା ସହରର ସେକ୍ଟର-୨ ଓ ନୂଆ ବସଷ୍ଟାଣ୍ଡରେ ଖବରକାଗଜ ବିକ୍ରି କେନ୍ଦ୍ର ରହିଛି। ପ୍ରତ୍ୟେକ ଦନ ଭୋର ୫ଟା ସୁଦ୍ଧା ‌ରାଜ୍ୟରେ ପ୍ରକାଶ ପାଉଥିବା ପ୍ରମୁଖ କାଗଜ ସମ୍ବାଦ, ସମାଜ, ପ୍ରମେୟ, ଧରିତ୍ରୀ ସହ ସକାଳ, ପ୍ରଗତିବାଦୀ ଆଞ୍ଚଳିକ ଓଡ଼ିଆ ଉତ୍କଳ ମେଲ୍‌, ଭାରତ ଦର୍ଶନ, ଉତ୍କଳ ସମାଚାର ଆଦି ଓଡ଼ିଆ ଖବରକାଗଜ ପହଞ୍ଚିଥାଏ।

    ଦୈନିକ ହିନ୍ଦି ଖବରକାଗଜ ଦୈନିକ ଜାଗରଣ, ପ୍ରଭାତ ଖବର, ହିନ୍ଦୁସ୍ଥାନ, ଉତ୍କଳ ମେଲ୍‌, ନବଭାରତ, ଦୈନିକ ଭାସ୍କର, ଦୈନିକ ଇଂରାଜୀ ଟାଇମ୍‌ସ ଅପ୍‌ ଇଣ୍ଡିଆ, ଇଣ୍ଡିଆନ ଏକ୍ସପ୍ରେସ୍‌, ଦି ହିନ୍ଦୁ, ଇକୋନମିକ୍ସ ଟାଇମ୍‌, ବେଙ୍ଗଲି ‌ଖବରକାଗଜ ‘ପ୍ରତିଦିନ’ ଓ ଆଜ୍‌ କାଲ୍‌ ପରି ଅନେକ ଖବରକାଗଜ ପହଞ୍ଚିଥାଏ। ଦୁଇଟି କେନ୍ଦ୍ରରୁ ବିତରକ ଭାଇ ଓ ଭଉଣୀ ଖବରକାଗଜ ନେଇ ସହରର କୋଣଅନୁକୋଣରେ ବଣ୍ଟନ କରିବାକୁ ସାଇକେଲ ଧରି ବାହାରି ପଡିନ୍ତି। କଲୋନିରୁ କଲୋନି, ବସ୍ତିରୁ ବସ୍ତି, ଦୋକାନରୁ ଦୋକାନ, ଅଫିସ୍‌ରୁ ଅଫିସ୍ ସେମାନେ ବୁଲନ୍ତି। କିଛି ପାଠକ ବିତରକ ବନ୍ଧୁଙ୍କ ସହିତ ଥିବା ବର୍ଷ ବର୍ଷର ସଂପର୍କ ହେତୁ ଖବରକାଗଜ ବନ୍ଦ କରିବାକୁ ଚାହାନ୍ତି ନାହିଁ। ବିତରକମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି।

    ରାଉର‌କେଲା ବିତରକ ସଂଘର ସଭାପତି ବିଷ୍ଣୁ ମହାନ୍ତି କହିଛନ୍ତି, ଅନ୍ତର୍ଜାତୀୟ ହକର୍ସ ଦିବସ ହେଉଛି ଗୁରୁତ୍ବପୂର୍ଣ୍ଣ ଦିବସ। ସାରା ବିଶ୍ବର ବହୁ ପ୍ରସିଦ୍ଧ ବ୍ୟକ୍ତି ହକର କାମ କରି ବହୁ ଉପରକୁ ଯାଇଛି। ବୈଜ୍ଞାନିକ ଠାରୁ ଆରମ୍ଭ ସାହିତ୍ୟିକ ହୋଇଛନ୍ତି। ବିଶିଷ୍ଟ ବ୍ୟକ୍ତିଭାବେ ସମ୍ମାନ ପାଇଛନ୍ତି। ହକରମାନଙ୍କ କାମ ସମ୍ମାନଜନକ। ସେଥିପାଇଁ ହକରମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାର ଦରକାର। ତାଙ୍କର ଜୀବନର ମାନଦଣ୍ଡକୁ ଠିକ୍‌ କରିବା। କାରଣ ହକରମାନେ ହେଉଛନ୍ତି ଆଗ ଧାଡିର ସେବକ। ହକରମାନଙ୍କୁ କର୍ମଚାରୀଙ୍କୁ ମାନ୍ୟତା ଦେଇ ସାମାଜିକ ସୁରକ୍ଷା ଦେବାକୁ ଆଜି ଦିନରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେକ୍ଟର-୨ କେନ୍ଦ୍ରର ସମ୍ପାଦକ ଶୁକେନ୍ଦୁ ପାତ୍ର, ଉପସଭାପତି ଅଶୋକ ବିଶ୍ବାଳ, ସାଙ୍ଗଠନିକ ସମ୍ପାଦକ ମନୋଜ ପଟ୍ଟନାୟକ, ଶରତ ପଣ୍ଡା ମଧ୍ୟ ମତ ଦିଅନ୍ତି, ‘‘ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଅନ୍ତର୍ଜାତୀୟ ହକର୍ସ ଡେ’ରେ ଉଭୟ ସରକାର ଆମ ହକର ସମାଜର ମଙ୍ଗଳ ହେବା ଭଳି କିଛି ଯୋଜନା ଘୋଷଣା କରିବା ଦରକାର, ଯାହା ଆମର ଦୁଃଖ ଓ କଷ୍ଟ ଲାଘବ କରିପାରିବ।’’

    ନୂଆ ବସ୍‌ଷ୍ଟାଣ୍ଡ ସମ୍ବାଦପତ୍ର ବିକ୍ରି କେନ୍ଦ୍ରର ସମ୍ପାଦକ କିଶୋର ରାଉତ, ଉପସଭାପତି ମିହିର ପାତ୍ର, କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ବେହେରା, ଅଶୋକ ସାହୁ ମିଳିତ ସ୍ବରରେ କହନ୍ତି, ‘‘ ଆଜିର ଦିନଟି ଆମ ପାଇଁ ଉତ୍ସର୍ଗୀକୃତ ହେଉଥିବାରୁ ଆମେ ବେଶ୍‌ ଖୁସି। ଶ୍ରମିକ କର୍ମଚାରୀ ହିସାବରେ ଆମକୁ ସରକାରଙ୍କ ଅନ୍ୟ ସମସ୍ତ ସୁବିଧା ମିଳିବାକୁ ଆମେ ଆଜିର ଦିନର ସରକାରଙ୍କୁ ନିବେଦନ କରୁଛୁ।’’

    Share. Facebook Twitter LinkedIn WhatsApp Email
    Previous Articleଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    Next Article ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନ୍ୟୁୟର୍କରେ କୋଭିଡ କଟକଣା କଡ଼ାକଡ଼ି

    May 19, 2022

    ସ୍କୁଲ ଖୋଲିଲେ ମନିଟରିଂ କରାଯିବ:ଡିଏମଇଟି

    October 16, 2021

    ଶୈଳବାଳା କଲେଜର ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ

    May 20, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.