ରାଜ୍ୟ

କର୍କଟ ରୋଗୀଙ୍କୁ ‘ପ୍ରତୀକ୍ଷା’ ଯନ୍ତ୍ରଣା: ତିନି ସପ୍ତାହ ଅପେକ୍ଷା କଲେ ରେଡିଏସନ୍‌ ଚିକିତ୍ସା!

କଟକ : କର୍କଟ ରୋଗୀଙ୍କୁ ବି ରେଡିଏସସନ୍‌ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡୁଛି ତିନି ସପ୍ତାହ। କେବେ ପାଳି ପଡିବ, ସେ ଅପେକ୍ଷାରେ ରହିଲା ବେଳକୁ ଏପଟେ ରୋଗ ବଢି ଚାଲିଛି। ଏଭଳି ସ୍ଥିତିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଭରସା ଛାଡି, ଜମିବାଡ଼ି ବନ୍ଧା ପକାଇ ଘରୋଇ ହସ୍ପିଟାଲକୁ ଯାଉଛନ୍ତି କର୍କଟ ରୋଗୀ। ଏପଟେ କିନ୍ତୁ ନଭେମ୍ବର ସୁଦ୍ଧା ୨ଟି ଲିନାକ୍‌ ମେସିନ୍‌ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କାର୍ଯ୍ୟକ୍ଷମ ହେବାକୁ ଥିଲେ ବି ତାହା ହୋଇପାରୁନି। ମେସିନ୍‌ ଯୋଗାଇଥିବା ସଂସ୍ଥା ତାଲିମ୍‌ ଦେବା ପାଇଁ ନାମ ତାଲିକା ମାଗୁଥିବାବେଳେ କର୍କଟ କେନ୍ଦ୍ରରେ ରେଡିଓଥେରାପି ଟେକ୍ନିସିଆନ ନାହାନ୍ତି। କୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଲଗାଇଛନ୍ତି। ନୂତନ ମେସିନ୍‌ରେ ରୋଗୀଙ୍କ ଚିକିତ୍ସା ଜୁଲାଇ ସୁଦ୍ଧା ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା।

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପୂର୍ବରୁ ୨ଟି କୋବାଲ୍ଟ ମେସିନ୍‌ ରହିଥିଲା ଓ ୨ଟି ଲିନାକ୍‌ ବଙ୍କର ରହିଥିଲା। ଉକ୍ତ ୪ଟି ମେସିନ୍‌ରେ ୩୫୦ ରୋଗୀଙ୍କୁ ରେଡିଏସନ୍‌ ଚିକିତ୍ସା ଦିଆଯାଇପାରୁଥିଲା। ତେବେ ଗୋଟିଏ କୋବାଲ୍ଟ ମେସିନ୍‌ ୨୬ବର୍ଷ ଅତିକ୍ରମ କରିବା ପରେ ତାକୁ ସେବାରୁ ବିରାମ ଦିଆଯାଇଥିଲା। ଯାହାଫଳରେ ଏବେ କର୍କଟ ‌କେନ୍ଦ୍ରରେ ରହିଛି ୩ଟି ମେସିନ୍‌। ଗୋଟିଏ କେବାଲ୍ଟ ମେସିନ୍‌ରେ ୧୫୦ ରୋଗୀଙ୍କ ଚିକିତ୍ସା ହୋଇପାରୁଥିବାବେଳେ ଅନ୍ୟ ଦୁଇଟି ଲିନାକ୍‌ ମେସିନ୍‌ରେ ପ୍ରତିଦିନ ୧୨୦ଜଣ ରୋଗୀଙ୍କ ଚିକିତ୍ସା ହୋଇପାରୁଛି। କିନ୍ତୁ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ପାଇଁ ୨୦୨୨, ଅଗଷ୍ଟ ଶେଷ ସପ୍ତାହରେ ୩୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଦୁଇଟି ଲିନାକ୍‌ ମେସିନ୍‌ କିଣାଯାଇଛି। ଏହାର କାମ ସରିବା ଉପରେ। ସରକାରୀ ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ଶେଷ ସୁଦ୍ଧା ଏହି ଦୁଇଟି ଲିନାକ୍‌ ମେସିନ୍‌କୁ କାର୍ଯ୍ୟକ୍ଷମ କରାଯିବା କଥା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାମ ସରିନଥିବାରୁ ଜୁନ୍‌ ଶେଷ ସୁଦ୍ଧା ଏହାର କାମ ସରିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ଦୁଇଟି ମେସିନ୍‌ ଇନଷ୍ଟଲେସନ୍‌ ସରିଥିବାବେଳେ ଏଥିପାଇଁ ନିଯୁକ୍ତି ପାଇବେ ୮ଜଣ ରେଡିଓଥେରାପି ଟେକ୍ନିସିଆନ। ଟେକ୍ନିସିଆନମାନଙ୍କ ନିଯୁକ୍ତି ସଂକ୍ରାନ୍ତ ତାଲିକା ପ୍ରକାଶ ପାଇଥିଲେ ସୁଦ୍ଧା ଏହାକୁ ନେଇ ପୁରୁଣା ଟେକ୍ନିସିଆନ୍‌ମାନେ ଦରମା ଅସଙ୍ଗତିକୁ ନେଇ କୋର୍ଟକୁ ଯାଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ରାଜ୍ୟରେ ରେଡିଓଥେରାପି ଟେକ୍ନିସିଆନ ନଥିଲେ। ଫଳରେ ସେହି ସମୟରେ ରେଡିଓଗ୍ରାଫରଙ୍କୁ ତାଲିମ୍‌ ଦେଇ କୋବାଲ୍ଟ ମେସିନ୍‌ କାମ କରାଯାଉଥିଲା। ଏବେ ଜୁନ୍‌ ଶେଷ ସୁଦ୍ଧା ଲିନାକ୍‌ ମେସିନ୍‌ ପ୍ରସ୍ତୁତ ହେବ ଓ ଜୁଲାଇରୁ ରେଡିଏସନ୍‌ ଚିକତ୍ସା ଆରମ୍ଭ କରାଯିବ ବୋଲି କର୍କଟ କେନ୍ଦ୍ର ପ୍ରସ୍ତୁତି ଚଳାଇଥିବା ବେଳେ ନିଯୁକ୍ତି ନେଇ ରହିତାଦେଶ ପରେ ତାଲିମ ପାଇଁ ରେଡିଓଥେରାପି ଟେକ୍ନିସିଆନ ପାଉନାହାନ୍ତି କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।