ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ୟାମେରାରେ ଆଉ ଆସୁନି ପ୍ରତିଛବି, ଅଟେଇରୁ ମହାବଳ ଗାଏବ

କେନ୍ଦୁଝର : ଚାରିମାସ ହେବ ବନ ବିଭାଗର ନିଦ ହଜେଇ ଦେଇଥିବା ମହାବଳ ବାଘ କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗାଏବ ହୋଇଯାଇଛି। ୨୦ ଦିନରୁ ଊର୍ଦ୍ଧ୍ବ ହେବ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ବାଘ ଧରାପଡ଼ୁ ନଥିବାରୁ ବନ ବିଭାଗ ଏଭଳି ଆଶଙ୍କା କରିଛି। ମହାବଳଟି ଶିମିଳିପାଳ ନଚେତ ସାତକୋଶିଆ ଜଙ୍ଗଲକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି।

କିଛିମାସ ତଳେ ଅଟେଇ ଜଙ୍ଗଲର ବାରମ୍ବାର ମଇଁଷି ଓ ଗାଈକୁ ଆକ୍ରମଣ ହେବା ପରେ ଏଠାରେ ମହାବଳ ବାଘ ଥିବା ନେଇ ବନ ବିଭାଗ ସନ୍ଦେହ କରିଥିଲା। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫୪ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ଟ୍ରାପ୍‌ କ୍ୟ‌ାମେରାରେ ମହାବଳ ବାଘର ଫଟୋ କଏଦ ହେବା ପରେ ବନ ବିଭାଗ ଏ ସମ୍ପର୍କରେ ସ୍ପଷ୍ଟ କରିଥିଲା। ଏବେ ୨୦ ଦିନ ହେବ ଟ୍ରାପ କ୍ୟାମେରାରେ ବାଘର ଫଟୋ ଆ‌ଉ କଏଦ ହେଉନି। ତେଣୁ ବାଘଟି ଏଠାରେ ଆଉ ନାହିଁ ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କୁ ପଚାରିବାରୁ, ୨୦ ଦିନରୁ ଊର୍ଦ୍ଧ୍ବ ହେବ ମହାବଳ ବାଘର ଫଟୋ ଟ୍ରାପ କ୍ୟାମେରାରେ କଏଦ ହୋଇନାହିଁ। ବାଘଟି ଅଟେଇ ସଂରକ୍ଷିତ ଜଙ୍ଗଲରୁ କେଉଁଆଡ଼େ ଚାଲି ଯାଇଥାଇପାରେ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।