ଅପରାଧ ଦେଶ ବିଦେଶ

ଜମତାରା ଗ୍ୟାଙ୍ଗର ଆଡ଼ାସ୍ଥଳୀ ଏବେ ଆସାନସୋଲ

ରାଞ୍ଚି : କିଛି ସମୟ ମଧ୍ୟରେ ଟଙ୍କା ଜମା ନକରିଲେ ଖରାଦିନେ ବିଜୁଳି କାଟି ଦିଆଯିବ। ଅଧିକ ବେତନରେ ଚାକିରି ଦିଆଯିବ। ଏଭଳି ଧମକ ଏବଂ ଲୋଭ ଦେଖାଇ ଲୋକଙ୍କୁ ଏସଏମଏସ ପଠାଯାଉଛି। ଯଦି ଏମିତି କିଛି ଏସଏମଏସ ପାଉଥାନ୍ତି ତାହେଲେ ସେସବୁ ପଶ୍ଚିମବଙ୍ଗର ଶିଳ୍ପ ସହର ଆସାନସୋଲରୁ ଆସୁଥାଇପାରେ। ଏହି ସହର ଝାଡ଼ଖଣ୍ଡ ସୀମାଠାରୁ ଅଳ୍ପ ଦୂରରେ ରହିଛି।

ପୂର୍ବରୁ ଝାଡ଼ଖଣ୍ଡରେ ଏହି ଗୋଷ୍ଠୀ ତାର କାର୍ଯ୍ୟ ଚଳାଇଥିଲା। କିନ୍ତୁ ପୁଲିସ ସକ୍ରିୟ ହେବା ପରେ ସେମାନେ ଏବେ ଆଡ଼ାସ୍ଥଳୀକୁ ୪୦ କିମି ଦୂର ଆସାନସୋଲକୁ ନେଇଯାଇଛନ୍ତି। ପୂର୍ବରୁ ଲୋକଙ୍କୁ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ବ୍ଲକ ହୋଇଯିବ କିମ୍ବା ବ୍ୟାଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ କରି ଦିଆଯିବ କହି ଲୋକଙ୍କୁ ଲୁଟୁଥିବାବେଳେ ଏବେ ସେମାନେ ନୂଆ ତରିକା ଆପଣାଇଛନ୍ତି। ଲୋକଙ୍କ ଭୟ ଏବଂ ଲୋଭର ଲାଭ ଏମାନେ ଉଠାଉଛନ୍ତି। ଘରୁ କାମ କରିଲେ ଲୋଭନୀୟ ପାରିଶ୍ରମିକ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଠକୁଛନ୍ତି। ଗ୍ୟାଙ୍ଗ ପକ୍ଷରୁ ପଠାଯାଇଥିବା ଲିଙ୍କରେ କ୍ଲିକ କରିଲେ ଏକ ଆପ୍ ଜରିଆରେ ସେମାନେ ଲୋକଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇ ଆକାଉଣ୍ଟ ଖାଲି କରି ଦେଉଛନ୍ତି।

ତେବେ କେବଳ ସେମାନଙ୍କ ପଛରେ ପୁଲିସ ପଡ଼ିବା ଯୋଗୁ ସେମାନେ ଆସାନସୋଲ ଯାଇନାହାନ୍ତି। ସେମାନଙ୍କର ଅନେକ ସଂପର୍କୀୟ ଆସାନସୋଲରେ ରହୁଥିବାରୁ ସେମାନେ ଏହି ସ୍ଥାନକୁ ପସନ୍ଦ କରିଛନ୍ତି। ଆସାନସୋଲର ଅନେକ ଅପାଠୁଆ ବ୍ୟକ୍ତିଙ୍କୁ ଏହି ଗୋଷ୍ଠୀର ବ୍ୟକ୍ତିମାନେ ଠକେଇ ସଂପର୍କରେ ତାଲିମ ପ୍ରଦାନ କରୁଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ଏହି ସହରରୁ ସାଇବର ଅପରାଧ ଅଭିଯୋଗରେ ପୁଲିସ ୨୦ ଜଣଙ୍କୁ ଗିରଫ କରିସାରିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ