ରାଜ୍ୟ ସ୍ପେଶାଲ ରିପୋର୍ଟ

ସମ୍ବଲପୁର ହିଂସା ପ୍ରସଙ୍ଗ: ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ଯୋଜନା: ସୁରେଶ

ଝାରସୁଗୁଡ଼ା : ଗତ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରସଙ୍ଗକୁ ନେଇ ଶୁକ୍ରବାର ପୁଣିଥରେ ବିଜେଡିକୁ ଟାର୍ଗେଟ୍‌ କରିଛି ବିଜେପି। ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ବିଜେଡି ଯୋଜନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଆଇନ୍‌ ତା ବାଟରେ ଯାଉନି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପୂଜାରୀ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଜୁଏଲ୍‌ ଓରାମ, ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

ହନୁମାନ ଜୟନ୍ତୀ ରାଲି ବେଳେ ହୋଇଥିବା ହିଂସାର ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁର ଯାଉଥିବା ସାଂସଦ ଶ୍ରୀ ପୂଜାରୀଙ୍କ ସମେତ ୩ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ପୁଲିସ୍‌ ଠେଲକୋଲୋଇ ଥାନା ଶ୍ରୀପୁରା ଛକରେ ଅଟକାଇଥିଲା। କେବଳ ସେତିକି ନୁହେଁ ବରଂ ଉକ୍ତ ଦିନ ଏହି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ରାତି ୮ଟା ଯାଏ ପୁଲିସ ଅଟକ ବି ରଖିଥିବା ଅଭିଯୋଗ ହୋଇଛି। କର୍ଫ୍ୟୁ କୋହଳ ସମୟରେ ବିନା କୌଣସି ଆଦେଶନାମାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅଟକ ରଖି ବିଶେଷ ଅଧିକାରକୁ ଭଙ୍ଗ କରାଯାଇଥିଲା। ଏହି ପ୍ରସଙ୍ଗରେ ଗତ ୨୫ ତାରିଖ ଦିନ ବ୍ୟକ୍ତିଗତ ଭାବେ ଶ୍ରୀ ପୂଜାରୀ ଏବଂ ୨୭ ତାରିଖ ଦିନ ମିଳିତ ଭାବେ ୩ ସାଂସଦ ସ୍ୱାଧିକାର ଭଙ୍ଗ ହୋଇଥିବା ଦର୍ଶାଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଜିଲ୍ଲା ଏସ୍‌ପି ବି. ଗଙ୍ଗାଧର ତଥା ଅନ୍ୟ ଜିଲ୍ଲା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।

ଅଭିଯୋଗ ପାଇବା ପରେ ଲୋକସଭା ସଚିବାଳୟ ପକ୍ଷରୁ ଏହାର ସତ୍ୟତା ଜାଣିବା ପାଇଁ ସଂସଦର ସ୍ୱାଧୀକାର ଓ ନୈତିକତା (ପ୍ରିଭିଲେଜ୍‌ ଓ ଏଥିକ୍ସ) କମିଟି କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ୍ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ (ଡିଓପିଟି)ର ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଦେଇଛନ୍ତି। ବିଜେପିର ସାଂସଦମାନଙ୍କ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧ କରିବାର କାରଣର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କଠାରୁ ସଂଗ୍ରହ କରି ଡିଓପିଟି ମନ୍ତ୍ରାଳୟ ସଂସଦୀୟ ସଚିବାଳୟକୁ ପ୍ରଦାନ କରିବେ ଏବଂ ଏହା ପରେ ସଂସଦୀୟ ସଚିବାଳୟ ଉକ୍ତ ରିପୋର୍ଟ ସହ ଅଭିଯୋଗକୁ ସଂକଳିତ କରି ବାଚସ୍ପତିଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି। କେବଳ ସେତିକି ନୁହେଁ ବରଂ ସମ୍ବଲପୁର ଗସ୍ତରେ ଆସିଥିବା ଜନଜାତି କମିସନ ଅଧ୍ୟକ୍ଷଙ୍କୁ ବି ହିଂସାରେ ମୃତ ଯୁବକଙ୍କ ପରିବାରକୁ ଭେଟିବାକୁ ଦିଆଗଲାନି। ମୃତକଙ୍କ ପରିବାର ବର୍ଗ ଆଜିଯାଏ ଗାଏବ୍‌ ରହିଥିବା ନେଇ ବି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ସମ୍ବଲପୁର ହିଂସାକୁ ନେଇ ଏବେ ବି ଗିରଫଦାରି ଜାରି ରହିଛି। ମାତ୍ର ଘଟଣାସ୍ଥଳରେ ଥିବା ଅଭିଯୁକ୍ତଙ୍କୁ ଆଜିଯାଏ ଗିରଫ କରାଗଲାନି। ସେସମୟରେ ୟୁପିର କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସ୍‌ଲିମ ଏ ଅଞ୍ଚଳକୁ ଆସିଥିଲା। ରାଜା ଖାନ୍‌ ସହିତ ରହିଥିଲା। ଗୁଡ୍ଡୁ ମୁସ୍‌ଲିମକୁ ଶରଣ ଦେବା ପରେ ବି ଆଜିଯାଏ ରାଜ୍ୟ ସରକାର ରାଜା ଖାନ୍‌କୁ ଖୋଜି ପାଇଲେନି। ଓଡ଼ିଶା ସରକାରଙ୍କ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବାବେଳେ ଏଯାଏ ନ୍ୟାୟ ପାଇଲେନି। ଏହା ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।