Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ସମ୍ବଲପୁର ହିଂସା ପ୍ରସଙ୍ଗ: ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ଯୋଜନା: ସୁରେଶ
    ରାଜ୍ୟ

    ସମ୍ବଲପୁର ହିଂସା ପ୍ରସଙ୍ଗ: ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ଯୋଜନା: ସୁରେଶ

    NewsLaxmi7By NewsLaxmi7May 6, 2023Updated:May 6, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଝାରସୁଗୁଡ଼ା : ଗତ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରସଙ୍ଗକୁ ନେଇ ଶୁକ୍ରବାର ପୁଣିଥରେ ବିଜେଡିକୁ ଟାର୍ଗେଟ୍‌ କରିଛି ବିଜେପି। ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ବିଜେଡି ଯୋଜନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଆଇନ୍‌ ତା ବାଟରେ ଯାଉନି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପୂଜାରୀ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଜୁଏଲ୍‌ ଓରାମ, ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

    ହନୁମାନ ଜୟନ୍ତୀ ରାଲି ବେଳେ ହୋଇଥିବା ହିଂସାର ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁର ଯାଉଥିବା ସାଂସଦ ଶ୍ରୀ ପୂଜାରୀଙ୍କ ସମେତ ୩ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ପୁଲିସ୍‌ ଠେଲକୋଲୋଇ ଥାନା ଶ୍ରୀପୁରା ଛକରେ ଅଟକାଇଥିଲା। କେବଳ ସେତିକି ନୁହେଁ ବରଂ ଉକ୍ତ ଦିନ ଏହି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ରାତି ୮ଟା ଯାଏ ପୁଲିସ ଅଟକ ବି ରଖିଥିବା ଅଭିଯୋଗ ହୋଇଛି। କର୍ଫ୍ୟୁ କୋହଳ ସମୟରେ ବିନା କୌଣସି ଆଦେଶନାମାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅଟକ ରଖି ବିଶେଷ ଅଧିକାରକୁ ଭଙ୍ଗ କରାଯାଇଥିଲା। ଏହି ପ୍ରସଙ୍ଗରେ ଗତ ୨୫ ତାରିଖ ଦିନ ବ୍ୟକ୍ତିଗତ ଭାବେ ଶ୍ରୀ ପୂଜାରୀ ଏବଂ ୨୭ ତାରିଖ ଦିନ ମିଳିତ ଭାବେ ୩ ସାଂସଦ ସ୍ୱାଧିକାର ଭଙ୍ଗ ହୋଇଥିବା ଦର୍ଶାଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଜିଲ୍ଲା ଏସ୍‌ପି ବି. ଗଙ୍ଗାଧର ତଥା ଅନ୍ୟ ଜିଲ୍ଲା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।

    ଅଭିଯୋଗ ପାଇବା ପରେ ଲୋକସଭା ସଚିବାଳୟ ପକ୍ଷରୁ ଏହାର ସତ୍ୟତା ଜାଣିବା ପାଇଁ ସଂସଦର ସ୍ୱାଧୀକାର ଓ ନୈତିକତା (ପ୍ରିଭିଲେଜ୍‌ ଓ ଏଥିକ୍ସ) କମିଟି କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ୍ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ (ଡିଓପିଟି)ର ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଦେଇଛନ୍ତି। ବିଜେପିର ସାଂସଦମାନଙ୍କ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧ କରିବାର କାରଣର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କଠାରୁ ସଂଗ୍ରହ କରି ଡିଓପିଟି ମନ୍ତ୍ରାଳୟ ସଂସଦୀୟ ସଚିବାଳୟକୁ ପ୍ରଦାନ କରିବେ ଏବଂ ଏହା ପରେ ସଂସଦୀୟ ସଚିବାଳୟ ଉକ୍ତ ରିପୋର୍ଟ ସହ ଅଭିଯୋଗକୁ ସଂକଳିତ କରି ବାଚସ୍ପତିଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ପୂଜାରୀ କହିଛନ୍ତି। କେବଳ ସେତିକି ନୁହେଁ ବରଂ ସମ୍ବଲପୁର ଗସ୍ତରେ ଆସିଥିବା ଜନଜାତି କମିସନ ଅଧ୍ୟକ୍ଷଙ୍କୁ ବି ହିଂସାରେ ମୃତ ଯୁବକଙ୍କ ପରିବାରକୁ ଭେଟିବାକୁ ଦିଆଗଲାନି। ମୃତକଙ୍କ ପରିବାର ବର୍ଗ ଆଜିଯାଏ ଗାଏବ୍‌ ରହିଥିବା ନେଇ ବି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି।

    ସେ ଏହା ମଧ୍ୟ କହିଛନ୍ତି, ସମ୍ବଲପୁର ହିଂସାକୁ ନେଇ ଏବେ ବି ଗିରଫଦାରି ଜାରି ରହିଛି। ମାତ୍ର ଘଟଣାସ୍ଥଳରେ ଥିବା ଅଭିଯୁକ୍ତଙ୍କୁ ଆଜିଯାଏ ଗିରଫ କରାଗଲାନି। ସେସମୟରେ ୟୁପିର କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସ୍‌ଲିମ ଏ ଅଞ୍ଚଳକୁ ଆସିଥିଲା। ରାଜା ଖାନ୍‌ ସହିତ ରହିଥିଲା। ଗୁଡ୍ଡୁ ମୁସ୍‌ଲିମକୁ ଶରଣ ଦେବା ପରେ ବି ଆଜିଯାଏ ରାଜ୍ୟ ସରକାର ରାଜା ଖାନ୍‌କୁ ଖୋଜି ପାଇଲେନି। ଓଡ଼ିଶା ସରକାରଙ୍କ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବାବେଳେ ଏଯାଏ ନ୍ୟାୟ ପାଇଲେନି। ଏହା ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ ବୋଲି ସାଂସଦ ଶ୍ରୀ ପୂଜାରୀ କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleକିଶୋରଙ୍କ ଘରେ ଭୋଟ୍‌ ମାଗିଲେ ତରୁଣ
    Next Article ମେଳାରେ ରାଜନୀତି! ହରିଶଙ୍କରର ବିକାଶ ହେବ ତ?
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ବାସ୍ଥ୍ୟ ପରୀକ୍ଷା

    May 8, 2022

    ଅଶ୍ୱିନଙ୍କ ଜାଲରେ ଫସିଗଲା କଙ୍ଗାରୁ ଟିମ୍, ମାନିଲେ ମାର୍ଣ୍ଣସ୍ ଲାବୁସେନ୍

    January 1, 2021

    ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୪୨୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

    November 8, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.