ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ

 

ଭୁବନେଶ୍ବର: ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ଆରମ୍ଭ କରିବ। ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ଟିକେଟ୍ ବୁକିଂ ଆରମ୍ଭ କରିଥିବାବେଳେ ଖୁବ୍‌ ଶୀଘ୍ର ସିଙ୍ଗାପୁର ଓ ବ୍ୟାଙ୍କକ୍‌ ନେଇ ବୁକିଂ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ଜୁନ୍‌ ୩ରୁ ସପ୍ତାହକୁ ଦୁଇଦିନ ଲେଖାଏ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଉଡ଼ାଣ ଆରମ୍ଭ କରିବ।ବିମାନଟି ମଙ୍ଗଳବାର ଓ ଶନିବାର ଅପରାହ୍ନ ୩ଟା ୩୦ରେ ସିଙ୍ଗାପୁରରୁ ଆସି ଭୁବନେଶ୍ବରରେ ପହଞ୍ଚିବାକୁ ଥିବାବେଳେ ଏଠାରୁ ସଂଧ୍ୟା ୬ଟା ୨୫ରେ ସିଙ୍ଗାପୁର ଅଭିମୁଖେ ଉଡ଼ାଣ କରିବ। ସେହିପରି ମଙ୍ଗଳବାର ଓ ଶନିବାର ଅପରାହ୍ନ ୪ଟା ୫୦ରେ ଭୁବନେଶ୍ବରୁ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ କରିବାକୁ ଥିବାବେଳେ ବ୍ୟାଙ୍କକ୍‌ରୁ ବୁଧବାର ଓ ରବିବାର ଭୁବନେଶ୍ବର ଆସିବ। ଏଠାରେ ସଂଧ୍ୟା ୬ଟା ୫୫ରେ ଅବତରଣ କରିବ। ଏବେ ଟି-୨ ଟର୍ମିନାଲ ପୁନରୁଦ୍ଧାର କାମ ଚାଲିଥିଲେ ବି ଖୁବ୍‌ ଶୀଘ୍ର ଏହା ଶେଷ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।