ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମର ଆରମ୍ଭ: ୟୁଏସ୍‌ଏଡ୍‌, ରାଜ୍ୟ ସରକାର ଏବଂ ଟୋଫି ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲ ଓ ସବୁଜିମା ବୃଦ୍ଧିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମ (ଟୋଫି) ଦ୍ୱାରା ପ୍ରାକୃତିକ ପରିବେଶର ଯଥେଷ୍ଟ ଉନ୍ନତି ଆସିବ ଏବଂ କୃଷି ଅନୁକୂଳ ଜଳବାୟୁ ସୃଷ୍ଟି ହେବ। ଏହି ମାଧ୍ୟମରେ ଜଙ୍ଗଲ ବାହାରେ ୨୮ ଲକ୍ଷ ହେକ୍ଟର ନୂତନ ଜମିରେ ବୃକ୍ଷରୋପଣ ହେବ। ଯାହାଫଳରେ ୪.୨ କୋଟି ଟନ୍‌ ଅଙ୍ଗାରକାମ୍ଳ ସମକକ୍ଷ ସେକ୍ବେଷ୍ଟ୍ରେସନ୍‌ ସୃଷ୍ଟି ହେବା ସହ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନଜୀବିକାକୁ ପରିପୁଷ୍ଟ କରିବ। ‘ଟୋଫି’ କାର୍ଯ୍ୟକ୍ରମ ଓଡ଼ିଶାରେ ଆଶା ଠାରୁ ଅଧିକ ସଫଳତା ହାସଲ କରିବ। ଓଡ଼ିଶାରେ ‘ଜଙ୍ଗଲ ବାହାରେ ବୃକ୍ଷ କାର୍ଯ୍ୟକ୍ରମ’ (ଟୋଫି)ର ଶୁଭାରମ୍ଭ କରି ଏହା କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ହୋଟେଲ୍‌ ଲେମନ୍‌ ଟ୍ରି ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଅମାତଙ୍କ ଉପସ୍ଥିତିରେ ୟୁଏସ୍‌ଏଡ୍‌, ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଟୋଫିର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏଥିରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇ ଅଣଜଙ୍ଗଲ ଭୂମିରେ କୃଷିର ସ୍ୱାସ୍ଥ୍ୟ, ଉତ୍ପାଦନ ତଥା ସ୍ଥିରତା ବଜାୟ ରଖିବା ପାଇଁ ରାଜ୍ୟରେ ବୃହତ୍‌ ଏଗ୍ରିଫାର୍ମିଂର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଏଗ୍ରିଫାର୍ମିଂକୁ ସୁଦୃଢ଼ କରିବା ପାଇଁ କୃଷକ ଅନୁକୂଳ ନୀତି ଓ ନିୟମାବଳୀ ପ୍ରସ୍ତୁତ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଥିଲେ। ଓଡ଼ିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ଓଡ଼ିଶାର ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ୫୩୭ ବର୍ଗକିଲୋମିଟର ବୃଦ୍ଧି ପାଇଛି ବୋଲି କହିବା ସହ ଭାରତର ବନ ସର୍ବେକ୍ଷଣ ରିପୋର୍ଟ-୨୦୨୧ ଅନୁଯାୟୀ ଓଡ଼ିଶାର ଜଙ୍ଗଲ ଆଚ୍ଛାଦନ ଜାତୀୟ ହାରଠାରୁ ଅଧିକ ରହିଛି। ତେବେ ଉନ୍ନତ ଜ୍ଞାନକୌଶଳ ଏବଂ ପାରଦର୍ଶିତା ପ୍ରଦାୟକ ‘ଟୋଫି’ କାର୍ଯ୍ୟକ୍ରମ ଓଡ଼ିଶାରେ ନିଶ୍ଚିତ ବଡ଼ ସଫଳତା ହାସଲ କରିବ ବୋଲି ଆଶାବ୍ୟକ୍ତ କରିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସଲ୍‌ ଜେନେରାଲ୍‌, ହାଇଦ୍ରାବାଦ୍‌ ଜେନିଫର ଲାର୍‌ସନ୍‌ ଏବଂ ୟୁଏସ୍‌ଏ/ଭାରତ ଟୋଫି ମିସନର ନିର୍ଦ୍ଦେଶିକା ବୀଣା ରେଡ୍ଡୀ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱର ଏକ ପ୍ରମୁଖ ସମସ୍ୟା ଏବଂ ପର୍ଯ୍ୟାପ୍ତ ଜଙ୍ଗଲ ଓ ସବୁଜିମା ସୃଷ୍ଟି ଏହି ସମସ୍ୟାର ସମାଧାନ କରିପାରିବ। ଟୋଫିର ଲକ୍ଷ୍ୟ ପୂରଣ ପାଇଁ କୃଷକ, ବ୍ୟବସାୟିକ ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକ ମିଳିତ ଭାବରେ କାର୍ଯ୍ୟକରିବା ଆବଶ୍ୟକ ବୋଲି କହିଥିଲେ। ଟୋଫି ଏବଂ ଭାରତ କ୍ଷେତ୍ରର ନିର୍ଦ୍ଦେଶକ ଚନ୍ଦ୍ରଶେଖର ଏମ୍‌ ବିରାଦର୍‌, ‘କାମ୍ପା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଦୀପ ରାଜ କରାଟ ଓଡ଼ିଶାରେ ଟୋଫିର କାର୍ଯ୍ୟକାରିତା ଓ ଲକ୍ଷ୍ୟସାଧନ ଉପରେ ଆଲୋକପାତ କରିଥିଲେ। ଟୋଫି କାର୍ଯ୍ୟକ୍ରମର ସଫଳତା ଓଡ଼ିଶାର କୃଷି ଉତ୍ପାଦନ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି। ଜଙ୍ଗଲ ବାହାରେ ବୃକ୍ଷର କ୍ଷେତ୍ର ବୃଦ୍ଧି ପାଇବା ଦ୍ୱାରା ଅନ୍ତର୍ଭୁକ୍ତ ଅର୍ଥନୀତିରେ ଉନ୍ନତି ଆସିବ। ଯାହାଦ୍ୱାରା କାର୍ବନ ବିଚ୍ଛିନ୍ନତା ଓ ମୃତ୍ତିକା ସ୍ୱାସ୍ଥ୍ୟ ସହ ପରିସଂସ୍ଥାନୀୟ ସେବା ବୃଦ୍ଧି ପାଇବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଟୋଫି ସିଆଇଏଫ୍‌ଓଆର୍‌-ଆଇସିଆର୍‌ଏଏଫ୍‌ର ଡେପୁଟି ଚିଫ୍‌ ମନୋଜ ଡବାସ ସ୍ୱାଗତ ଭାଷଣ ଦେଇଥିବାବେଳେ ୟୁଏସ୍‌ଏଡ୍‌/ଇଣ୍ଡିଆର ଉପ ନିର୍ଦ୍ଦେଶକ ଭର୍ଗିସ୍‌ ପଲ୍‌ ଧନ୍ୟବାଦ ଦେଇଥିଲେ। ଉଦ୍ୟାନକୃଷିର ନିର୍ଦ୍ଦେଶକ ରୋହିତ ଲେଙ୍କା, ମୃତ୍ତିକା ସଂରକ୍ଷଣର ନିର୍ଦ୍ଦେଶକ ହେମନ୍ତ ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।