ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଟି‌ରେ ମିଶାଇଦେଲେ ଟାଙ୍ଗିରି ପାହାଡ଼: କେହି ଜାଣିଲେନି, ରାସ୍ତା ତିଆରି କଲେ ଖଣି ମାଫିଆ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୟାଗଡ଼: ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୦ କିମି ଦୂରରେ ଥିବା ଏକ ବିରାଟ ପାହାଡ଼ ଓ ଗଛକୁ କାଟି ଖଣି ମାଫିଆମାନେ ମାଟିରେ ମିଶାଇ ଦେଇଛନ୍ତି। କେବଳ ମାଟିରେ ମିଶାଇ ଦେଇନାହାନ୍ତି, ରାସ୍ତା କରିବା ଆଳରେ ଲକ୍ଷଲକ୍ଷ ଟଙ୍କାର ମୋରମ୍‌, ପଥର ଓ କାଠ ଲୁଟି ନେଇଛନ୍ତି। ସୂଚନା ଅନୁସା‌ରେ, ଓଡ଼ଗାଁ ତହସିଲ, ପଞ୍ଚରିଡ଼ା ବନାଞ୍ଚଳ ତଥା ଗୋତିସାହି ଗ୍ରାମପଞ୍ଚାୟତ ଅଧୀନରେ ଏହି ଅଞ୍ଚଳ ରହିଛି। ଖଣିମାଫିଆ ନିଜ ସ୍ବାର୍ଥ ପାଇଁ ଏହି ପାହାଡ଼କୁ କାଟି, ଜଙ୍ଗଲକୁ ସଫା କରି ଏକ ସୁଡ଼ଙ୍ଗ ସଦୃଶ ରାସ୍ତା ନିର୍ମାଣ କରୁଛନ୍ତି। ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ହୋଇଛି। ଏଭଳି ଅନିୟମିତତା ପଛରେ ସ୍ଥାନୀୟ ଏକ କ୍ରସର୍‌ରେ କାମ କରୁଥିବା କିଛି ବ୍ୟକ୍ତିଙ୍କ ହାତଥିବା ସନ୍ଦେହ କରାଯାଉଛି। ଏହି ବେଆଇନ ରାସ୍ତା ନିର୍ମାଣକୁ ଦେଖିଲେ ଲକ୍ଷ ଲକ୍ଷ ଟଙ୍କାର ମୋରମ୍‌, ପଥର, ଗଛ ଏଠାରୁ ଗାଏବ କରିଦିଆଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପାହାଡ଼ ଓ ଜଙ୍ଗଲ କାହିଁକି କଟାଯାଉଛି ସେମାନେ ସେସମ୍ପର୍କରେ ଜାଣିନାହାନ୍ତି। ତେବେ, ଏହି ପାହାଡ଼ କାଟିବା ପାଇଁ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି। ଏନେଇ ସ୍ଥାନୀୟ ସରପଞ୍ଚ ଦୀପ୍ତିରଞ୍ଜନ ପରିଡ଼ାଙ୍କୁ ପଚାରିବାରୁ, ବେସରକାରୀ ଭାବେ କିଛି ଲୋକଙ୍କ ସହଯୋଗରେ ଏହି ପାହାଡ଼ କାଟି ରାସ୍ତା ନିର୍ମାଣ କରାଯାଉଥିବା କହିଛନ୍ତି।

ଗତ ମାର୍ଚ୍ଚ ୨୭ ତାରିଖରେ ପୁଆଣିଆ ଗ୍ରାମ ବାସିନ୍ଦା ବେଆଇନ ଭାବେ ଟାଙ୍ଗିରି ପାହାଡ଼କୁ ଏଭଳି ମାଟିରେ ମିଶାଇ ଦେବା ନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ। ନିଜର ପରିବହନ ସୁବିଧା ପାଇଁ ଖଣିମାଫିଆ ଏଭଳି ଭାବେ ଟାଙ୍ଗିରି ପାହାଡ଼କୁ କାଟି ବେଆଇନ ବାଇପାସ୍‌ ରାସ୍ତା କରିଥିବା ଅଭିଯୋଗ କରିଥିଲେ। ମାତ୍ର, ପ୍ରଶାସନ ପକ୍ଷରୁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏ ସମ୍ପର୍କରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ପଚାରିବାରୁ, ଘଟଣାର ଅନୁଧ୍ୟାନ କରିବି ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଟାଙ୍ଗିରି ପାହାଡ଼ କାଟିବାକୁ କାହାରିକୁ ଅନୁମତି ଦିଆଯାଇନାହିଁ। ଏହାର ଅନୁଧ୍ୟାନ କରାଯିବବୋଲି ତହସିଲଦାର ଓଡ଼ଗାଁ ତହସିଲଦାର ଅନିଲ ଆଚାର୍ଯ୍ୟ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।