ରାଜ୍ୟ

କେନ୍ଦ୍ରାପଡ଼ା ଉପକୂଳ ଅଞ୍ଚଳରେ ବଙ୍ଗଳା ରାଜ୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଜନଗର: ଇଏ କୌଣସି ବଙ୍ଗ ଭାଷାଭାଷୀ ଅଞ୍ଚଳ ନୁହେଁ କି ବଙ୍ଗଳାଦେଶ କି ପଶ୍ଚିମବଙ୍ଗ ନୁହେଁ। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ଥିବା ସମୁଦ୍ର କୂଳିଆ ଗାଁ ଓ ବଜାର। କିନ୍ତୁ ଏଠି ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ବଦଳରେ ଝୁଲୁଛି ବଙ୍ଗଳା ଭାଷାରେ ଲେଖାଥିବା ନାମ ଫଳକ। ସ୍କୁଲରେ ଛୋଟଛୋଟ ପିଲା ବଙ୍ଗଳା ଭାଷାରେ କଥା ହେଉଛନ୍ତି। ଏଠି କେହି ହଠାତ ପହଞ୍ଚି ଗଲେ ଅଞ୍ଚଳ ଓଡ଼ିଶାର ନା ପଶ୍ଚିମବଙ୍ଗର ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି।

କେନ୍ଦ୍ରାପଡା ଜିଲ୍ଲାର ଉପକୂଳ ଅଞ୍ଚଳ ତାଳଚୁଆ, କେରୁଆଁପାଳ, ରଂଗଣୀ, ଜୁନୁସନଗର, କୃଷ୍ଣନଗର, ବେଣାକନ୍ଦା, ରାମନଗର, ଜମ୍ବୁ, ଗୁପ୍ତି, ଖରନାସୀ, ବତିଘର, ପିତାପାଟ, ଅହିରାଜପୁର, ବୀରଭଂଜପୁର, ଭଂଜପ୍ରସାଦ, ଦେବେନ୍ଦ୍ରନାରାୟଣପୁର, କୃଷ୍ଣପ୍ରିୟାପୁର, ସୁନ୍ଦୁରିପାଳ, ତନ୍ତିଆପାଳ, ଶାସନପେଟା ଆଦି ଅଂଚଳରେ ଏବେ ପ୍ରାୟ ୯୦ ପ୍ରତିଶତ ବଂଗୀୟ ଭାଷାଭାଷୀ ବାସ କରୁଥିବା ବେଳେ ଓଡିଆଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏମାନଙ୍କ ମଧ୍ୟରୁ କିଏ ବାଂଲାଦେଶୀ ଓ କିଏ ପଶ୍ଚିମବଙ୍ଗରୁ ଆସିଛନ୍ତି ତାହା ଜାଣିବା ବି କଷ୍ଟକର। ମାତ୍ର ଏବେ ବି ଏ ଅଂଚଳକୁ ଅନୁପ୍ରବେଶ ଜାରି ରହିଛି। ୨୦୦୫ରେ କେନ୍ଦ୍ର ସରକାରଙ୍କ ତାଗିଦା ପରେ କରାଯାଇଥିବା ସର୍ଭେରେ ମହାକାଳପଡାରେ ୧୫୫୧, ପଟ୍ଟାମୁଣ୍ତାଇରେ ୯୬ ଓ ରାଜନଗରରେ ମାତ୍ର ୩୦ ଜଣ ଅନୁପ୍ରବେଶକାରୀଙ୍କ ତାଲିକା କରାଯାଇଥିଲା। ସର୍ଭେରେ ୧୮ବର୍ଷ ପରେ ବି ଏମାନଙ୍କ ସଂଖ୍ୟା ସରକାରୀ ଖାତାରେ ସେତିକିରେ ସୀମିତ ରହିଛି। ମାତ୍ର ଅନୁପ୍ରବେଶକାରୀଙ୍କ ସଂଖ୍ୟା ପ୍ରକୃତପକ୍ଷେ ୧ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ସରକାର ଓ ପ୍ରଶାସନ ଅନୁପ୍ରବେଶକାରୀ ପ୍ରସଙ୍ଗ ପ୍ରତି ଆଖି ବୁଜି ଦେଇଥିବା ବେଳେ ଉପକୂଳ ଅଂଚଳରେ ଓଡିଆ ଭାଷା ଏବେ ସଂକଟରେ ପଡ଼ିଛି।

ଏହି ସବୁ ଅଂଚଳରେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡିଆ ପରିବର୍ତ୍ତେ ବଂଗଳା ଭାଷାରେ ନାମଫଳକ ତ ଦେଖିବାକୁ ମିଳେ, ଅଂଚଳରେ ଥିବା ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ ବି ବଂଗଳା ଭାଷାରେ କଥା ହୁଅନ୍ତି। ବଙ୍ଗଳା ଭାଷାରେ ପୁସ୍ତକ, ପଞ୍ଜିକା, କ୍ୟାଲେଣ୍ତର ଓ ଅନ୍ୟ ବହି ବିଭିନ୍ନ ଦୋକାନରେ ବିକ୍ରି ହୁଏ। ଏହି ଅଂଚଳରେ ଓଡିଶାରେ ଉତ୍ପାଦନ ସାମଗ୍ରୀ ବଦଳରେ ଅଧିକାଂଶ ବଂଗଳା ଭାଷାରେ ଲେଖାଥିବା ଜରି ଓ ପ୍ୟାକେଟରେ ସାମଗ୍ରୀ ବିକ୍ରି ହେଉଛି। ବିଭିନ୍ନ ଗାଡିରେ ଲଗାଯାଉଥିବା ପ୍ରାଚୀରପତ୍ର ମଧ୍ୟ ବଂଗଳା ଭାଷାରେ ଲେଖା ହେଉଛି। ଏହି ବଂଗୀୟ ଭାଷାଭାଷୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଛି ସ୍ଥାନରେ ସ୍ଥାନୀୟ ନେତାମାନେ ବି ବଂଗଳା ଭାଷାରେ ଭାଷଣ ଦିଅନ୍ତି। ନିକଟରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଚଳିତ ମାସରୁ ଏହି ନିୟମ କଡ଼ାକଡି ଲାଗୁ କରାଯାଇଛି। କିନ୍ତୁ କେନ୍ଦ୍ରାପଡାର ଉପକୂଳ ଅଂଚଳରେ ଏହି ନିୟମ କେବେ କାର୍ଯ୍ୟକାରୀ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।