ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକରୁ ଉଠିଯିବ ୮୬ ବର୍ଷ ପୁରୁଣା ପାଥୋଲୋଜି ଲାବୋରେଟୋରି!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ୧୯୩୭ ମସିହାରୁ କଟକରେ ରହି ଆସିଥିବା ରାଜ୍ୟ ପାଥୋଲୋଜି ଲାବୋରେଟୋରି ଭୁବନେଶ୍ବରକୁ ଉଠାଇ ନିଆଯିବ। ଗୋଟିଏ ପଟେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଏଭଳି ଐତିହାସିକ ଅନୁଷ୍ଠାନକୁ କେଉଁ ଉଦ୍ଦେଶ୍ୟରେ କଟକରୁ ଉଠାଇ ନେବାକୁ ଯୋଜନା କରୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ୮୬ବର୍ଷର ପୁରୁଣା ରାଜ୍ୟ ପାଥୋଲୋଜି ଲାବୋରେଟୋରିକୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ନିର୍ମାଣ ଚାଲିଥିବା ଏକ ୫ମହଲା କୋଠାକୁ ସ୍ଥାନାନ୍ତର କରିବା ପାଇଁ ଏକପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିଛି ବର୍ଷ ଭିତରେ ଏହାକୁ ସଂପୂର୍ଣ୍ଣଭାବେ ସେଠାକୁ ସ୍ଥାନାନ୍ତର କରି ନେବାର ଯୋଜନା ରହିଛି। ୧୯୩୭ରେ କଟକରେ ଖୋଲାଯାଇଥିବା ଏହି ଲାବୋରେଟୋରିରେ ସେହି ସମୟରେ କଲେରା ଭ୍ୟାକସିନ୍‌ ପ୍ରସ୍ତୁତ ହେଉଥିବା କୁହାଯାଏ। ପରବର୍ତ୍ତୀ ସମୟରେ ଯଦିଓ ଏହା ବନ୍ଦ କରାଗଲା, କିନ୍ତୁ ଏବେ ବି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମେଡିକୋଲିଗାଲ ମାମଲାର ପରୀକ୍ଷା ଏହି ଲାବୋରେଟୋରିରେ କରାଯାଉଛି।

ଏସ୍‌ସିବି ସଂପ୍ରସାରଣ ଯୋଜନା ପରେ ମାଟିରେ ମିଶିଗଲା ଐତିହାସିକ କୋଠା

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପ୍ରତିଷ୍ଠା ହେବା ପୂର୍ବରୁ ଏହି ପାଥୋଲୋଜି ଲାବୋରେଟୋରି ପ୍ରତିଷ୍ଠା ହୋଇଥିଲା। ଯେଉଁଠି ଏସ୍‌ସିବି ମେଡିକାଲ ପବ୍ଲିକ୍‌ ସ୍କୁଲ ରହିଥିଲା, ତା ନିକଟରେ ରହିଥିଲା ଏହି ରାଜ୍ୟ ପାଥୋଲୋଜି ଲାବୋରେଟୋରି। ଏସ୍‌ସିବିକୁ ଆସୁଥିବା ରୋଗୀଙ୍କ ସମସ୍ତ ପରୀକ୍ଷା ପୂର୍ବରୁ ସେଠାରେ କରାଯାଉଥିଲା। ପରେ ପରେ କଟକ ବଡ଼ଡାକ୍ତରଖାନା ମେଡିକାଲ କଲେଜ ମାନ୍ୟତା ପାଇବା ପରେ ସେଠାରେ ନିଜସ୍ବ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ହେବା ପ‌ରଠାରୁ ଧୀରେ ଧୀରେ ଏହାର ଗୁରୁତ୍ବ କମିଯାଇଥିଲା। କିନ୍ତୁ ମେଡିକୋଲିଗାଲ ସଂପର୍କିତ ପରୀକ୍ଷା, ବିଶେଷକରି ଶିଶୁ ‌ଯୌନଉତ୍ପୀଡନ ମାମଲାର ପରୀକ୍ଷା ଏହି ଲାବୋରେଟୋରିରେ କରାଯାଉଥିଲା।

ପ୍ରଥମେ ଏଠି ୩୦ଜଣ କର୍ମଚାରୀ ରହିଥିବା ବେଳେ ବର୍ତ୍ତମାନ ତାହାକୁ ୨କୁ ହ୍ରାସ କରାଯାଇଛି। ଜଣେ ଡାକ୍ତର ତଥା ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀ ଓ ଜଣେ ଲାବୋରେଟୋରି ଟେକ୍ନିସିଆନଙ୍କୁ ନେଇ ଚାଲିଛି ଏହି ଐତିହାସିକ ଲାବୋରେଟୋରି। ଏସ୍‌ସିବି ସଂପ୍ରସାରଣ ଯୋଜନାରେ ଏହାର କୋଠା ମାଟିରେ ମିଶିଯାଇଥିବା ବେଳେ ଏବେ ଏହା ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨ୟ ମହଲାରେ କାମ କରୁଛି। ଯାହାଫଳରେ ଅଧା ଯନ୍ତ୍ରପାତି ବି ରଖିବାକୁ ବି ସେଠାରେ ସ୍ଥାନ ନାହିଁ। ୪୮କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ତିଆରି ହେଉଥିବା ‌ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ଲାବୋରେଟୋରି ସହିତ ଏହାକୁ ସଂପୂର୍ଣ୍ଣ ମିଶାଇ ଦେବାର ଯୋଜନା ରହିଛି। ସେଠାରେ ସମସ୍ତ ପ୍ରକାର ଗବେଷଣା ସହ ବିଭିନ୍ନ ଭୂତାଣୁ ସଂପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇ ଗବେଷଣା କରାଯିବ। ଏ ସଂପର୍କରେ ଦାୟିତ୍ବରେ ଥିବା ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ ବିଶ୍ବାଳଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ବର୍ତ୍ତମାନ ଏଠାରେ ମେଡିକୋଲିଗାଲ ମାମଲାର ପରୀକ୍ଷା ହେଉଛି। ଏହାକୁ ଭୁବନେଶ୍ବର ଉଠାଇ ନିଆଯିବା ସଂପର୍କରେ ସେ କହି ପାରିବେନି କିନ୍ତୁ ସେ ବି ଏ ସଂପର୍କରେ ଶୁଣୁଛନ୍ତି ବୋଲି କହିଛନ୍ତି।

କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସଂପ୍ରସାରଣ ହେଉଥିବା ବେଳେ ଏହି ଐତିହାସିକ ଲାବୋରେଟୋରିକୁ କଟକରେ ନ ରଖି ତାହାକୁ ସଂପୂର୍ଣ୍ଣ ନିଶ୍ଚିହ୍ନ କରି ଭୁବନେଶ୍ବର ଉଠାଇ ନେବା କି ଉଦ୍ଦେଶ୍ୟ ସାଧନ କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।