ଅପରାଧ ରାଜ୍ୟ

ବାଲ୍ୟ ବିବାହ: ଚିନ୍ତାଜନକ ଘଟଣା, ୪ ସ୍କୁଲ ଛାତ୍ରଛାତ୍ରୀ ବାହାହେଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

କାଳିଆପାଣି : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ଖଣି ଅଞ୍ଚଳରେ ବାଲ୍ୟବିବାହରେ ଅଙ୍କୁଶ ଲାଗିପାରୁନି। ଗତ କିଛିଦିନ ମଧ୍ୟରେ କାଳିଆପାଣି ଥାନା ଅଧୀନ ବିଭିନ୍ନ ଗାଁରେ ୪ ଜଣ ସ୍କୁଲ ଛାତ୍ରଛାତ୍ରୀ ବିବାହ କରିଯାଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଅନୁସୂଚିତ ଜନଜାତି ଓ ଜଣେ ଅନୁସୂଚିତ ଜାତି ବର୍ଗର ଛାତ୍ରୀ ଥିବା ସୂଚନା ମିଳିଛି।

ଗତ ୫ ବର୍ଷ ମଧ୍ୟରେ କାଳିଆପାଣି ପଞ୍ଚାୟତ ଘାଗିଆସାହି ଓ ଚିରିଗୁଣିଆ ଗାଁରେ ଅନୁଷ୍ଠିତ ବିବାହ ମଧ୍ୟରୁ ୮୦ ପ୍ରତିଶତ ହେଉଛି ବାଲ୍ୟବିବାହ। ଏବର୍ଷ ଏଠାରେ ପୁଣି ଜଣେ ସ୍କୁଲ ଛାତ୍ରୀ ବାହା ହୋଇଥିବା ସୂଚନା ମିଳିଛି। ଢେଙ୍କାନାଳ ତାଳବରକୋଟ ଆବାସିକ ସ୍କୁଲ ହଷ୍ଟେଲ୍‌ରୁ ଏହି ନବମ ଶ୍ରେଣୀ ଛାତ୍ରୀ ଜଣକ ଲୁଚି ପଳାଇବା ପରେ କଟକ ମଙ୍ଗୁଳି ଅଞ୍ଚଳରେ ବିବାହ କରିଛନ୍ତି। ଗତ ସପ୍ତାହ ଉକ୍ତ ସ୍କୁଲର ଜଣେ ଶିକ୍ଷୟିତ୍ରୀ ସଂପୃକ୍ତ ଛାତ୍ରୀଙ୍କ ଘରକୁ ଆସି ତଦନ୍ତକରି ଫେରିଥିବା ଜଣାପଡ଼ିଛି। ଛାତ୍ରୀଜଣକ ଏବେ ଶାଶୂଘରେ। ବରଘରୁ ପଣ ଆଣିବା ପ‌ରେ ସେ ବିବାହ ଉତ୍ସବ ଆୟୋଜନ କରିବେ ବୋଲି କହନ୍ତି ଛାତ୍ରୀଙ୍କ ବାପା। ‌

ଚିଙ୍ଗୁଡ଼ିପାଳ ପଞ୍ଚାୟତ ପାଟଣା ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କଅଁସ ପଞ୍ଚାୟତ ଏନ୍‌ଜିବିଏମ୍‌ ହାଇସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ବାହାହୋଇ ଶାଶୂଘରେ ରହୁଛନ୍ତି। ଏହି ଛାତ୍ରଙ୍କ ଘର କଅଁସ ଜାରଗିସାହି ବୋଲି ଜଣାପଡ଼ିଛି। ରାଁସୋଳ ପାତ୍ରସାହିର ଜଣେ ଦଶମ ଛାତ୍ରୀ ଟମକା ଅଞ୍ଚଳର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବାହା ହୋଇଥିବା ଜଣାପଡ଼ିଛି। ଛାତ୍ରୀଜଣକ ଏବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେ ପରୀକ୍ଷାରେ ଅନୁପସ୍ଥିତ ରହିବାରେ ତାଙ୍କ ଘରକୁ ଯାଇ ସନ୍ଧାନ ନେବାରୁ ତାଙ୍କ ବିବାହ ସୂଚନା ମିଳିଥିଲା ବୋଲି କହନ୍ତି ଶିକ୍ଷକ ଜଗବନ୍ଧୁ ମହାନ୍ତ। ସୁକିନ୍ଦା ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରେ ଏ ସଂପର୍କରେ ତାଙ୍କ ପାଖେ କୌଣସି ସୂଚନା ନଥିବା କହନ୍ତି।

ବାଲ୍ୟବିବାହ ରୋକିବା ଦିଗରେ ଜିଲ୍ଲା ପ୍ରଶାସନର ବୈଠକ ଓ ଯୋଜନା ଯେ ବାସ୍ତବରେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ, ତାହା ଏଥିରୁ ସ୍ପଷ୍ଟ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।