ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଛେଣ୍ଡିପଦା କୋଇଲା ଖଣି ନିଲାମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ଓଡ଼ିଶାର ଛେଣ୍ଡିପଦା କୋଇଲା ଖଣିକୁ ହାସଲ କରିବାରେ ବିଫଳ ହୋଇଥିବା ଶିଳ୍ପପତି ନବୀନ ଜିନ୍ଦଲଙ୍କ ଇସ୍ପାତ କଂପାନି ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାର ଏହି ଖଣିର ଆବଣ୍ଟନକୁ ବାତିଲ କରିବା ଲାଗି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି। ଗତ ଫେବ୍ରୁଆରି ୨୮ରେ ହୋଇଥିବା ଏହି ଖଣିର ଇ-ନିଲାମରେ ଝାଡ଼ଖଣ୍ଡର ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ ସର୍ବୋଚ୍ଚ ବିଡ୍‌ ଦାଖଲ କରି ଖଣିକୁ ହାସଲ କରିଥିଲା। ଜେଏସ୍‌ପି ଅଭିଯୋଗ କରିଛି ଯେ ଏମ୍ଏସ୍‌ଟିସି ୱେବସାଇଟ୍‌ରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହା ସର୍ବୋଚ୍ଚ ବିଡ୍‌ ଦାଖଲ କରିବାରେ ବିଫଳ ହୋଇଥିଲା।

ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ସି ଶର୍ମା ଏହି ମାମଲାକୁ ଏପ୍ରିଲ୍‌ରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଛେଣ୍ଡିପଦା କୋଇଲା ଖଣିକୁ ଆଉ ଥରେ ନିଲାମ କରିବା ଲାଗି କଂପାନି ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଛେଣ୍ଡିପଦା କୋଇଲା ଖଣି ଲାଗିଯେ ତିନିଟି ବୈଷୟିକ ବିଡ୍‌ ଯୋଗ୍ୟତା ହାସଲ କରିଥିଲା ସେଥିରେ ଜେଏସ୍‌ପି ଥିଲା ଅନ୍ୟତମ। ଇ-ନିଲାମରେ ଏହା ପ୍ରତ୍ୟକ୍ଷ ଭାବେ ବିଡ୍‌ ଦାଖଲ କରୁଥିଲା। ମାତ୍ର ଗତ ଫେବ୍ରୁଆରି ୨୭ରେ କଂପାନି ଉଚ୍ଚ ମୂଲ୍ୟର ବିଡ୍‌ ଦାଖଲ କରିବା ସତ୍ତ୍ବେ ଏମ୍ଏସ୍‌ଟିସି ପୋର୍ଟାଲ୍‌ରେ ବୈଷୟିକ ସମସ୍ୟା ଦେଖାଦେବାରୁ ତାହା ଗ୍ରହଣୀୟ ହୋଇନଥିଲା। ଏ ସମ୍ପର୍କରେ କଂପାନି ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସକୁ ମଧ୍ୟ ଅବଗତ କରିଥିଲା। କୋଇଲା ଖଣି ନିଲାମ ପାଇଁ ଏସ୍‌ବିଆଇ କ୍ୟାପିଟାଲ୍‌ କୋଇଲା ମନ୍ତ୍ରାଳୟର ଉପଦେଷ୍ଟା ଭ‌ାବେ କାର୍ଯ୍ୟ କରୁଛି। ଛେଣ୍ଡିପଦା କୋଇଲା ଖଣିରେ ୫୧୩ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ