ରାଜ୍ୟ ସ୍ପେଶାଲ ରିପୋର୍ଟ

ନକଲି ସାର୍ଟିଫିକେଟ ମାମଲା: ଅସଲିରେ ଥାର୍ଡକ୍ଲାସ୍, ନକଲିରେ ଫାଷ୍ଟକ୍ଲାସ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ବଲାଙ୍ଗୀର : ବହୁଚର୍ଚ୍ଚିତ ନକଲି ସାର୍ଟିଫିକେଟ ମାମଲାର ଗୁମର ଖୋଲିବାରେ ଲାଗିଛି। ଏଠି ଅସଲି ମାଟ୍ରିକ୍ ପରୀକ୍ଷାରେ ପିଲା ଥାର୍ଡକ୍ଲାସ୍‌ରେ ପାସ କରିଥିଲେ। ଆଉ ନକଲି ସାର୍ଟିଫିକେଟ୍‌ରେ ଫାଷ୍ଟକ୍ଲାସ୍‌ ରଖି ଡାକ ବିଭାଗ ମେରିଟ୍‌ ଲିଷ୍ଟକୁ ଆସିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏପଟେ ମାମଲାରେ ବଲାଙ୍ଗୀର ପୁଲିସ ଅଧିକ ତଦନ୍ତ ପାଇଁ ଉତ୍ତରପ୍ରଦେଶ ଗସ୍ତ କରିଛି। ରାତିରେ ବଲାଙ୍ଗୀର ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଉତ୍ତର ପ୍ରଦେଶ ଯାଇଥିବା ସୂଚନା ମିଳିଛି। ଏହାସହ ପୁଲିସ ନକଲି ସାର୍ଟିଫିକେଟ ମାମଲାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ମଙ୍ଗଳବାର ଦିନସାରା ପୁଲିସ ଟିମ୍‌ ନକଲି ସାର୍ଟିଫିକେଟ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରିରଖିଛି। ନକଲି ସାର୍ଟିଫିକେଟରେ ଚାକିରି ହାତେଇବାକୁ ଚେଷ୍ଟା କରିଥିବା ପ୍ରାର୍ଥୀମାନଙ୍କର କିଛି ତଥ୍ୟ ଅନୁସନ୍ଧାନରୁ ସାମ୍ନାକୁ ଆସିଛି। ନିଜ ନିଜ ଅଞ୍ଚଳର ହାଇସ୍କୁଲ ଗୁଡ଼ିକରେ ଥାର୍ଡ ଡିଭିଜନ ପାସ କରିଥିବା ପ୍ରାର୍ଥୀମାନେ ନକଲି ସାର୍ଟିଫିକେଟରେ ୯୭ ପ୍ରତିଶତ ମାର୍କ ରଖି ଚାକିରି ହାତେଇବାକୁ ପ୍ରୟାସ କରିଥିଲେ।

ବେଲପଡ଼ା ବ୍ଲକ୍ ଧୂମାଭଟା ହାଇସ୍କୁଲ ପ୍ରଧାନଶିକ୍ଷକ ଅଶୋକ ପାତ୍ର ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇବାକୁ ଚେଷ୍ଟା କରିଥିବା ୩ ଜଣ ପ୍ରାର୍ଥୀ ରୀତା ନାଗ, ପରେଶ ବୁଡେକ, ଭୋଜରାଜ ବୁଡେକ ତାଙ୍କ ସ୍କୁଲରେ ପାଠ ପଢ଼ିଥିବା ସୂଚନା ଦେଇଛନ୍ତି। ସେ ଭିତରୁ ରୀତା ନାଗକୁ ପୁଲିସ ରାଜସାକ୍ଷୀ କରିଥିବା ବେଳେ ଅନ୍ୟ ୨ଜଣ ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଗିରଫ ହୋଇ ଏବେ ଜେଲ୍‌ ଯାଇଛନ୍ତି। ପ୍ରଧାନ ଶିକ୍ଷକ ଦେଇଥିବା ତଥ୍ୟ ଅନୁସାରେ, ଗତ ୨୦୦୪ ମସିହାରେ ରୀତା ନାଗ, ୨୦୧୦ ମସିହାରେ ପରେଶ ବୁଡ଼େକ ଓ ଭୋଜରାଜ ବୁଡ଼େକ ଥାର୍ଡ କ୍ଲାସରେ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। କିନ୍ତୁ ସେମାନେ ୩ଜଣ ଡାକ ବିଭାଗରେ ଚାକିରି ପାଇଁ ଦେଇଥିବା ମାର୍କସିଟ ଉତ୍ତରପ୍ରଦେଶର ଝାନସୀ, ବିଆର୍‌ ଆମ୍ବେଦକର ଇଣ୍ଟର ମିଡିଏଟ କଲେଜର ମାର୍କସିଟ ଓ ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ଯାହାକି ନକଲି ବୋଲି ଏବେ ସ୍ପଷ୍ଟ ବି ହୋଇସାରିଲାଣି।

ସେମାନେ ଦେଇଥିବା ନକଲି ମାର୍କସିଟ୍‌ରେ ଥାର୍ଡ କ୍ଲାସ ପାଇଥିବା ସମସ୍ତ ବିଷୟରେ ୯୭ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏପରିକି ତିନିଜଣ ଯାକ ମାତୃଭାଷା ଓଡ଼ିଆରେ ୧୦୦ରୁ ୯୯ ମାର୍କ ରଖିଛନ୍ତି। ଜଣେ ଟପ୍ପର ପିଲା ବି ମାତୃଭାଷାରେ ୯୯ ମାର୍କ ରଖିବା ସମ୍ଭବ ନୁହେଁ। ଯାହାକୁ ନେଇ ପ୍ରଥମେ ସନ୍ଦେହ କରି ଥାନାର ଦ୍ୱାରସ୍ଥ ହୋଇଥିଲେ ଡାକ ଅଧୀକ୍ଷକ।

୪ ଟିମ୍ ଗଠନ କଲେ ଏସ୍‌ପି
ବଲାଙ୍ଗୀର : ନକଲି ସାର୍ଟିଫିକେଟ୍ ମାମଲାରେ ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଖୋଳତାଡ଼ ଜାରିରଖିଛି। ମାମଲାର ବିଭିନ୍ନ ଦିଗକୁ ତଦନ୍ତ କରିବାପାଇଁ ୪ଟି ଟିମ୍ ଗଠିତ ହୋଇଛି। ଏହିସବୁ ଟିମ୍‌ ଭିନ୍ନଭିନ୍ନ ଦିଗକୁ ନେଇ ତଦନ୍ତ କରିବେ। ପ୍ରଥମ ଟିମ୍ ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍‌ଗାତା କାହାକାହା ସହ ଟଙ୍କା ଦେଣଦେଣ କରିଛନ୍ତି ସେ ଦିଗରେ ତଦନ୍ତ କରିବେ। ଏହି ଟିମ୍‌ କେତେ ଟଙ୍କା ନକଲି ସାର୍ଟିଫିକେଟ୍‌ରେ କାରବାର ହୋଇଛି ତାହା ବାହାର କରିବେ। ଦ୍ବିତୀୟ ଟିମ୍ ସାଇବର୍‌ ତର୍ଜମା କରିବେ । ଯେଉଁଥିରେ କେଉଁ କେଉଁ ରାଜ୍ୟ ଓ ଜିଲ୍ଲାରେ ଏହାର ସଂଯୋଗ ଅଛି ସେଗୁଡ଼ିକୁ ତଦନ୍ତ ହେବ। ତୃତୀୟ ଟିମ୍ ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ ଆଦି ରାଜ୍ୟକୁ ଯାଇ ମନୋଜ ସହ ସମ୍ପର୍କ ଥିବା ସମସ୍ତଙ୍କୁ ଗିରଫ କରିବେ । ଚତୁର୍ଥ ଟିମ୍ ବଲାଙ୍ଗୀର ଜିଲ୍ଲା ସହ ରାଜ୍ୟର ଅନ୍ୟ ଜିଲ୍ଲାରେ ମନୋଜର ଯୋଗଯୋଗରେ ଥିବା ସମସ୍ତ ଦଲାଲଙ୍କୁ ଗିରଫ କରିବେ ବୋଲି ଜଣାପଡ଼ିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।