ଅପରାଧ ରାଜ୍ୟ

ନକଲି ସାର୍ଟିଫିକେଟ ମାମଲା: ଯାଞ୍ଚ ବେଳକୁ ଛାନିଆ, ୨୭ ଅନୁପସ୍ଥିତ; ଦେଇଥିଲେ କି ନକଲି ସାର୍ଟିଫିକେଟ୍?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପୋଷ୍ଟମାଷ୍ଟର ଚାକିରି ପାଇଁ ନକଲି ସାର୍ଟିଫିକେଟ ଦେଇ ଆବେଦନକାରୀମାନେ ଅଡୁଆରେ ପଡ଼ିଛନ୍ତି। ୧୦୫ଟି ପଦବି ସକାଶେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ମଧ୍ୟରୁ ୨୭ ଜଣ ଅନୁପସ୍ଥିତ ରହିବା ଘଟଣା ଚର୍ଚ୍ଚାର ପ୍ରସଂଗ ପାଲଟିଛି। ବଲାଙ୍ଗୀର ପରେ ନକଲି ସାର୍ଟିଫିକେଟର ଚେର କଳାହାଣ୍ଡିକୁ ଲମ୍ବିଥିବା ନେଇ ଡାକ ବିଭାଗ ଅଧିକାରୀଙ୍କ ନିଦ ହଜାଇ ଦେଇଛି। ଏପରିକି ଗତ ଜାନୁଆରି ମାସରେ ଜଣେ ଯୁବତୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡ଼ିବା ପରେ ନିଲମ୍ବିତ ହୋଇଥିଲେ।

କଳାହାଣ୍ଡି ଡାକ ବିଭାଗ ଡିଭିଜନ ପକ୍ଷରୁ ୧୦୫ଟି ପଦବି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସବ୍ ପୋଷ୍ଟମାଷ୍ଟର, ସହକାରୀ ପୋଷ୍ଟମାଷ୍ଟର ଓ ଡାକ ସେବକ ନିମନ୍ତେ ପ୍ରାର୍ଥୀମାନେ ଆବେଦନ କରିଥିଲେ। ଅନ୍‌ଲାଇନ୍‌ରେ ଆବେଦନ କରିବାପରେ ଗତ ଶନିବାର ଓ ସୋମବାର ଦିନ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ୧୦୫ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ସାର୍ଟିଫିକେଟ୍ ଯାଞ୍ଚ ନିମନ୍ତେ ଡାକ ବିଭାଗ ଅଫିସକୁ ଆସିଥିଲେ। ଅନ୍ୟ ୨୭ ଜଣ ଅନୁପସ୍ଥିତ ଥିଲେ। ତେବେ ୨୭ ଜଣ ଅନୁପସ୍ଥିତ ରହିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏ ସମ୍ପର୍କରେ କଳାହାଣ୍ଡି ଡିଭିଜନ୍ ଡାକ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ବିଜୟ ମହାନ୍ତିଙ୍କୁ ପଚାରିବାରୁ ୧୦୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ଯାଞ୍ଚ ପାଇଁ ଆସିଥିଲେ ଓ ୨୭ ଜଣ ଅନୁପସ୍ଥିତ ଥିଲେ। ୭୮ ଜଣଙ୍କ ସାର୍ଟିଫିକେଟ ତନଖି ନିମନ୍ତେ ୩ଟି ବୋର୍ଡକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ୨୦୨୨ ସେପ୍ଟେମ୍ବର ୨୬ ତାରିଖରେ ନକଲି ସାର୍ଟିଫିକେଟ ଦେଇ ଟିକେଶ୍ୱରୀ ନିଆଲ ଚାକିରି ପାଇଥିଲେ। ଟିକେଶ୍ୱରୀ ନିଆଲଙ୍କ ଘର ଜୁନାଗଡ଼ ବ୍ଲକ ତାଲପଦର ହୋଇଥିବା ବେଳେ ସେ ଜୟପାଟଣା ବ୍ଲକ ପ୍ରତାପପୁର ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସାର୍ଟିଫିକେଟ ଯାଞ୍ଚ ପରେ ନକଲି ଥିବା ଜଣାପଡ଼ିଥିଲା। ଏଥି ଯୋଗୁଁ ୨୦୨୩ ଜାନୁଆରି ୨୩ ତାରିଖରେ ଟିକେଶ୍ୱରୀ ନିଆଲଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଥିଲା। ଏହି ଘଟଣାର ତିନି ମାସ ପରେ ବର୍ତ୍ତମାନ ନକଲି ସାର୍ଟିଫିକେଟ ଚେର ବଲାଙ୍ଗୀରରୁ କଳାହାଣ୍ଡିକୁ ଲମ୍ବିବା ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।