ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଢ଼ୁଛି କରୋନା ସଂକ୍ରମଣ, ଶଯ୍ୟା ପ୍ରସ୍ତୁତ ରଖିବାକୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଓଡ଼ିଶା ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାକୁ ଚିଠି ଜାରି ହେବା ସହିତ ଆବଶ୍ୟକ ସଂଖ୍ୟକ ଶଯ୍ୟା ମହଜୁଦ ରଖିବା ଓ ଏହାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।

ଦେଶରେ ଗତ ୨୪ଘଣ୍ଟାରେ ୧୮୯୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୨। ରାଜ୍ୟରେ ଏବେ ୯୨ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ହେଲେ ଗତ ୩-୪ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ନଜରକୁ ଆସିଛି। ଏପରିକି ଏହି ସଂଖ୍ୟା ୨୦ରୁ ଅଧିକ ରହିଥିଲା। ଏହାସହ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବର୍ତ୍ତମାନ ଯାଏ ଶେଷ ହୋଇ ନ ଥିବାରୁ ଏହା ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

୪ ମେଡିକାଲ କଲେଜରେ ୨୦ ଶଯ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦
ସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ଫିଭର କ୍ଲିନିକ୍

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏସ୍‌ସିବି, ଏମ୍‌କେସିଜି, ଭିମ୍‌ସାର ଓ କୋରାପୁଟ ମେଡିକାଲ କଲେଜରେ ଅତିକମ୍‌ରେ ୨୦ଶଯ୍ୟା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିରେ ୨ଟି ଆଇସିୟୁ ଶଯ୍ୟା ରହିବ। ସେହିପରି ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ୧୦ଟି ଶଯ୍ୟା ସହିତ ଆବଶ୍ୟକସ୍ଥଳେ ଶଯ୍ୟା ସଂଖ୍ୟା ଯେଭଳି ବୃଦ୍ଧି ହୋଇପାରିବ ସେଭଳି ବ୍ୟବସ୍ଥା ରହିବା ଜରୁରୀ। ସେହିପରି ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି)ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୬ଟି ଶଯ୍ୟା ରହିବ। ତେବେ ସମସ୍ତ କୋଭିଡ ଚିକିତ୍ସା କେନ୍ଦ୍ରଗୁଡ଼ିକ ପୂର୍ବରୁ ଥିବା ମାନବ ସମ୍ବଳ ଜରିଆରେ ହିଁ ପରିଚାଳନା କରାଯିବ।

ସେହିପରି ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଅକ୍ସିଜେନ୍ କନ୍‌ସେନଟ୍ରେଟର, ସିଲିଣ୍ଡର, ଏଲଏମ୍‌ଓ, ପିଏସ୍‌ଏକୁ ପ୍ରସ୍ତୁତ ରଖାଯାଉ। ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫିଭର କ୍ଲିନିକ୍‌ ସହିତ ୱାକ-ଇନ୍‌ କୋଭିଡ ଟେଷ୍ଟିଂ ବ୍ୟବସ୍ଥା କରାଯାଉ। ଆସନ୍ତାମାସ ୧୦ ଓ ୧୧ ତାରିଖରେ ସବୁ ସ୍ବାସ୍ଥ୍ୟାନୁଷ୍ଠାନରେ କୋଭିଡ ନେଇ ମକଡ୍ରିଲ କରାଯିବ। ଏ ଦୃଷ୍ଟିରୁ ହସ୍ପିଟାଲରେ ଆବଶ୍ୟକ ପରିମାଣରେ ଔଷଧ, ଶଯ୍ୟା, ମେଡିକାଲ ଯନ୍ତ୍ରପାତି, ଅକ୍ସିଜେନ, ମାନବ ସମ୍ବଳର ଦକ୍ଷତା ବୃଦ୍ଧି, ଟିକାକରଣ ହାର ଆଦି ସଂପର୍କରେ ପ୍ରସ୍ତୁତ ରଖିବାକୁ ହେବ। କୋଭିଡ-୧୯ ଇଣ୍ଡିଆ ପୋର୍ଟାଲରେ ଥିବା ରିପୋର୍ଟକୁ ଡିଏସ୍‌ଓ ପୂରଣ କରିବା ସହିତ ସେହିଦିନ ସଂଧ୍ୟା ସୁଦ୍ଧା ପଠାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କରୋନା ସଂକ୍ରମଣକୁ ନେଇ ସବୁ ରାଜ୍ୟକୁ ସତର୍କ ରହିବାକୁ ଚିଠି ଲେଖିଥିଲେ। ଏହାସହ ଆବଶ୍ୟକ ସଂଖ୍ୟକ ଟେଷ୍ଟିଂ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ