ଅପରାଧ ରାଜ୍ୟ

ସରକାରୀ ଯୋଜନାରେ ପୁଳାପୁଳା ଦୁର୍ନୀତି, ପ୍ରମାଣ ଥାଇ ବି କାର୍ଯ୍ୟାନୁଷ୍ଠାନ ଶୂନ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାରିପଦା: ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ବୃହତ୍ତ ଜିଲ୍ଲା। ମୟୂରଭଞ୍ଜର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବର୍ଷକୁ କୋଟିକୋଟି ଟଙ୍କା ଦେଉଛନ୍ତି। ହେଲେ ସରକାରୀ ଅଧିକାରୀମାନଙ୍କ ଦୁର୍ନୀତିଖୋର ମ ନୋବୃତ୍ତି ପାଇଁ ଏବେ ବି ତୃଣମୁଳସ୍ତରରେ ବିକାଶ ଅପହଞ୍ଚ ହୋଇପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ଯୋଜନାରେ କେଳେଙ୍କାରୀ ଚାଲିଥିବା ନେଇ ଠୋସ୍ ପ୍ରମାଣ ପାଇବା ସତ୍ତ୍ବେ ଜିଲ୍ଲା ପ୍ରଶାସନ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପରୋକ୍ଷ ଭାବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଉଛି ବୋଲି ଅଭିଯୋଗ ହେଉଛି।

କ‌ରୋନା ସମୟରେ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବାବଦକୁ ଜିଲ୍ଲାକୁ ୧୧ କୋଟି ୭୦ ଲକ୍ଷ ଟଙ୍କା ଆସିଥିଲା। ‌୨୪ ହଜାର ଶ୍ରମିକଙ୍କ ପତ୍ତା ନ ମିଳିବାରୁ ୪ କୋଟି ୮୦ ଲକ୍ଷ ଟଙ୍କା ବଣ୍ଟା ନହୋଇ ପଡ଼ି ରହିଲା। ବାକି ୬ କୋଟି ୯୦ ଲକ୍ଷ ଟଙ୍କା ଶ୍ରମିକଙ୍କ ଆକାଉଣ୍ଟରେ ଜମା କରି ଦିଆଗଲା। ହେଲେ ସହାୟତା ରାଶି ପ୍ରଦାନ କରାଯାଇଥିବା ଶ୍ରମିକଙ୍କ ମଧ୍ୟରେ ପ୍ରାୟ ଅଧିକାଂଶଙ୍କ ନାଁରେ ଜାଲ ଦସ୍ତଖତ ମରାଯାଇ ଟଙ୍କା ଉଠାଯାଇଥିବା ନେଇ କିଛି ଶ୍ରମିକ ସଂଗଠନ ପ୍ରମାଣ ସହ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଏକ ରିପୋର୍ଟ ମାଗିଲେ। ହେଲେ ଅଧିକାରୀ କି ରିପୋର୍ଟ ଦେଲେ କେଜାଣି, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସେମିତି ଫାଇଲ୍‌ ତଳେ ରହିଗଲା। ସେହିପରି ଚାଷୀଙ୍କ ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କାର ଫସଲବୀମା ରାଶି ହଡପ୍‌ ହୋଇଥିବା ନେଇ ଚାଷୀମାନେ ଅଭି‌ଯୋଗ କଲେ।

ଏହାକୁ ଗୁରୁତର ସହ ନେଲା ପ୍ରଶାସନ। ତାପରେ କଣ ହେଲା କେଜାଣି ଏହି ଘଟଣାକୁ ଆଉ ଆଗକୁ ବଢାଇବାକୁ ଦିଆଗଲାନି। ମୋ ଉପକାରୀ ବଗିଚା ଯୋଜନାରେ ମଧ୍ୟ ବ୍ୟାପକ ଦୁର୍ନୀତି ହେଲା। ପ୍ରଭାବଶାଳୀ ବ୍ୟକ୍ତି ଓ ରାଜନେତାମାନେ ନିଜ ପରିବାରର ମହିଳାଙ୍କ ନାଁରେ ଟଙ୍କା ଉଠାଇ ନେଲେ। ଏମିତି ପ୍ରାୟ ୪ କୋଟି ୫୧ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଡିଟ୍ ବେଳେ ଧରାପଡ଼ିଲା। ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଗଲା। ହେଲେ ଏହି କେଳେଙ୍କାରୀକୁ ମଧ୍ୟ ପ୍ରଶାସନ ଚାପି ଦେଲା। ଏହା ବ୍ୟତୀତ ସାମାଜିକ ସୁରକ୍ଷା ଯୋଜନାରେ ୭୨ ଲକ୍ଷ ଟଙ୍କା ହରିଲୁଟ୍, କୃଷି ବିକାଶ ଯୋଜନାରେ ୧ କୋଟି ୫୦ ଲକ୍ଷ ଟଙ୍କା ହେରଫେର ହେଲା। ଏହି ଦୁଇ ବିଭାଗର ଦୁର୍ନୀତି ବାବଦ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ହେଲେ ତଦନ୍ତ ଶିଥିଳ ପଡ଼ିଗଲା। ମୁକ୍ତା ଯୋଜନାରେ ବଡ଼ କେଳେଙ୍କାରୀକୁ ବି ଚାପି ଦିଆଗଲା। ଶିମିଳିପାଳ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷକୁ କୋଟିକୋଟି ଟଙ୍କା ଦେଉଛନ୍ତି। ହେଲେ ବନ ବିଭାଗ ଏନେଇ ତଥ୍ୟ ଦେବାକୁ ବି ରାଜି ନୁହେଁ। ସୂଚନା ଅଧିକାର ଆଇନ୍‌ରେ ତଥ୍ୟ ମାଗିଲେ ଦେବାକୁ ମନା କରାଯାଉଛି। ଏମିତି ଅନେକ ସରକାରୀ ଯୋଜନାରେ ପୁଳାପୁଳା ଦୁର୍ନୀତି ଓ ଏହାର ପ୍ରମାଣ ରହିଥିଲେ ବି କୌଣସି ମାମଲାରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରାଜନୈତିକ ବ୍ୟକ୍ତିମାନେ କ୍ଷମତା ଲୋଭରେ ଏନେଇ ମୁହଁ ଖୋଲୁନଥିବା ବେଳେ ଜିଲ୍ଲା ପ୍ରଶାସନ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ତେଣୁ ରାଜ୍ୟ ସରକାର ସିଧାସଳଖ ଏଥିରେ ହସ୍ତକ୍ଷେପ କରି ଦୁର୍ନୀତି ମାମଲାଗୁଡ଼ିକର ଯାଞ୍ଚ୍‌ କରିବାକୁ ଦାବି ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।