Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ସରକାରୀ ଯୋଜନାରେ ପୁଳାପୁଳା ଦୁର୍ନୀତି, ପ୍ରମାଣ ଥାଇ ବି କାର୍ଯ୍ୟାନୁଷ୍ଠାନ ଶୂନ୍
    ଅପରାଧ

    ସରକାରୀ ଯୋଜନାରେ ପୁଳାପୁଳା ଦୁର୍ନୀତି, ପ୍ରମାଣ ଥାଇ ବି କାର୍ଯ୍ୟାନୁଷ୍ଠାନ ଶୂନ୍

    NewsLaxmi7By NewsLaxmi7March 13, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ବାରିପଦା: ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ବୃହତ୍ତ ଜିଲ୍ଲା। ମୟୂରଭଞ୍ଜର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବର୍ଷକୁ କୋଟିକୋଟି ଟଙ୍କା ଦେଉଛନ୍ତି। ହେଲେ ସରକାରୀ ଅଧିକାରୀମାନଙ୍କ ଦୁର୍ନୀତିଖୋର ମ ନୋବୃତ୍ତି ପାଇଁ ଏବେ ବି ତୃଣମୁଳସ୍ତରରେ ବିକାଶ ଅପହଞ୍ଚ ହୋଇପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ଯୋଜନାରେ କେଳେଙ୍କାରୀ ଚାଲିଥିବା ନେଇ ଠୋସ୍ ପ୍ରମାଣ ପାଇବା ସତ୍ତ୍ବେ ଜିଲ୍ଲା ପ୍ରଶାସନ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପରୋକ୍ଷ ଭାବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଉଛି ବୋଲି ଅଭିଯୋଗ ହେଉଛି।

    କ‌ରୋନା ସମୟରେ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବାବଦକୁ ଜିଲ୍ଲାକୁ ୧୧ କୋଟି ୭୦ ଲକ୍ଷ ଟଙ୍କା ଆସିଥିଲା। ‌୨୪ ହଜାର ଶ୍ରମିକଙ୍କ ପତ୍ତା ନ ମିଳିବାରୁ ୪ କୋଟି ୮୦ ଲକ୍ଷ ଟଙ୍କା ବଣ୍ଟା ନହୋଇ ପଡ଼ି ରହିଲା। ବାକି ୬ କୋଟି ୯୦ ଲକ୍ଷ ଟଙ୍କା ଶ୍ରମିକଙ୍କ ଆକାଉଣ୍ଟରେ ଜମା କରି ଦିଆଗଲା। ହେଲେ ସହାୟତା ରାଶି ପ୍ରଦାନ କରାଯାଇଥିବା ଶ୍ରମିକଙ୍କ ମଧ୍ୟରେ ପ୍ରାୟ ଅଧିକାଂଶଙ୍କ ନାଁରେ ଜାଲ ଦସ୍ତଖତ ମରାଯାଇ ଟଙ୍କା ଉଠାଯାଇଥିବା ନେଇ କିଛି ଶ୍ରମିକ ସଂଗଠନ ପ୍ରମାଣ ସହ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ଏକ ରିପୋର୍ଟ ମାଗିଲେ। ହେଲେ ଅଧିକାରୀ କି ରିପୋର୍ଟ ଦେଲେ କେଜାଣି, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସେମିତି ଫାଇଲ୍‌ ତଳେ ରହିଗଲା। ସେହିପରି ଚାଷୀଙ୍କ ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କାର ଫସଲବୀମା ରାଶି ହଡପ୍‌ ହୋଇଥିବା ନେଇ ଚାଷୀମାନେ ଅଭି‌ଯୋଗ କଲେ।

    ଏହାକୁ ଗୁରୁତର ସହ ନେଲା ପ୍ରଶାସନ। ତାପରେ କଣ ହେଲା କେଜାଣି ଏହି ଘଟଣାକୁ ଆଉ ଆଗକୁ ବଢାଇବାକୁ ଦିଆଗଲାନି। ମୋ ଉପକାରୀ ବଗିଚା ଯୋଜନାରେ ମଧ୍ୟ ବ୍ୟାପକ ଦୁର୍ନୀତି ହେଲା। ପ୍ରଭାବଶାଳୀ ବ୍ୟକ୍ତି ଓ ରାଜନେତାମାନେ ନିଜ ପରିବାରର ମହିଳାଙ୍କ ନାଁରେ ଟଙ୍କା ଉଠାଇ ନେଲେ। ଏମିତି ପ୍ରାୟ ୪ କୋଟି ୫୧ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଡିଟ୍ ବେଳେ ଧରାପଡ଼ିଲା। ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଗଲା। ହେଲେ ଏହି କେଳେଙ୍କାରୀକୁ ମଧ୍ୟ ପ୍ରଶାସନ ଚାପି ଦେଲା। ଏହା ବ୍ୟତୀତ ସାମାଜିକ ସୁରକ୍ଷା ଯୋଜନାରେ ୭୨ ଲକ୍ଷ ଟଙ୍କା ହରିଲୁଟ୍, କୃଷି ବିକାଶ ଯୋଜନାରେ ୧ କୋଟି ୫୦ ଲକ୍ଷ ଟଙ୍କା ହେରଫେର ହେଲା। ଏହି ଦୁଇ ବିଭାଗର ଦୁର୍ନୀତି ବାବଦ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

    ହେଲେ ତଦନ୍ତ ଶିଥିଳ ପଡ଼ିଗଲା। ମୁକ୍ତା ଯୋଜନାରେ ବଡ଼ କେଳେଙ୍କାରୀକୁ ବି ଚାପି ଦିଆଗଲା। ଶିମିଳିପାଳ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷକୁ କୋଟିକୋଟି ଟଙ୍କା ଦେଉଛନ୍ତି। ହେଲେ ବନ ବିଭାଗ ଏନେଇ ତଥ୍ୟ ଦେବାକୁ ବି ରାଜି ନୁହେଁ। ସୂଚନା ଅଧିକାର ଆଇନ୍‌ରେ ତଥ୍ୟ ମାଗିଲେ ଦେବାକୁ ମନା କରାଯାଉଛି। ଏମିତି ଅନେକ ସରକାରୀ ଯୋଜନାରେ ପୁଳାପୁଳା ଦୁର୍ନୀତି ଓ ଏହାର ପ୍ରମାଣ ରହିଥିଲେ ବି କୌଣସି ମାମଲାରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରାଜନୈତିକ ବ୍ୟକ୍ତିମାନେ କ୍ଷମତା ଲୋଭରେ ଏନେଇ ମୁହଁ ଖୋଲୁନଥିବା ବେଳେ ଜିଲ୍ଲା ପ୍ରଶାସନ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ତେଣୁ ରାଜ୍ୟ ସରକାର ସିଧାସଳଖ ଏଥିରେ ହସ୍ତକ୍ଷେପ କରି ଦୁର୍ନୀତି ମାମଲାଗୁଡ଼ିକର ଯାଞ୍ଚ୍‌ କରିବାକୁ ଦାବି ହେଉଛି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleରାତିଅଧରେ ପୁଅକୁ ଉଠାଇନେଲା ପୁଲିସ, ଫାଶୀ ଲଗାଇ ଝୁଲିପଡ଼ିଲେ ବାପା
    Next Article ୧୫ରେ ଅଧା ଓଡ଼ିଶାରେ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ୬ ଜଣଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୧ଲକ୍ଷ ଟଙ୍କାର ଗହଣା

    June 1, 2022

    ଗାନ୍ଧୀ ଛକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

    November 1, 2022

    ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ର ପବିତ୍ର ମହାଶିବ ରାତ୍ରୀ ପାଳନ

    March 3, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.