ରାଜ୍ୟ

ଗୋପବନ୍ଧୁ ଶତପଥୀଙ୍କୁ ହାଇକୋର୍ଟ ଝଟ୍‌କା, ତୁରନ୍ତ ଦାୟିତ୍ବ ହସ୍ତାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ପଦରେ ଅବସରପ୍ରାପ୍ତ ଆଇଏଏସ ଗୋପବନ୍ଧୁ ଶତପଥୀଙ୍କୁ ପୁଣି ନିଯୁକ୍ତି ଦେବା ଘଟଣାକୁ ନେଇ ଅକଳ‌ରେ ପଡିଛି ବିଭାଗ। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଶ୍ରୀ ଶତପଥୀଙ୍କ ପୁନଃନିଯୁକ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ତାଙ୍କୁ ତୁରନ୍ତ ଦାୟିତ୍ବ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେବା ସହିତ ଏ ସଂକ୍ରାନ୍ତରେ ବିଭାଗକୁ ଜବାବ ତଲବ ବି କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଣୁମାଧବ ତ୍ରିପାଠୀଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତବର୍ଷ ଶ୍ରୀ ଶତପଥୀଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡି ଭାବେ ନିଯୁକ୍ତି ନିର୍ଦ୍ଦେଶକୁ ହାଇକୋର୍ଟ ବେଆଇନ ବୋଲି ଦର୍ଶାଇ ରାୟ ପ୍ରକାଶ କରିଥିଲେ। ୨୦୨୩ ଜାନୁଆରି ୨୫ ତାରିଖ ସକାଳ ୧୦ଟା ୩୦ରେ ରେ ହାଇକୋର୍ଟ ଏହି ରାୟ ପ୍ରକାଶ କରିଥିବା ବେଳେ ସେହିଦିନ ସମବାୟ ବିଭାଗ ସଚିବ ତଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପ୍ରଶାସକ ଶ୍ରୀ ଶତପଥୀଙ୍କୁ ପୁଣି ଏମଡି ପଦରେ ନିଯୁକ୍ତି ଦେଇଥିଲେ। ଏହି ନିଯୁକ୍ତିକୁ ସମବାୟ ନିବନ୍ଧକ ବି ଅନୁମୋଦନ କରିଥିଲେ। ସମବାୟ ସଚିବ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଏହି ପୁନଃନିଯୁକ୍ତି ପ୍ରସଂଗ ଅନୁମୋଦନ ପାଇଁ ଜାନୁଆରି ୨୫ରେ ଚିଠି ଲେଖିଥିଲେ। ପୁନଃନିଯୁକ୍ତି ସଂପର୍କିତ ଏହି ସବୁ ନିର୍ଦ୍ଦେଶନାମା ହାଇକୋର୍ଟଙ୍କ ଜାନୁଆରି ୨୫ର ରାୟ ସହିତ ରହିଥିବା ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ସମାନ ବ୍ୟକ୍ତିଙ୍କ ସମାନ ଧରଣର ପୁନଃନିଯୁକ୍ତି ପ୍ରସଂଗକୁ ହାଇକୋର୍ଟ ରଦ୍ଦ କରିଥିବା ବେଳେ ପୁଣି ତାଙ୍କୁ କିଭଳି ବ୍ୟାଙ୍କର ଏମ୍‌ଡି ପଦରେ ନିଯୁକ୍ତି ଦିଆଯାଇଛି ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ।

ଏଥି ସହିତ ସମବାୟ ସଚିବ ତଥା ପ୍ରଶାସକ ଏଭଳି ପୁନଃନିଯୁକ୍ତି ନିୟମ ଅନୁସାରେ ଦେଇ ପାରିବେ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମାମଲା ପରିଚାଳନା କରୁଛନ୍ତି।

ହାଇକୋର୍ଟ ମାମଲାର ଶୁଣାଣି କରି ବ୍ୟାଙ୍କର ଏମ୍‌ଡି ଭାବେ ଶ୍ରୀ ଶତପଥୀଙ୍କ ପୁନଃନିଯୁକ୍ତି ସଂପର୍କିତ ସମସ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ରହିତାଦେଶ ଜାରି କରିବା ସହିତ ଶ୍ରୀ ଶତପଥୀ ତୁରନ୍ତ ସମବାୟ ସମିତି ନିବନ୍ଧକଙ୍କୁ ଦାୟିତ୍ବ ହସ୍ତାନ୍ତର କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ବ୍ୟାଙ୍କ ଓ ଅନ୍ୟ ପ୍ରତିପକ୍ଷଙ୍କୁ ‌ନୋଟିସ୍ ଜାରି କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।