ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଜଣେ ସାଧାରଣ ମହିଳା ପୁଲିସ ଠାରୁ ନ୍ୟାୟ ପାଇବା ବଦଳରେ ପୁଲିସ ଦ୍ବାରା ନିର୍ଯାତିତ ହେବା ଭଳି ଘଟଣା ବିଭିନ୍ନ ମହଲରେ ଉଦ୍ବେଗର କାରଣ ହୋଇଛି। ତଳସ୍ତରରେ ନ୍ୟାୟ ନ ପାଇ ପୁଲିସ ଡିଜିଙ୍କ ପାଖକୁ ନ୍ୟାୟ ଆଶାରେ ଆସିଥିବା ଏହି ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଅନ୍ୟପଟେ ଯେଉଁ ଅପରାଧ ଅଭିଯୋଗରେ ସଂପୃକ୍ତ ମହିଳାଙ୍କୁ ଥାନାରେ ନୋଟିସ ଦେଇ ଛାଡ଼ି ଦିଆଯିବା କଥା, ତାହା ନ କରି କୋର୍ଟରେ ହାଜର କରିବା ଏବଂ କୋର୍ଟ ବି ତୁରନ୍ତ ମହିଳାଙ୍କୁ ଜାମିନ ଦେଇଦେବା ଘଟଣା ରାଜ୍ୟ ପୁଲିସର ଆଭିମୁଖ୍ୟ ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୁଆଖିଆ ଥାନା ସାରଙ୍ଗପୁର ଅଞ୍ଚଳର ସ୍ବର୍ଗତ ପ୍ରଦୀପ ସାହୁଙ୍କ ପତ୍ନୀ ସରସ୍ବତୀ ସାହୁ ଏକ ଦଶ ଚକିଆ ଟ୍ରକ ପୂର୍ବରୁ ଋଣରେ ତାହାକୁ ଆଣିଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ କିଣିଥିଲେ। ସେ ନିୟମିତ କିସ୍ତି ଦେଉଥିବା ସତ୍ତ୍ବେ ଏହି ଗାଡ଼ିକୁ ଘରୋଇ ବ୍ୟାଙ୍କର ଅଧିକାରୀ ୨୦୧୯ ସେପ୍ଟେମ୍ବର ୨ ତାରିଖରେ ତାଳଚେର ବାଇପାସରେ ଭିଡ଼ି ନେଇଥିଲା। ସରସ୍ବତୀ ତାଳଚେର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। କିନ୍ତୁ ତତ୍କାଳୀନ ତାଳଚେର ଥାନା ଆଇଆଇସି ସୌଭାଗ୍ୟ ସ୍ବାଇଁ ମାମଲା ରୁଜୁ କଲେନାହିଁ। ପରବର୍ତ୍ତୀ ସମୟରେ ସରସ୍ବତୀ ଜିଲ୍ଲା ଏସ୍ପିଙ୍କ ନିକଟରେ ଫେରାଦ ହେବା ପରେ ତାଳଚେର ଥାନାରେ ୨୦୨୨ ଏପ୍ରିଲ ୧୮ ତାରିଖରେ ପୁଲିସ ଏକ ମାମଲା (୨୫୦/୨୦୨୨) ରୁଜୁ କଲା। ଆଇଆଇସି ଶ୍ରୀ ସ୍ବାଇଁ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମିଶାଇ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହେଲା। ସଂସ୍ଥାର କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନଥିଲା।
ପୁଲିସ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ଏସପି ପୁଲିସ ଡିଜିଙ୍କୁ ସ୍ବୀକୃତି ମାଗିଥିଲେ। କିନ୍ତୁ ଡିଜିଙ୍କ ଅନୁମତି ମିଳୁ ନଥିବା ଜାଣି ସରସ୍ବତୀ ଡିଜିଙ୍କୁ ଭେଟି ଏ ସଂକ୍ରାନ୍ତରେ ଅନୁରୋଧ କରିବା ପାଇଁ ଗତକାଲି ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ଫେବ୍ରୁଆରି ୭ ତାରିଖରେ ପୁଲିସ ଡିଜିଙ୍କୁ ସେ ଏ ସଂକ୍ରାନ୍ତରେ ରେଜିଷ୍ଟ୍ରି ପୋଷ୍ଟ ଜରିଆରେ ଅବଗତ କରିଥିଲେ। କୌଣସି ସୂଚନା ନ ମିଳିବାରୁ ଗତକାଲି ସେ ଡିଜି ଅଫିସକୁ ଆସିଥିଲେ। କିନ୍ତୁ କ୍ୟାଣ୍ଟନମେଣ୍ଟ ଥାନାର ପୁଲିସ କର୍ମଚାରୀ ସୌଦାମିନୀ ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ ସରସ୍ବତୀ ସାହୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଫାଟକ ବାଟେ ପଶି ଧାରଣାରେ ବସିବାକୁ କହି ପାଟିତୁଣ୍ଡ କରିଥିଲେ। ସରସ୍ବତୀ ଆତ୍ମହତ୍ୟା କରିବା ସହିତ ସମସ୍ତଙ୍କୁ ଲୋକ ଲଗାଇ ହତ୍ୟା କରିବା ଏବଂ ସମସ୍ତଙ୍କ ନାଁରେ କେସ୍ କରିବାକୁ ଧମକ ଦେଇଥିଲେ। ଶ୍ରୀମତି ସ୍ବାଇଁଙ୍କ ଏଭଳି ଅଭିଯୋଗ ଆଧାରରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଦଫା ୩୪୧ (ବଳପୂର୍ବକ ଅବରୋଧ କରିବା), ୩୨୩ (ଆଘାତ ଦେବା), ୨୯୪ (ଅଶ୍ଳୀଳ ଭାଷାରେ ଗାଳି ଗୁଲଜ), ୩୫୩ (ମହିଳାଙ୍କୁ ଅସଦାଚରଣ), ୫୦୬ (ଜୀବନରୁ ମାରିଦେବାକୁ ଧମକ)ରେ ଏକ ମାମଲା (କେସ୍ ନଂ ୨୮) ରୁଜୁ କରି ସରସ୍ବତୀଙ୍କୁ ଜେଏମଏଫସି-୨ କୋର୍ଟରେ ହାଜର କରିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ୭ବର୍ଷରୁ କମ୍ ଦଣ୍ଡ ବ୍ୟବସ୍ଥା ଥିବା ଦଫାରେ ଅଭିଯୁକ୍ତଙ୍କୁ ପୁଲିସ ଥାନାରୁ ସିଆରପିସିର ଧାରା ୪୧(କ) ବଳରେ ନୋଟିସ ଦେଇ ଛାଡ଼ିବାର ନିୟମ ଥିବା ବେଳେ ଏଭଳି କୋର୍ଟ ଚାଲାଣକୁ ନେଇ ପ୍ରଶ୍ନ ଉଠିଛି। ଅଦାଲତ ବି ତୁରନ୍ତ ସରସ୍ବତୀଙ୍କୁ ଜାମିନ ଦେଇଦେବା ଦ୍ବାରା ପୁଲିସ ଅପଦସ୍ତ ହୋଇଛି।
ଅନ୍ୟପଟେ ସରସ୍ବତୀ ପୁଲିସ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ପୁଲିସ ତାଙ୍କୁ ଉଲଗ୍ନ କରି ଟେକିନେବା ସହିତ ବାଡ଼ାବାଡ଼ି କରିଥିବା ପୁଲିସ ମୁଖ୍ୟାଳୟର ସିସି କ୍ୟାମେରା ଫୁଟେଜ ଯାଞ୍ଚ କଲେ ଜଣା ପଡିବ ବୋଲି ସରସ୍ବତୀ ଦାବି କରିଛନ୍ତି। ଏଭଳି ଘଟଣାରେ ସେ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବେ ବୋଲି ସରସ୍ବତୀ କହିଛନ୍ତି।
ହାଇକୋର୍ଟର ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି ଯେ ସୁପ୍ରିମକୋର୍ଟ ନିୟମ ଅନୁଯାୟୀ ଉପରୋକ୍ତ ଦଫାରେ ପୁଲିସ ଥାନାରେ ସିଆରପିସିର ଧାରା ୪୧(କ)ରେ ଥାନାରୁ ଛାଡ଼ିଦେବା କଥା। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ କୋର୍ଟ ଚାଲାଣ କଲା। ଯେଉଁ ଦଫା ପୁଲିସ ଅଭିଯୋଗକାରୀଙ୍କ ବିରୋଧରେ ଲଗାଇଥିଲା ଅଭିଯୋଗର ସତ୍ୟାସତ୍ୟ ବାବାଦରେ ପ୍ରାଥମିକ ପ୍ରମାଣ ପୁଲିସ କୋର୍ଟରେ ଦାଖଲ କରି ନପାରିବାରୁ ଅପଦସ୍ତ ହେଲା। ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି। ଅଭିଯୋଗକାରୀଙ୍କୁ ଏଭଳି ଗିରଫ କରି ଭୟଭୀତ କରାଇବାକୁ କମିସନରେଟ୍ ପୁଲିସ ଉଦ୍ୟମ କରିଥିବା ଶ୍ରୀ ମିଶ୍ର କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l