ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ପୌର ନିଗମରେ ହଟଚମଟ: ସାରାରାତି କଂଗ୍ରେସ-ବିଜେପି କର୍ପୋରେଟର ଓ ବିଧାୟକ ମୋକିମ୍‌ଙ୍କ ଧାରଣା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : କଟକ ପୌର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସାରା ରାତି କଂଗ୍ରେସ ଓ ବିଜେପି କର୍ପୋରେଟରମାନେ ଧାରଣା ଦେଇ ବସି ରହିଥିବା ବେଳେ ତାଙ୍କ ସହ ସାମିଲ ହୋଇଛନ୍ତି ବାରବାଟୀ-କଟକର ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍, ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଲକ୍ଷ୍ମୀଧର ପ୍ରଧାନ, କେଦାର ପୃଷ୍ଟି। ଗୋଟିଏ ପଟେ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଏବଂ ସେମାନଙ୍କ ନେତା ଏକଜୁଟ୍ ହୋଇ ଧାରଣା ଦେଇଥିବା ବେଳେ ଅଫିସ ଭିତରେ ମେୟର ସୁବାସ ସିଂହଙ୍କ ସହିତ ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ବିଜେଡିର କିଛି ବରିଷ୍ଠ କର୍ପୋରେଟର ବସି ରହିଛନ୍ତି।

ଆଜି ଦେଢ ମାସ ପରେ ପୌର ନିଗମର କାଉନସିଲ ବୈଠକ ବସିଥିବା ବେଳେ ବୈଠକ ଆରମ୍ଭରୁ ନାମ ଫଳକ ରାଜନୀତି ଓ ନିଗମର ନିର୍ବାହୀଯନ୍ତ୍ରୀ କର୍ପୋରେଟରଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ହଟଚମଟ ଆରମ୍ଭ ହୋଇଯାଇଥିଲା। ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଭିତ୍ତିଭୂମିର ଶିଳାନ୍ୟାସ ଫଳକରେ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କ ନାମ ରଖା ନଯିବାକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତିନି ଦିନ ମଧ୍ୟରେ ନାମଫଳକ ବଦଳାଇବା ସହ ବିଧାୟକଙ୍କୁ କ୍ଷମା ପ୍ରାର୍ଥନା କରିବା ଦାବିରେ କଂଗ୍ରେସ ଓ ବିଜେପି କର୍ପୋରେଟ ଦୀର୍ଘ ସମୟ ଧରି କାଉନସିଲ୍‌ ହଲ ଚଟାଣରେ ବସି ଧାରଣା ଦେବାସହ ନରାବାଜି କରିଥିଲେ। ବିଧାୟକ ଇଂଜିନିୟର ମୋକିମଙ୍କ ସହିତ ଏ ବିଷୟରେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର ସୁବାସ ସିଂହ ପ୍ରତିଶ୍ରୁତି ଦେବା ପରେ ବିରୋଧୀ କର୍ପୋରେଟର ନିଜ ସ୍ଥାନକୁ ଫେରିଥିଲେ।

କିନ୍ତୁ ପରେପରେ ନିଗମର ନିର୍ବାହୀ ଯନ୍ତ୍ରୀ ଦିବ୍ୟ ରଂଜନ ତ୍ରିପାଠୀଙ୍କ ବିରୋଧରେ କଂଗ୍ରେସ କର୍ପୋରେଟର ଅଭିଯୋଗ ଆଣିଥିଲେ। ସେମାନଙ୍କୁ ସେମାନଙ୍କ ୱାର୍ଡରେ ହେଉଥିବା କାମକୁ ନେଇ ଶ୍ରୀ ତ୍ରିପାଠୀ ବିଭିନ୍ନ ପ୍ରଶ୍ନ ପଚାରୁ ଥିବା ସେମାନେ ଅଭି‌ଯୋଗ କରିଥିଲେ। କର୍ପୋରେଟର ହେଉଛନ୍ତି ଜନପ୍ରତିନିଧି। ତାଙ୍କୁ ଏପରି ବ୍ୟବହାର କାହିଁକି କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀଙ୍କୁ ମେୟର ସୁବାସ ସିଂହ ପ୍ରଶ୍ନ କରିଥିଲେ। କିନ୍ତୁ ଶ୍ରୀ ତ୍ରିପାଠୀ ଏହାର ଉତ୍ତର ନଦେଇ ନିଜ ସ୍ଥାନରେ ଚୁପ୍‌ଚାପ୍‌ ବସି ରହିଥିଲେ। ମେୟରଙ୍କ ପ୍ରଶ୍ନର ଉତ୍ତର ବି ନିର୍ବାହୀ ଯନ୍ତ୍ରୀ ଦେଉ ନଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ କର୍ପୋରେଟର ଗ୍ଲାସ, ମାଇକ୍ରୋଫୋନ୍‌ ପିଙ୍ଗିଥିଲେ। ଏଭଳି ସ୍ଥିତିରେ ପ୍ରଥମେ କମିସନର ନିଖିଲ ପୱନ କଲ୍ୟାଣ କାଉନସିଲ ଗୃହରୁ ଚାଲି ଯାଇଥିଲେ। ତାଙ୍କ ପରେ ମେୟର ଓ ଡେପୁଟି ମେୟର ମଧ୍ୟ ନିଜନିଜ ସ୍ଥାନ ଛାଡି ପଳାଇଥିଲେ। ଏପରି ଆଚରଣରେ ଉତ୍‌କ୍ଷିପ୍ତ ହୋଇ କଂଗ୍ରେସ ଓ ବିଜେପିର କର୍ପୋରେଟର ହଲ ବହାରକୁ ଆସି ନିର୍ବାହୀ ଯନ୍ତ୍ରୀ ଓ କମିସନରଙ୍କୁ ବଦଳି କରିବା ଦାବିରେ ଧାରଣା ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।